Posted inଖେଳ

ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।
ଭୁବନେଶ୍ୱର କୁମାର
ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ଜଣେ ସଫଳ ଖେଳାଳି ଭାବେ ପରିଚିତ। ଭୁବିଙ୍କ ନାଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନାଁ ସହ ମିଶିଯାଏ।

ହାମିଲଟନ୍‌ ମସାକାଦଜା
ଜିମ୍ବାଓ୍ବେ କ୍ରିକେଟର ହାମିଲଟନ୍‌ ମସାକାଦଜାଙ୍କ ନାଁଟି ସଂଯୋଗବଶତଃ ନ୍ୟୁଜିଲାଣ୍ଡର ହାମିଲଟନ୍‌ ସହର ରହିଛି।

ଚାର୍ଲସ କ୍ୱେଭେନଟ୍ରି
ଚାର୍ଲସ କ୍ୱେଭେନଟ୍ରି ଜିମ୍ବାଓ୍ବେ ପକ୍ଷରୁ କ୍ରିକେଟ ଖେଳନ୍ତି। ଇଂଲଣ୍ଡର କ୍ୱେଭେନଟ୍ରି ସହର ସହ ମିଶିଯାଏ।

ଜୋଏଲ୍‌ ପ୍ୟାରିସ୍‌
ଅଷ୍ଟ୍ରେଲିଆର ଜୋଏଲ୍‌ ପ୍ୟାରିସ୍‌ ଆଇପିଏଲରେ ନିଜ ଜଲଓ୍ବା ଦେଖାଇସାରିଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳୁଥିବା ପ୍ୟାରିସ୍‌ ନାଁ ବିଶ୍ୱର ସବୁଠୁ ଲୋକପ୍ରିୟ ସହର ‘ପ୍ୟାରିସ୍‌’ ସହ ମିଶିଯାଏ।

ସିଡନୀ ଓ୍ବାର୍ଣ୍ଣସ
ସିଡନୀ ଓ୍ବାର୍ଣ୍ଣସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ। ତାଙ୍କ ନାଁ ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ସହର ସହ ମିଶିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଲିଙ୍ଗାଙ୍କ ସ୍ଥାନରେ ପ୍ୟାଟିନସନ

ଆବୁ ଧାବି, ୩।୯(ପି.ଟି.)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ବଦଳ ଖେଳାଳିଭାବେ ଗତଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ସ୍ପିଡ୍‌ଷ୍ଟର ଜେମ୍ସ ପ୍ୟାଟିନସନ।...

ଟ୍ରେନିଂକୁ ଫେରିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୬: କୋଭିଡ୍‌-୧୯ ମହାମାରୀ କାରଣରୁ ଦୀର୍ଘ ୩ ମାସ ପରେ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଏ ନେଇ...

ଭାରତୀୟ ଦଳରେ ଓଡ଼ିଶାର ନୀଲମ, ଆଶିଷ

ନୂଆଦିଲ୍ଲୀ, ୨୫।୭-ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ

ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ...

ଗାଙ୍ଗୁଲି, ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଗଲା ବିସିସିଆଇ

ନୂଆଦିଲ୍ଲୀ,୨୩।୫: ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷକୁ ବୃଦ୍ଧି କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

ଇତିହାସ ରଚିଲେ ପ୍ରବୀଣ

ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍‌ ଇଭେଣ୍ଟ ଫାଇନାଲରେ ରୌପ୍ୟ...

Advertisement
Ten Cric Info


Archives

Model This Week