Posted inଖେଳ

କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍‌ ଜୁଲାଇ ୧୯, ୧୯୫୨ରେ ଏପରି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଥିଲା, ଯାହାକୁ ସେ ମନେ ରଖିବାକୁ ଆଦୌ ପସନ୍ଦ କରିବ ନାହିଁ। ଆଜିର ଦିନରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନରେ ଦୁଇଥର ଅଲ୍‌ଆଉଟ୍‌ ହୋଇଥିଲା। ଦଳକୁ ମଧ୍ୟ ଏକ ବଡ଼ ଲଜ୍ଜାଜନକ ପରାଜୟ ମିଳିଥିଲା। କେବଳ ଏତିକି ନୁହେଁ ଦଳ ଉଭୟ ଇନିଂସରେ ୧୦୦ ରନ ଅତିକ୍ରମ କରିପାରି ନ ଥିଲା। ଗୋଟିଏ ଦିନରେ ମୋଟ ୨୨ ଉଇକେଟର ପତ୍ତନ ଘଟିଥିଲା।
ଭାରତ-ଇଂଲଣ୍ଡ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୪୭ି ରନ୍‌ରେ ପାଳି ଘୋଷଣା କରିଥିଲା। ମଞ୍ଚେଷ୍ଟରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୫୮ ରନ ସ୍କୋର କରିପାରିଥିଲା। ଦଳ ମାତ୍ର ୨୧.୪ ଓଭର ବ୍ୟାଟିଂ କରିପାରିଥିଲା। ଏହି ଇନିଂସରେ ୯ ଜଣ ବ୍ୟାଟ୍ସମ୍ୟାନ ଡବଲ ଫିଗର ଛୁଇଁ ପାରି ନ ଥିଲେ। ଅଦତ୍ନାୟକ ବିଜୟ ହଜାରେ ୧୬ ଏବଂ ବିଜୟ ମଞ୍ଜରେକର ୨୨ ରନ ସ୍କୋର କରିଥିଲେ। ଦ୍ରୁତ ବୋଲର ଫ୍ରେଡ ଟ୍ରୁମାନ ୩୧ ରନ ଦେଇ ୮ଟି ଉଇକେଟ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରିଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା। ଦଳ ୩୬.୩ ଓଭରରେ ୮୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏଥର ମଧ୍ୟ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ। ଏହିପରି ଭାବେ ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଏବଂ ୨୦୭ ରନରେ ଜିତି ନେଇଥିଲା। ଭାରତୀୟ ଦଳ ଉଭୟ ଇନିଂସରେ ମାତ୍ର ୫୮ ଓଭର ବ୍ୟାଟିଂ କରିପାରିଥିଲା।
ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଦିନରେ ଦୁଇଥର ଆଉଟ୍‌ ହୋଇଥିବା ଭାରତୀୟ ଦଳ ପ୍ରଥମ ଦଳ ହୋଇଥିଲା। ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ୨୦୦୫ ଏବଂ ୨୦୧୨ରେ ଦିନକୁ ଦୁଇଥର ଜିମ୍ବାୱେକୁ ଦୁଇଥର ଅଲଆଉଟ୍‌ କରିଥିଲା। ପ୍ରଥମ ଥର ପାଇଁ ଏହି ରେକର୍ଡ ସୃଷ୍ଟି କରିଥିବା ଭାରତୀୟ ଦଳ ମଧ୍ୟ ଦିନକୁ ଦୁଇଥର ବିପକ୍ଷ ଦଳକୁ ଅଲଆଉଟ୍‌ କରିଛି। ବେଙ୍ଗାଲୁରୁରେ ୨୦୧୮ ରେ ଖେଳାଯାଇଥିବା ଟେଷ୍ଟରେ ଟିମ ଇଣ୍ଡିଆ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଆଫଗାନିସ୍ତାନକୁ ୧୦୯ ଏବଂ ୧୦୩ ରେ ଅଲଆଉଟ୍‌ କରିଥିଲା। ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ଏହି ପ୍ରଦର୍ଶନ କେବଳ ଚାରିଥର ଘଟିଛି, ଯେତେବେଳେ ଗୋଟିଏ ଦିନରେ ଦୁଇଥର ଦଳ ଅଲଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri