Posted inଫୁରସତ

ଏମିତି ସହର ଯେଉଁଠି ପଇସା ନାହିଁ କି ସରକାର ନାହିଁ

ଅରୋଭିଲ୍ଲେ ସହରର ସ୍ଥାପନା ହୋଇଥିଲା ୧୯୬୮ ମସିହାରେ। ଯାହା ଚେନ୍ନାଇଠାରୁ ୧୫୪ କି.ମି. ଦୂରରେ ଅବସ୍ଥିତ। ଏହାକୁ ‘ସିଟି ଅଫ୍‌ ଡନ୍‌’ ବା ‘ଭୋର୍‌ର ସହର’ ବି କୁହାଯାଏ। ଏହି ସହର ସ୍ଥାପନା ପଛର ଉଦ୍ଦ୍ୟେଶ ଥିଲା ଯେ ଏଠାରେ ଜାତି, ବର୍ଣ୍ଣ ଭେଦଭାବ ନ ଥାଇ ଧନୀ ଗରିବ ସମସ୍ତେ ଏକାଠି ରହିପାରିବେ। ଏହି ସହରର ସ୍ଥାପନା କରିଥିଲେ ମୀରା ଅଲଫାଜୋ। ମୀରା ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖରେ ଶ୍ରୀଅରବିନ୍ଦ ସ୍ପିରିଚୁଆଲ ରିଟ୍ରିଟ୍‌ରେ ପୁଡୁଚେରୀ ଆସିଥିଲେ। କିଛିଦିନ ଏଠାରେ ରହିବା ପରେ ସେ ଜାପାନ ଚାଲିଗଲେ। ପୁଣିଥରେ ଭାରତ ଫେରିଲେ ଆଉ ୧୯୨୪ ମସିହାରେ ଅରବିନ୍ଦ ସ୍ପିରିଚୁଆଲ ସଂସ୍ଥା ସହିତ ଜଡ଼ିତ ହେଲେ। ଏହା ସହିତ ସେ ଲୋକଙ୍କ ସେବା କରିବା ଆରମ୍ଭ କଲେ। ତାଙ୍କ ସେବାକୁ ଦେଖି ଲୋକେ ତାଙ୍କୁ ‘ମା’ ବୋଲି ସମ୍ବୋଧନ କଲେ। ୧୯୬୮ ମସିହାରେ ସେ ଏହି ସହର ସ୍ଥାପନ କରି ଏହାର ନାଁ ଦେଲେ ‘ୟୁନିଭର୍ସାଲ ସିଟି। ଏଠାରେ କେହି ବି ଆସି ରହିପାରିବେ। ବର୍ତ୍ତମାନ ଏଠାରେ ପାଖାପାଖି ୫୦ଟି ଦେଶର ଲୋକ ରହୁଛନ୍ତି। ଏଇଥିପାଇଁ ହିଁ, ଏଇ ସହରର ନାମ ‘ଅରୋଭିଲ୍ଲେ’ ରଖାଯାଇଛି, ଯାହାର ଅର୍ଥ ଯେଉଁଠି ସବୁ ଦେଶର ଲୋକ ଜାତି, ରାଜନୀତିର ଊର୍ଦ୍ଧ୍ୱରେ ଶାନ୍ତି ଓ ସଦ୍‌ଭାବନା ଭିତରେ ରହିପାରିବେ।

ସ୍ବୀକୃତି ଦେଇଛନ୍ତି ସରକାର
ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତି ପାଇଥିବା ଏହି ସହରରେ ୨୦୧୫ପରଠାରୁ ଅନେକ ପରିବର୍ତ୍ତନ ଆସିଛି। ତେବେ ଏହି ସହରର ସବୁଠୁ ବଡ଼ କଥା ହେଲା, ଏଠାରେ କୌଣସି ଧର୍ମର ମନ୍ଦିର ନାହିଁ। ୟୁନେସ୍କୋ ଏହି ସହରକୁ ଖୁବ୍‌ ପ୍ରଶଂସା କରିଛି। ଏହି ସହରର ଲୋକେ ଅନେକ ବର୍ଷ ହେବ କ୍ୟାଶ୍‌ ବ୍ୟବହାର କରିନାହାନ୍ତି। ପ୍ରାୟ ୩୫ବର୍ଷ ପୂର୍ବେ ଏଠାରେ ଏକ ଫାଇନାନ୍‌ସିଆଲ୍‌ ସର୍ଭିସ ସେଣ୍ଟର ଆରମ୍ଭ କରାଯାଇଥିଲା; ଯାହାକୁ ଆର୍‌ବିଆଇ ମଞ୍ଜୁରୀ ଦେଇଛି। ଏହି ସର୍ଭିସ ସେଣ୍ଟର ବ୍ୟାଙ୍କ ପରି କାମ କରେ।

କିଣାକିଣି ପାଇଁ ନମ୍ବର ଦରକାର: ଅରୋଭିଲ୍ଲେ ଫାଇନାନ୍‌ସିଆଲ୍‌ ସର୍ଭିସ ତରଫରୁ ଏକ ଆକାଉଣ୍ଟ ନମ୍ବର ଦିଆଯାଏ। ଏହି ନମ୍ବରରେ ଜଣେ ପ୍ରାୟ ୨୦୦ କମର୍ସିଆଲ୍‌ ସେଣ୍ଟର ଓ ଏଠାରେ ଥିବା ଛୋଟବଡ଼ ଦୋକାନରେ କିଣାକିଣି କରିପାରିବ। କେହି ଯଦି ଅତିଥି ଆସନ୍ତି ତାଙ୍କୁ ଡେବିଟ୍‌ କାର୍ଡ ପରି ଏକ ଅରୋ କାର୍ଡ ଦିଆଯାଏ। ତେଣୁ ଅରୋଭିଲ୍ଲେ ମଧ୍ୟରେ ପଇସା ଦେଇ ଜିନିଷ କିଣାବିକା ହୁଏନାହିଁ।

ନା ପୋଲିସ ନା ମେୟର: ଏଠାରେ ରହୁଥିବା ଲୋକଙ୍କର ଦୁନିଆର କୌଣସି କଥାକୁ ନେଇ କିଛି ଫରକ ପଡ଼େନା। ସବୁ ସମୟରେ ଏଠାକୁ ଟୁରିଷ୍ଟ ଆସିଥାନ୍ତି। କିନ୍ତୁ ସହରର ସୁପରିଚାଳନା କରିବା ପାଇଁ ପୋଲିସ କିମ୍ବା ମେୟର ନାହାନ୍ତି। ଏଠାକାର ଲୋକ ହିଁ ନିଜ ଦାୟିତ୍ୱ ନିଜେ ନିଅନ୍ତି। ଲୋକମାନେ ଅଧିକାଂଶ ସମୟ ଯୋଗ କରିବାରେ ସମୟ କଟାନ୍ତି। ଏଠାରେ ରହିଛି କେବଳ ଏକ ମାତୃ ମନ୍ଦିର ଯେଉଁଠିକୁ କେବଳ ଲୋକେ ଧ୍ୟାନ ଓ ଯୋଗ ପାଇଁ ଆସନ୍ତି। ଏଠାରେ ଏକ ସୁନ୍ଦର ବିଚ୍‌ ବି ରହିଛି। ଶାନ୍ତିପ୍ରିୟ ଲୋକଙ୍କ ପାଇଁ ଏହି ସ୍ଥାନ ସର୍ବୋତ୍ତମ। ଏଠାରେ ଏକ ସୁନ୍ଦର ଆଉ ଖୁବ୍‌ ବଡ଼ ବଟାନିକାଲ ଗାର୍ଡେନ ବି ରହିଛି; ଯାହା ପାଖାପାଖି ୫୦ ଏକରର। ଅରୋଭିଲ୍ଲେ ସହରର ଏକ ନିଜସ୍ବ ଆର୍କିଟେକ୍‌ ରହିଛି। ଏସବୁ ଛଡ଼ା ଏଠାରେ ଇଣ୍ଡଷ୍ଟ୍ରି, ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ଫାର୍ମହାଉସ୍‌ ଓ ରେଷ୍ଟୁରାଣ୍ଟ ବି ରହିଛି। ଏହାର ନିଜସ୍ବ ଇ-ମେଲ୍‌ ନେଟ୍‌ଓ୍ବର୍କ ବି ରହିଛି। ତେବେ ସବୁଠୁ ବଡ଼ କଥା ହେଲା ୫୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଏଠାରେ ରହୁଛନ୍ତି ପୁଣି କେହି କାହାର ଭାଷା ବୁଝୁ ନାହାନ୍ତି। ତଥାପି ବି ସମସ୍ତେ ଶାନ୍ତି ଶୃଙ୍ଖଳା ସହ ବସବାସ କରୁଛନ୍ତି; ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?