ସଫଳ ନେତୃତ୍ୱ

ଏକଦା ହେନେରୀ ଫୋର୍ଡ କହିଥିଲେ, ”ଏକଜୁଟ ହେଲେ ‘ଆରମ୍ଭ’, ମିଳିମିଶି ରହିପାରିଲେ ‘ପ୍ରଗତି’ ଓ ମିଳିମିଶି କାମକଲେ ‘ବିଜୟ’ ପ୍ରାପ୍ତି ହୋଇଥାଏ।“ ଫୋର୍ଡଙ୍କ ଏହି ଉକ୍ତିଟି ଏକ ଅନୁଷ୍ଠାନ ଗଢ଼ିବାରେ ଶତ ପ୍ରତିଶତ ସତ୍ୟ ସାବ୍ୟସ୍ତ ହୋଇଥାଏ। ଅନୁଷ୍ଠାନଟି ଗଢ଼ିବା ପାଇଁ ନିର୍ଦ୍ଦିଷ୍ଟ କିଛି ସକାରାତ୍ମକ ଲକ୍ଷ୍ୟ ନେଇ କେତେକ ଲୋକ ଏକଜୁଟ ହୋଇଥାଆନ୍ତି। ପରେ ପରେ ସଭ୍ୟ ସଂଖ୍ୟା ବୃଦ୍ଧିପାଇଁ ଉଦ୍ୟମ ଚାଲୁରହେ। ଏହି ସଭ୍ୟସଂଖ୍ୟା ସମମାନସିକତା ସମ୍ପନ୍ନ ଲୋକମାନଙ୍କୁ ନେଇ ବଢ଼ି ଚାଲେ। ଏହି ବଢ଼ି ଚାଲୁଥିବା କାଳଖଣ୍ଡଟି, ଗଢ଼ିଉଠୁଥିବା ଅନୁଷ୍ଠାନଟି ପାଇଁ ଏକ ସ୍ପର୍ଶକାତର ସମୟ ଭାବରେ ବିବେଚିତ ହୋଇଥାଏ। ଆଜିର ସମାଜରେ ପଦ ଏବଂ ପ୍ରତିଷ୍ଠା ପାଇଁ କିଏ ବା ଲାଳାୟିତ ନୁହେଁ? ଏହି ଅବସରରେ ଗଢ଼ିଉଠୁଥିବା ଅନୁଷ୍ଠାନର ବିକଳ୍ପ ନେତୃତ୍ୱ ଆପଣାଇବା ପାଇଁ କେହି କେହି ଆଶାୟୀ ହେଲେ, ମିଳିମିଶି ରହିବା ଆଉ ସମ୍ଭବ ହୁଏ ନାହିଁ। ତେଣୁ ଅନୁଷ୍ଠାନର ପ୍ରଗତି ବ୍ୟାହତ ହୁଏ। ଖାଲି ମିଳିମିଶି ରହିଲେ ହେବନାହିଁ; ଅନୁଷ୍ଠାନର ଲକ୍ଷ୍ୟ ପୂରଣ ପାଇଁ, ବିଜୟ ପ୍ରାପ୍ତି ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହୁଏ। ଏହି ମିଳିମିଶି କାମକରିବା ପ୍ରକ୍ରିୟାଟି ନିର୍ଭରକରେ ଅନୁଷ୍ଠାନର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ଦକ୍ଷତା, ବ୍ୟକ୍ତିତ୍ୱ, ନୀତିବାଦିତା, କର୍ମପ୍ରବଣତା, ନିରପେକ୍ଷ ବିଚାର ମାନସିକତା ଉପରେ। ତେବେ ଯାଇ ସହଯୋଗିତା ଓ ସହଭାଗିତାରେ ଅନୁଷ୍ଠାନର ସମସ୍ତକର୍ମ ସଂପାଦିତ ହୋଇଥାଏ।
ପୃଥିବୀରେ ଏପରି କେହି ବ୍ୟକ୍ତି ନାହାନ୍ତି, ଯିଏ ସାମାଜିକ ଅନୁଷ୍ଠାନଗୁଡ଼ିକରୁ କୌଣସି ନା କୌଣସି ସମୟରେ, କୌଣସି ନା କୌଣସି ପରିସ୍ଥିତିରେ ଉପକୃତ ଅଥବା ସାହାଯ୍ୟପ୍ରାପ୍ତ ନ ହୋଇଛନ୍ତି। ଏହି ଅନୁଷ୍ଠାନଗୁଡ଼ିକର ଉତ୍ସ ଅନନ୍ତସ୍ରାବୀ ନୁହେଁ। ତେଣୁ ଉପକୃତ ହୋଇଥିବା ଲୋକମାନଙ୍କର ବିଶେଷ ଭାବରେ ସମାଜପ୍ରତି ଦାୟିତ୍ୱବୋଧ ଏବଂ କର୍ତ୍ତବ୍ୟବୋଧ ରହିବା ବିଧେୟ। ସେହି ଅନୁଯାୟୀ ଜନମଙ୍ଗଳକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ଅଥବା ନିଜସ୍ବ ଉଦ୍ୟମରେ ନୂତନ ସେବାମୂଳକ ଅନୁଷ୍ଠାନ ଗଢ଼ି ସମାଜ ସେବାରେ ବ୍ରତୀ ହେବା ସେମାନଙ୍କର ନୈତିକ ଅଥବା ସାମାଜିକ କର୍ତ୍ତବ୍ୟ।
ଆମ ସମାଜରେ କାର୍ଯ୍ୟରତ ଥିବା/ ଗଢ଼ିଉଠିଥିବା ଅନୁଷ୍ଠାନଗୁଡ଼ିକ ମୁଖ୍ୟତଃ ରକ୍ତଦାନ ଶିବିରର ଆୟୋଜନ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ, ଗଣ ସାକ୍ଷରତା କାର୍ଯ୍ୟକ୍ରମ, ତମାଖୁ ସେବନ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି କାର୍ଯ୍ୟକ୍ରମକୁ ଆୟୋଜନ କରିଥାନ୍ତି। ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥରାଶି କେତେକ କ୍ଷେତ୍ରରେ ସରକାରୀ ଅନୁଦାନ, ବଦାନ୍ୟ ବ୍ୟକ୍ତିବିଶେଷ ତଥା ସଭ୍ୟମାନଙ୍କର ସହାୟତା ଏବଂ ଆନ୍ତର୍ଜାତିକ ଦାତବ୍ୟ ଫାଉଣ୍ଡେଶନ ତରଫରୁ ମିଳିଥାଏ। ଆଜିର ସମାଜରେ ଅଧିକାଂଶ ଲୋକ ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ସମାଜସେବା ବିମୁଖ ହୋଇ ପଡ଼ିଛନ୍ତି। ଆମ ସମାଜର ଉନ୍ନତି କଳ୍ପେ ଆମେ ଆଗ୍ରହ ପ୍ରକାଶ ନ କଲେ ଅନ୍ୟମାନେ କାହିଁକି ବା ଏଥିରେ ମୁଣ୍ଡ ଖେଳାଇବେ?
ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଭିତରୁ କେହି ଅପରିହାର୍ଯ୍ୟ ନୁହନ୍ତି। କୌଣସି କାରଣରୁ ନେତୃତ୍ୱ ନେଉଥିବା ପଦାଧିକାରୀଙ୍କ ମଧ୍ୟରେ ପରିବର୍ତ୍ତନ ଘଟିଲେ, ନୂତନ ନିର୍ବାଚିତ ଅଥବା ମନୋନୀତ ସଭ୍ୟମାନେ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣକରି ଅନୁଷ୍ଠାନଟିକୁ ଆଗକୁ ବଢ଼ାଇନେବାକୁ ସେମାନଙ୍କର ସକଳ ପ୍ରୟାସ ଜାରିରଖନ୍ତି। କୌଣସି ଉଚ୍ଚପଦାଧିକାରୀ ଯଦି ନିଜର ଅହଂଭାବ ଏବଂ ସର୍ବଜ୍ଞାତା ଭାବକୁ ଅନୁଷ୍ଠାନ ଉପରେ ଲଦିଦେବାକୁ ଚେଷ୍ଟା କରନ୍ତି ତେବେ ସଭ୍ୟମାନଙ୍କ ଭିତରେ ଅସନ୍ତୋଷ ଏବଂ ନୈରାଶ୍ୟଭାବ ବୃଦ୍ଧିପାଏ। କ୍ରମେ ଅନୁଷ୍ଠାନର ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତେଣୁ ସହମତିଭିତ୍ତିରେ କାର୍ଯ୍ୟକରିବା ଏହାର ଏକମାତ୍ର ଉପାୟ; ଯାହାର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁ ଅଥବା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ନାହିଁ। ଶେଷରେ ଏତିକିମାତ୍ର କହିବି, ଯେଉଁ ନେତୃତ୍ୱ ପାରମ୍ପରିକ ଢଙ୍ଗରେ ଅନୁଷ୍ଠାନଟିକୁ ଚଳାଇ ରଖେ ସେଥିରେ ନ ଥାଏ ବିକାଶର ପଦ ଚିହ୍ନ ଅଥବା ନୂତନ ଭାବରେ କିଛି କରିଦେଖାଇବାର ଅଭୀପ୍‌ସା। ସେ ନେତୃତ୍ୱକୁ ଆମେ କାମଚଳା ନେତୃତ୍ୱର ଆଖ୍ୟା ଦେଇପାରିବା। ନୂତନ ଭାବରେ କିଛି କରିଦେଖାଇ ପାରିଲେ ଅନୁଷ୍ଠାନର ନେତୃତ୍ୱ ପ୍ରତି ଆସ୍ଥା, ବିଶ୍ୱାସ, ସମ୍ମାନବୋଧ ବୃଦ୍ଧିପାଏ। ବାସ୍ତବରେ ଏହାକୁ ହିଁ କହିପାରିବା ସଫଳ ନେତୃତ୍ୱ।

  • ଇଂ. ମୁରଲୀଧର ହୋତା
    ମୋ:୯୮୬୧୧୪୦୧୬୯

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?