Posted inଜାତୀୟ

ସୌର ଶକ୍ତି-ମହାକାଶ କ୍ଷେତ୍ରର ସଫଳତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୩୦।୧୦ : ମନ କି ବାତ୍‌ର ୯୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ସେ ଛଠ୍‌ ମହୋତ୍ସବରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ପର୍ବ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଏ। କିଷାନ କୁସୁମ ଯୋଜନା ବିଷୟରେ ଉଲ୍ଲେଖ କରି ସେ ସୌର ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ମଧ୍ୟ କହିଛନ୍ତି। ଏହି ଦୁଇ କ୍ଷେତ୍ର ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗୁଜରାଟର ମୋଢ଼େରା ଗାଁର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଦେଖି ଅନ୍ୟ ଗାଁର ଲୋକମାନେ ମୋତେ ସେମାନଙ୍କ ଗାଁକୁ ସୌର ଗ୍ରାମରେ ପରିଣତ କରିବାକୁ ଲେଖୁଛନ୍ତି।

ଭାରତୀୟ ମହାକାଶ ଗବେଷଣା ସଂଗଠନ ଭାରତକୁ ବିଶ୍ୱ ବାଣିଜ୍ୟ ବଜାରରେ ଏକ ଶକ୍ତିଶାଳୀ ସ୍ଥିତି ପ୍ରଦାନ କରିପାରିଛି।

ଏପରି ଏକ ସମୟ ଥିଲା ଯେତେବେଳେ ଭାରତକୁ କ୍ରାୟୋଜେନିକ ଟେକ୍ନୋଲୋଜି ଦେବାକୁ ମନା କରାଯାଇଥିଲା। କିନ୍ତୁ ଭାରତ ନିଜେ ଏହି କାର୍ଯ୍ୟ କରିଛି ଏବଂ ଆଜି ଏହା ନିଜସ୍ବ ଟେକ୍ନୋଲୋଜି ସହିତ ଉପଗ୍ରହ ଉତକ୍ଷେପଣ କରୁଛି।

ସମଗ୍ର ବିଶ୍ୱ ଏହାର ଭବିଷ୍ୟତକୁ ସୌର ଶକ୍ତି ଉପରେ କେନ୍ଦ୍ରିତ କରିଛି। ଆମେ ଆମର କୃଷକ ଭାଇମାନଙ୍କ ପାଇଁ କିଷାନ କୁସୁମ ଯୋଜନା ଆରମ୍ଭ କଲୁ। ଯେଉଁଥିରେ କୃଷକମାନେ ସୌର ପମ୍ପ ସ୍ଥାପନ କରୁଛନ୍ତି। ବର୍ତ୍ତମାନ କୃଷକମାନେ ସୌର ଶକ୍ତିରୁ ରୋଜଗାର କରି ପାରୁଛନ୍ତି। ସେ ତାମିଲନାଡୁର କାଞ୍ଚିପୁରମର ଜଣେ କୃଷକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯିଏ ତାଙ୍କ ଫାର୍ମରେ ୧୦ ହର୍ସ ପାଓ୍ବାରର ଏକ ସୌର ପମ୍ପ ସେଟ ସ୍ଥାପନ କରିଛି । ସୌର ଶକ୍ତି ରୋଜଗାରର ନୂତନ ମାଧ୍ୟମ ପାଲଟିଥିବା ପ୍ରଧାନମନ୍ତ୍ରୀ
କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri