ସୁବର୍ଣ୍ଣପୁର ଦେଖିନାହିଁ ବିଧାୟିକା

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ରାଜନୀତିରେ ବହୁ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରୁ ଜଣେ ହେଲେ ମହିଳା ବିଧାୟକ ପଦ ମଣ୍ଡନ କରିପାରି ନାହାନ୍ତି। ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ନାରୀ ବିକାଶ ଓ ମହିଳା ସଶକ୍ତୀକରଣ ଅଭିଯାନ ଜିଲାର ମହିଳା ନେତ୍ରୀଙ୍କ ପାଇଁ କେବଳ ସ୍ଲୋଗାନରେ ସୀମିତ ରହିଛି।
ଜିଲା ରାଜନୀତିରେ ପୁରୁଷଙ୍କ ଆଧିପତ୍ୟ ଥିବାରୁ କୌଣସି ଦଳ ଏ ପର୍ଯ୍ୟନ୍ତ ମହିଳାଙ୍କୁ ସୁଯୋଗ ଦେଇନାହାନ୍ତି। ୨୦୦୯ରେ ଭାଜପା ପ୍ରାକ୍ତନ ପୌରାଧ୍ୟକ୍ଷା ଦମୟନ୍ତୀ ବାରିକ୍‌ଙ୍କୁ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ପରାଜିତ ହୋଇଥିଲେ। ବିଜେଡି ଓ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇନାହାନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଜିଲାରେ ସରପଞ୍ଚ, ସମିତି ସଭ୍ୟଙ୍କ ଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ, କାଉନସିଲର, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦରେ ମହିଳାମାନେ ରହିଛନ୍ତି। ଏହା ସହ ରାଜନୈତିକ ଦଳର ପଦାଧିକାରୀ ଭାବେ ମଧ୍ୟ ଏକାଧିକ ମହିଳା ଦାୟିତ୍ୱ ନିର୍ବାହ କରୁଛନ୍ତି। କିନ୍ତୁ ସେହି ସ୍ତରରୁ ଆଉ ମହିଳା ନେତ୍ରୀ ଆଗକୁ ଉଠି ପାରୁନାହାନ୍ତି। ଅର୍ଥାତ୍‌ ପ୍ରତିଦ୍ୱନ୍ଦିତା ପାଇଁ ସୁଯୋଗ ମିଳୁ ନ ଥିବାରୁ ନାରୀ ନେତ୍ରୀମାନେ ନୀତି ଓ ନିଷ୍ପତ୍ତି ନେବାର ବୃହତ୍‌ ମଞ୍ଚ ବିଧାନସଭାରେ ଦୃଶ୍ୟମାନ ହେଉନାହାନ୍ତି। ସୋନପୁର ଉପଖଣ୍ଡ ଜିଲା ହେବା ପୂର୍ବରୁ ବଲାଙ୍ଗୀର ଜିଲା ଅଧୀନରେ ଥିଲା। ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ସୋନପୁର, ବୀରମହାରାଜପୁର ଓ ବିନିକା ବିଧାନସଭା ଆସନ ଥିଲା। ୨୦୦୯ ସୀମା ପୁନନିର୍ଦ୍ଧାରଣ ପରେ ବିନିକା ଆସନ ବିଲୀନ ହୋଇ ଯାଇଥିଲା। ଏବେ ଜିଲାରେ ସୋନପୁର ଓ ବୀରମହାରାଜପୁର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଜିଲାରେ ୨ଲକ୍ଷ ୨୫ହଜାର ୮୦୯ଜଣ ମହିଳା ଓ ୨ଲକ୍ଷ ୪୨ହଜାର ୮୫୦ଜଣ ପୁରୁଷ ମତଦାତା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri