ନିମ୍ନମାନର ଖାଦ୍ୟକୁ ନା

ଢେଙ୍କାନାଳ ଅଫିସ, ୨୮।୯: ପାର୍ବଣ ଋତୁ ହେଉଛି ବ୍ୟବସାୟର ସମୟ। ବ୍ୟବସାୟୀମାନେ ଏହି ଦୁଇମାସକୁ କରିଥାଆନ୍ତ ଅପେକ୍ଷା। ଅଧିକ ଲାଭ ମନାଭାବ ହେଉ କି ସଚେତନତାର ଅଭାବ ଅନେକ ସମୟରେ ସେମାନେ ଭୁଲିଯାଆନ୍ତି ଖାଦ୍ୟ ନିରାପତ୍ତା। ପାଟିକୁ ସ୍ବାଦିଷ୍ଟ ଲାଗୁଥିଲେ ମଧ୍ୟ ଗୁଣବତ୍ତା ଅଭାବରୁ ସେସବୁ ପାଲଟିଯାଏ ସ୍ବାସ୍ଥ୍ୟପକ୍ଷେ ବିଷ। ତେବେ ଚଳିତ ପାର୍ବଣରେ କୌଣସି ପରିସ୍ଥିତିରେ ନିମ୍ନମାନର ଖାଦ୍ୟପଦାର୍ଥ ବିକ୍ରିବଟାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅନୁଷ୍ଠିତ ସୁରକ୍ଷିତ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ ସମ୍ପର୍କିତ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ। ଏଥିଲାଗି ପ୍ରଶାସନ ପକ୍ଷରୁ ଅକ୍ଟୋବର ୧ରୁ ୧୯ ଯାଏ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ। ହୋଟେଲ, ରେଷ୍ଟୁରାଣ୍ଟ, ରାସ୍ତାପାର୍ଶ୍ୱ ଜଳଖିଆ ଦୋକାନ, ଫାଷ୍ଟଫୁଟ୍‌ ସେଣ୍ଟରଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି ହେବ। ସାମାନ୍ୟ ଅବହେଳା ଦୃଷ୍ଟିକୁ ଆସିଲେ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଆଗକୁ ଗଣପର୍ବ ଲକ୍ଷ୍ମୀପୂଜା ଥିବାରୁ ନିମ୍ନମାନର ଖାଦ୍ୟପଦାର୍ଥ ବିକ୍ରି ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବାକୁ ମାଜିଷ୍ଟ୍ରେଟ୍‌, ପୋଲିସ, ଯୋଗାଣ ଅଧିକାରୀ, ଅବକାରୀ ନିରୀକ୍ଷକ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ୭ ଜଣିଆ ସ୍କ୍ବାଡ୍‌ ଗଠନ କରାଯିବ। ଉକ୍ତ ସ୍କ୍ବାଡ୍‌ ନିୟମିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବ। ଏଥିସହ ପ୍ରତିମାସରେ ଜିଲାର ସ୍କୁଲ, କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ହଷ୍ଟେଲରେ ଅନୂ୍ୟନ ଦୁଇଥର ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯିବ। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ପାର୍ବଣରେ ବାସି ଖାଦ୍ୟଠାରୁ ଦୂରେଇ ରହି ତଟକା ଖାଦ୍ୟ ଖାଇବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ସେହିପରି ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ ଅଞ୍ଚଳରେ ପରିଣତ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧିରେ ଯେପରି ନିଶାଦ୍ରବ୍ୟ ବିକ୍ରି ନ ହେବ ସେଥିଲାଗି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଅତିରିକ୍ତ ଜିଲପାଳ (ରାଜସ୍ବ) ଉଦୟ ମହାପାତ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ, ସିଡିଏମ୍‌ଓ ଡା. ଅଶୋକ ଦାଶ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୭।୫: ପୁରୀ ସହରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ନିର୍ଦ୍ଧାରିତ ସମୟ...

ଥମୁନି ହାତୀ ଉପଦ୍ରବ: ଲୋକେ ଆତଙ୍କିତ

ବୁଗୁଡ଼ା,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳର ଠଣାପଲ୍ଲୀ ବିଟ୍‌ରେ ଏକ ଦନ୍ତାହାତୀ ପ୍ରବେଶ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କୁଞ୍ଜବନ ଗ୍ରାମର ଧାନ ଖାଇ...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ...

ନଭେମ୍ବରକୁ ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା

କଟକ ଅଫିସ୍‌,୨୯ା୮: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଅକ୍ଟୋବର ବଦଳରେ ନଭେମ୍ବରରେ ହେବ। ଶୁକ୍ରବାର ଏନେଇ...

ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ ସିଟି ମନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ସିଟି କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି।...

ଜଟଣୀ ବାଇପାସ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୬।୫: କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ଜଟଣୀ ବାଇପାସ ଛକ ନିକଟରେ ଚଢ଼ାଉ କରି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ...

କୋଭିଡ ଟୀକାକରଣ ନିମନ୍ତେ ପୂର୍ବାଭ୍ୟାସ

ଦେବଗଡ଼,୩ା୧(ଡି.ଏନ.ଏ) ଦେବଗଡ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୋଭିଡ ଟୀକାକରଣର ପୂର୍ବାଭ୍ୟାସ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ...

ଭୟରେ ଓଲଟିଲା ମାଛ ଗାଡ଼ି

ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି...

Advertisement
Archives

Model This Week