ଅନୁଦାନ ଫେରୁଛି, ହୋଇପାରୁନି ଏସ୍‌ଟିପି ପ୍ଲାଣ୍ଟ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ ନଦୀରେ ମିଶୁଛି। ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇ ନ ଥିବାରୁ ଏହି ଉଭୟ ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ସହର ଉପକଣ୍ଠ ନଦୀକୁ ପ୍ରଦୂଷିତ କରୁଛି।
ସୂଚନା ଅନୁସାରେ, ୨୦୧୬-୧୭ରେ ରାଉରକେଲାରେ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ ପାଇଁ ରାଉରକେଲା ଓ କୋଏଲ ନଗରକୁ ଅନ୍ତର୍ଭୁକ୍ତ କରାଗଲା। ରାଉରକେଲା ସହରାଞ୍ଚଳ ପାଇଁ ବାଲୁଘାଟରେ ଏସ୍‌ଟିପି-୩ ଓ କୋଏଲ ନଗରରେ ଏସ୍‌ଟିପି-୧ ସ୍ଥାପନ ପାଇଁ ଧାର୍ଯ୍ୟ ହେଲା। ରାଉରକେଲା ସହାରାଞ୍ଚଳ ଏସଟିପି-୩ ଲାଗି ରାଉରକେଲା ରାଜସ୍ବ ବିଭାଗ ତରଫରୁ ବାଲୁଘାଟରେ ଜମି ବନ୍ଦୋବସ୍ତ ହେଲା। କୋଏଲ ନଗର ଏସ୍‌ଟିପି-୧ ପାଇଁ ଆରଏସପି ପକ୍ଷରୁ କୋଏଲ ନଗରରେ ୪ଏକର ଜମି ବନ୍ଦୋବସ୍ତ କରାଗଲା। ମାତ୍ର କୋଏଲ ନଗରରେ ରହୁଥିବା ବିସ୍ଥାପିତ ଲୋକମାନେ ସେମାନଙ୍କ ସ୍ଥାୟୀ ଥଇଥାନ ନ ହେବା ଯାଏ କୋଏଲ ନଗରରେ ଏସ୍‌ଟିପି ସ୍ଥାପନ କରାଇଦେବୁ ନାହିଁ ବୋଲି ଜିଦରେ ଅଟଳ ରହିବାରୁ ତାହା ସ୍ଥାପନ ହୋଇପାରିଲା ନାହିଁ। ଇତିମଧ୍ୟରେ ଏସ୍‌ଟିପି-୩ ସ୍ଥାପିତ ହୋଇସାରିଛି। ମାତ୍ର ଦୀର୍ଘବର୍ଷ ପରେ ମଧ୍ୟ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏସ୍‌ଟିପି କୋଏଲ ନଗର-୧ ଓ ବନ୍ଧମୁଣ୍ଡା ଏସ୍‌ଟିପି-୨ ଏଯାଏ ଆରମ୍ଭ ହୋଇନାହିଁ। ବନ୍ଧମୁଣ୍ଡାରେ ୯ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୨ ବିସ୍ତୃତ ଯୋଜନା ଡିପିଆରରେ ସାମିଲ ହୋଇଥିଲା। ଏଠାରେ ମଧ୍ୟ ରେଲଓ୍ବେ ଜମି ଜନିତ ବିବାଦ କାରଣରୁ ଆଇଆଇଏସ୍‌ରୁ ଟେଣ୍ଡର ପ୍ରକ୍ରିୟାକୁ ପୂର୍ବରୁ ହଟାଇ ଦିଆଗଲା। ୨୦୧୬-୧୭ ଆର୍ଥତ୍କ ବର୍ଷରେ ପ୍ରାୟ ୩୪୦.୧୯ କୋଟି ଟଙ୍କା ବ୍ୟୟରେ ୨୩୧କି.ମି ସ୍ବିରେଜ ପାଇପ ଲାଇନ ୮ଏମଏଲଡି ବିଶିଷ୍ଟ ଏସ୍‌ଟିପି-୧ ଏବଂ ୪୦ଏମ୍‌ଏଲଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୩ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ଜମି ସମସ୍ୟା ଯୋଗୁ ତକତ୍ାଳୀନ ଜଳପୂର୍ତ୍ତି ବିଭାଗ ଓ ସ୍ବରେଜ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି) କୋଏଲନଗର ଜଳଗ୍ରହଣ କ୍ଷେତ୍ର ପାଇଁ ଏସଟିପି-୧ର ସ୍ବେରେଜ ଲାଇନ ସଂଯୋଗକୁ ହଟାଇ ଦେଲେ। ଫଳରେ କୋଏଲ ନଗର ଅଞ୍ଚଳରେ ବର୍ତ୍ତମାନ ଆରଏମ୍‌ସି ପକ୍ଷରୁ ପୁରୁଣା ସ୍ବେରେଜ ସିଷ୍ଟମ ମାଧ୍ୟମରେ ବର୍ଜ୍ୟଜଳ ନିଷ୍କାସନ କାର୍ଯ୍ୟ ହେଉଛି। ଆର୍‌ଏମ୍‌ସି ପକ୍ଷରୁ କୋଏଲ ନଗରରୁ ଅପଶିଷ୍ଟ ଜଳକୁ ବୃହତ ପ୍ଲାଷ୍ଟିକ ଟାଙ୍କିରେ ଜମା କରାଯାଏ ଏବଂ ପରେ ସେସ୍‌ ପୁଲ ବାହାନରେ ୪୦ହଜାର ଲିଟର କ୍ଷମତା ବିଶିଷ୍ଟ ସ୍ବେରେଜ ଉପଚାର କେନ୍ଦ୍ରକୁ ନିଆଯାଏ। ଏହା ବ୍ୟତିରେକ କୋଏଲ ନଗରରୁ ନିର୍ଗତ ବଳକା ବର୍ଜ୍ୟ ଜଳ ନାଳ ଦ୍ୱାରା କୋଏଲ ନଦୀରେ ମିଶୁଛି।
ଉଲେଖନୀୟ, ବାଲୁଘାଟରେ ୧୮୫ କି.ମି ଲମ୍ବ ବିଶିଷ୍ଟ ସ୍ବେରେଜ ଲାଇନ ଏସ୍‌ଟିପି-୩ ବାଲୁଘାଟ ୨୦୨୧ ଫେବୃଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହାଦ୍ୱାରା ୧୨ହଜାର ଘରକୁ ସ୍ବେରେଜ ସିଷ୍ଟମରେ ଯୋଡିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ମାତ୍ର ଦୀର୍ଘ ୩ ବର୍ଷ ପରେ ମଧ୍ୟ ଧାର୍ଯ୍ୟ ସଂଖ୍ୟାରୁ ମାତ୍ର ୫୦ପ୍ରତିଶତ ଘରକୁ ଏସ୍‌ଟିପି-୩ ସହ ସ୍ବେରେଜ ପାଇପ ସଂଯୋଗ ହୋଇପାରିଛି। ଫଳରେ ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀ ପ୍ରଦୂଷିତ ହେଉଛି। ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ଲାଗି ଏସ୍‌ଟିପି ପ୍ଲାଣ୍ଟ ଜରୁରୀ ଥିବାବେଳେ ଏଥିଲାଗି କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସୁଛି। ମାତ୍ର ଜମି ସମସ୍ୟା ଓ ବିସ୍ଥାପିତଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନ ଥିବାରୁ ଅନୁଦାନ ଫେରିଯାଉଛି। ଏ ନେଇ ରାଉରକେଲା ଓ୍ବାଟ୍‌କୋ ସ୍ବେରେଜ ବିଭାଗ ମହାପ୍ରବନ୍ଧକ ବି. କେ. ଡାକୁଆ କୁହନ୍ତି, କୋଏଲ ନଗର ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହେଲେ କୋଏଲ ନଗର ଅଞ୍ଚଳରୁ ନିର୍ଗତ ଅପଶିଷ୍ଟ ବର୍ଜ୍ୟଜଳ ସହଜରେ ବିଶୋଧିତ ହୋଇପାରନ୍ତା। ଆର୍‌ଏମ୍‌ସି ତରଫରୁ ହେଉଥିବା ଯାନ, ଡିଜେଲ ଓ ବିଦ୍ୟୁତ ଜନିତ ଖର୍ଚ୍ଚରେ ମଧ୍ୟ ଅଙ୍କୁଶ ଲାଗନ୍ତା। ମାତ୍ର ଜମି ସମସ୍ୟା ଯୋଗୁ ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇନାହିଁ ବୋଲି ଡାକୁଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri