ଗୋ’ ହତ୍ୟା ଆଇନ କଡ଼ାକଡ଼ି କରିବାକୁ ଆହ୍ବାନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଖୋର୍ଦ୍ଧା,୨୭ା୪(ପ୍ରଭାତ ପାଣିଗ୍ରାହୀ): ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ, ଗୋ’ ହତ୍ୟା ବନ୍ଦ ଦାବିରେ ସୋମବାର ସର୍ବଭାରତୀୟ ସ୍ତରରେ ସାଧୁସନ୍ଥମାନଙ୍କ ଡାକରା ଗୋ’ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି କ୍ରମରେ ଏହି ଅଭିଯାନ, ଖୋର୍ଦ୍ଧା ଶାଖା ପକ୍ଷରୁ ଏକାଧିକ ଗୋ’ ସେବକ ନୂଆ ବସଷ୍ଟାଣ୍ଡଠାରୁ ଗୋମାତାଙ୍କୁ ସାଥିରେ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ହଜାରରୁ ଊଦ୍ଧର୍‌ବ ଦସ୍ତଖତ ସମ୍ବଳିତ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଗୋ’ ମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ, ଗୋହତ୍ୟା ବନ୍ଦ ଆଇନ କଡ଼ାକଡ଼ି କରିବାକୁ ସ୍ଲୋଗାନ ଦେଇଥିଲେ।

ଏହି ଅଭିଯାନ ଖୋର୍ଦ୍ଧା ଆବାହକ ଗୋସେବକ ରାଧାମୋହନ ପ୍ରଧାନଙ୍କ ନେତୃତ୍ୱରେ ବିଶ୍ବମ୍ବର ଦାସ ମହାରାଜ ଯୋଗଦେଇ ଗୋ’ମାତାର ସୁରକ୍ଷା, ସଂରକ୍ଷଣ, ସମ୍ବର୍ଦ୍ଧନା ହିନ୍ଦୁ ସମାଜ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୁ ପ୍ରସାଦ ମଙ୍ଗରାଜ, ଅଜୟ ମାଝୀ, ଶୁଭଙ୍କର ପାଇକରାୟ, ସତ୍ୟଜିତ ବେହେରା, ଉଦିତ ପ୍ରହରାଜ, ଏସ ଏମ୍‌ ଦିବ୍ୟ ପ୍ରକାଶ, କୌଶିକ ବରାଳଙ୍କ ସମେତ ଏକାଧିକ ଗୋସେବକ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?