ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ବାଉଁଶୁଣୀ, ୩।୨(ଡି.ଏନ.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ଖେଳ ପଡିଆଠାରେ ଆସନ୍ତା ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ନିମନ୍ତେ ଶୁଭଖମ୍ବ ସ୍ଥାପନ ଶୁକ୍ରବାର କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ବିଡ଼ିଓ ଅବିନାଶ ପାଣ୍ଡିଆ, ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ୬ ନଂ. ଜିଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ବୌଦ୍ଧ ବ୍ଲକ ସରପଞ୍ଚ ସଂଘର ସଭାପତି ଅରୁଣ କୁମାର ବାଘ, କଣ୍ଟାମାଳ ବ୍ଲକ ସରପଞ୍ଚ ସଂଘ ସଭାପତି ସାର୍ଦୁଲ ନାଗ, ହରଭଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ନିହାର ରଞ୍ଜନ ଘୋଷ, ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ସରପଞ୍ଚ ଭାରତୀ ପୁରୋହିତ, ତେଲିବନ୍ଧ ସରପଞ୍ଚ ରତ୍ନାକର ବେହେରା, ଭୈରବୀ ମହୋତ୍ସବ କମିଟି ସମ୍ପାଦକ ତଥା ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ, ମୁଣ୍ଡିପଦର ପୂର୍ବତନ ସରପଞ୍ଚ ମହେନ୍ଦ୍ର ପ୍ରଧାନ, ପଦ୍ମନପୁର ସରପଞ୍ଚ ସୌଦାମିନି ବାରିକ, ଜଗତୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ, ସହସମ୍ପାଦକ ସ୍ବାଧୀନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଗନ୍ଧରାଢୀର ବିକାଶ ପାଇଁ ମହୋତ୍ସବ ଜରୁରୀ ବୋଲି ବକ୍ତବ୍ୟ ଦେଇଥିଲେ। ଏହା ସହିତ ଏହାର ଇତିହାସ ସମସ୍ତେ ଜାଣିଲେ ଏହାର ବିକାଶ ସମ୍ଭବ ବୋଲି କହିଥିଲେ। ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି ମନୋରଞ୍ଜନ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଶମ୍ଭୁ ଗିରି ମଞ୍ଚ ପରିଚାଳନା ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଣ୍ଡାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ବାଇଁ ଧନ୍ୟବାଦ ଦେଇଥିଲେ। ବିଗତ ମହୋତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଣ୍ଡିତ ସୁଶୀଳ କୁମାର ପାଣିଗ୍ରାହୀ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ଭୋଳାଗିରି ସାହୁ, ନିରଞ୍ଜନ ଗିରି, ଅକ୍ଷୟ କୁମାର ସ୍ବାଇଁ, ପ୍ରଭାତ କୁମାର ଶତପଥୀ, ସ୍ବାଧୀନ କୁମାର ପ୍ରଧାନ, ନବୀନ କୁମାର ପ୍ରଧାନ, ସ୍ବାଧୀନ ପରିଡ଼ା, ବ୍ରହ୍ମା କୁମ୍ଭାରଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକାରୀ ସଦସ୍ୟ ସ୍ବପ୍ନେଶ୍ୱର ମହାନ୍ତି, ଅକ୍ଷୟ କୁମାର ସାଇଁ, କୃତ୍ତିବାସ ପଲିଆ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?