ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ ଥର ପାଇଁ ଫୁଲି ଉଠିଛି। ଚାନ୍ଦିଲି ବନ୍ଧଠାରେ ୭ଟି ଫାଟକ ଖୋଲାଥିବା ବେଳେ ଗାଲୁଡିହରେ ୧୧ଟି ଫାଟକ ଦେଇ ପ୍ରତି ସେକେଣ୍ଡରେ ୬୫ହଜାର ଘନ ମିଟର ପାଣି ନଦୀକୁ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଆସୁଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି।
ପୂର୍ବାହ୍ନ ୮ଟା ସୁଦ୍ଧା ମୁରିରେ ୨୪ ମି.ମି., ଆଦିତ୍ୟପୁରରେ ୨୭ ମି.ମି., ଜାମସେଦପୁରରେ ୪୫ ମି.ମି., କରକାଇରେ ୬୭ ମି.ମି,. ଚାନ୍ଦିଲିରେ ୧୪୩ ମି.ମି., ଘାଟଶିଳାରେ ୫୪ ମି.ମି., ଫେକଘାଟରେ ୧୯୨ ମି.ମି., ଜାମଶୋଳାଘାଟରେ ୧୫୭ ମି.ମି., ଗୋପୀବଲ୍ଲଭପୁରରେ ୨୪୦ ମି.ମି. ଓ ରାଜଘାଟରେ ୬୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୁଧବାର ଅପରାହ୍ନ ୫ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ୧୦ ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ୧୦.୩୬ ମିଟର ରହିଛି। କିନ୍ତୁ ମଧ୍ୟରାତ୍ରରେ ଜଳସ୍ତର ୧୦.୩୬ ମିଟର ଟପିବ ବୋଲି ଜଳସେଚନ ବିଭାଗ ସତର୍କ ସୂଚନା ଦେଇଛି। ଜଳସ୍ତର ଆହୁରି ବଢ଼ି ପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପ୍ରକାଶ କରିଛି। ଲକ୍ଷ୍ମଣନାଥଠାରେ ବନ୍ଧରୁ ଅତଡ଼ା ଖସିଥିବାରୁ ସେଠାରେ ଜଳସେଚନ ବିଭାଗ ଖୁଣ୍ଟପୋତି ବାଲିବସ୍ତା ପକାଉଛି ା ଲକ୍ଷ୍ମଣନାଥଠାରୁ ପୀରଘାଟ ପର୍ଯ୍ୟନ୍ତ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବାରୁ ସୁରକ୍ଷାଲାଗି ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଛି। ଜମାଳପୁର, କଣ୍ଟାପାଳ, ମାକିଡ଼ଆ-କୁଅଁରପୁର ନଦୀବନ୍ଧରେ ମଧ୍ୟ ବିପଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri