ନାବାଳିକା ବଳାତ୍କାରୀ ଛତିଶଗଡ଼ରୁ ଗିରଫ

ବାଲିଆପାଳ,୨୩ା୯(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତଙ୍କୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଭାସ୍କର ଚନ୍ଦ୍ର ସାହୁ (୫୦)।
ଗତ ୧୬ ତାରିଖରେ ଭାସ୍କର ନିଜ ଘରେ ଭଡ଼ା ସୂତ୍ରରେ ୨ ବର୍ଷ ଧରି ରହିଆସୁଥିବା ଥିବା ଜଣେ ଡ୍ରାଇଭରଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କରିଥିବା ନେଇ ପୀଡ଼ିତାଙ୍କ ମାଆ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ପର୍ଶୁରାମ ସାହୁ ଏନେଇ ଏକ ମାମଲା (ନଂ.୧୬୪/୨୧) ରୁଜୁ କରି ତଦନ୍ତ ଜାରି ରଖିଥିଲେ। ପୋଲିସ ଟିମ୍‌ ଅଭିଯୁକ୍ତ ଭାସ୍କରଙ୍କୁୁ ଛତିଶଗଡ଼ରୁ ଗିରଫ କରି ମଙ୍ଗଳବାର ରାତିରେ ବାଲିଆପାଳ ଥାନାକୁ ଆଣିିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଭାସ୍କରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri