ବନ୍ଧାହେଲେ ଉପଜିଲାପାଳ: ୧୦ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଥିଲେ

ଧର୍ମଗଡ଼,୯।୬: କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରିଛି। କ୍ରଶର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଏନେଇ ଭିଜିଲାନ୍ସ ସେଲ୍‌ ଥାନା ପକ୍ଷରୁ ମାମଲା (ନଂ.୬/୨୦୨୫) ରୁଜୁ ହୋଇଥିଲା। ବଡ଼ କଥା ହେଲା, ଭିଜିଲାନ୍ସ ଟିମ୍‌ ଧର୍ମଗଡ଼ସ୍ଥିତ ଉପଜିଲାପାଳ ଧୀମାନଙ୍କ ସରକାରୀ ଆବାସରୁ ଆଉ ୪୭ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଅଧିକାରୀମାନେ ଧୀମାନଙ୍କୁ ହେପାଜତକୁ ନେଇ ଲାଞ୍ଚ କାରବାର ସଂକ୍ରାନ୍ତରେ ପଚରାଉଚରା କରୁଛନ୍ତି। କ୍ରଶର ମାଲିକ ଜଣକ ଜୟପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି। ବ୍ୟବସାୟିକ ନିୟମରେ ତ୍ରୁଟି ଦର୍ଶାଇ ଧୀମାନ କ୍ରଶର ମାଲିକଙ୍କୁ କିଛିଦିନ ହେବ ଧମକାଉଥିଲେ। ୨୦ ଲକ୍ଷ ଟଙ୍କା ଟଙ୍କା ଲାଞ୍ଚ ନ ଦେଲେ ବ୍ୟବସାୟ ବନ୍ଦ କରିଦେବେ ବୋଲି ଧୀମାନ ଚେତାବନୀ ଦେଉଥିଲେ। କୌଣସି ଉପାୟ ନ ପାଇ ଏ ସଂକ୍ରାନ୍ତରେ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଧୀମାନ ସାରେ ଅଗ୍ରିମ ୧୦ ଲକ୍ଷ ଟଙ୍କା ନେବାକୁ ତାଙ୍କ ସରକାରୀ ଆବାସକୁ କ୍ରଶର ମାଲିକଙ୍କୁ ଡାକିଥିଲେ। ଲାଞ୍ଚ ଟଙ୍କା ନେଇ ଟେବୁଲ ଡ୍ରରେ ରଖିଥିବାବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ସେଥିରେ ବିଭିନ୍ନ ନୋଟ୍‌ର ୧୦୦ଟିକିଆ ୨୬ଟି ବଣ୍ଡଲ ଥିଲା। ତେବେ ବାସଭବନରୁ ଜବତ ହୋଇଥିବା ୪୭ ଲକ୍ଷ ଟଙ୍କା ମଧ୍ୟ ଲାଞ୍ଚ ଟଙ୍କା ବୋଲି ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଧୀମାନ ଦୁର୍ନୀତି ଟଙ୍କାକୁ ପ୍ଲଟ୍‌, ଫ୍ଲାଟ୍‌, ନିବେଶ ଆଦିରେ ଠୁଳ କରିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ଓ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଆଦି ଯାଞ୍ଚ କରୁଛି।

ଉଲ୍ଲେଖଯୋଗ୍ୟ, ଧୀମାନଙ୍କ ଘର ତ୍ରିପୁରାର କାଞ୍ଚନପୁର। ତାଙ୍କ ବାପା ସ୍କୁଲ ଶିକ୍ଷକ। ଏନ୍‌ଆଇଟି ଅଗରତାଲାରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିଥିବା ଧୀମାନ ୨୦୧୭ରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ (ଆଇଏଫ୍‌ଏସ୍‌)ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଓଡ଼ିଶା କାଡାର ପାଇଥିଲେ। ପରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ ସର୍ଭିସ୍‌ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୪୮୨ତମ ସ୍ଥାନରେ ରହିଥିଲେ। ସେ ଆଇଏଏସ୍‌ ଟ୍ରେନିଂ ପରେ ୨୦୨୪ ଫେବୃଆରୀରେ ଧର୍ମଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଆଇଏଫ୍‌ଏସ୍‌ ଅଫିସର ଥିବାବେଳେ ସେ ମୟୁରଭଞ୍ଜ ଜିଲା ବାରିପଦାରେ ସହକାରୀ ବନ ସଂରକ୍ଷକ ଦାୟିତ୍ୱରେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri