ଅର୍ଥ ସାଜିଛି ପ୍ରତିବନ୍ଧକ, ପାର୍ବତୀଙ୍କ ପାଠପଢ଼ା ଅଧାରୁ ବନ୍ଦ

ବୈପାରିଗୁଡ଼ା,୧୬ା୯(ଡି.ଏନ୍‌.ଏ.): ଆଦିବାସୀ ଝିଅ ପାର୍ବତୀ ପୂଜାରୀ (୧୦)। ଘର ବୈପାରିଗୁଡ଼ା ବ୍ଲକ ମାଠପଡ଼ା ପଞ୍ଚାୟତର ବାଣୁଆଗୁଡ଼ା ଗ୍ରାମରେ । ଚଳିତ ବର୍ଷ ମାଠପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସହାୟତା ନ ମିଳିବାରୁ ତାଙ୍କ ପାଠପଢ଼ାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ପାର୍ବତୀ ଏନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି।
ପାର୍ବତୀଙ୍କ ବୟସ ଯେତେବେଳେ ମାତ୍ର ବର୍ଷେ ହୋଇଥିଲା ମା’ ପରକରି ଅନ୍ୟତ୍ର ଘର ସଂସାର କରିବାକୁ ଚାଲିଗଲେ। ୨ ବର୍ଷ ପରେ ବାପା ତ୍ରିନାଥ ପୂଜାରୀ ମଧ୍ୟ ଆଖି ବୁଜିଲେ । ଏବେ ଜେଜେବାପା ଡମ୍ବରୁ ପୂଜାରୀ ଏବଂ ଜେଜେମା ମଣିମା ପୂଜାରୀଙ୍କ ପାଖରେ ପାର୍ବତୀ ଅଛନ୍ତି। ଜେଜେ ମା’ ପକ୍ଷାଘାତ ରୋଗରେ ପୀଡ଼ିତ ା ମୂଲ ମଜୁରି ଲାଗୁଥିବା ଏହି ବୃଦ୍ଧ ଦମ୍ପତି ଆଉ ଖଟିପାରୁ ନାହାନ୍ତି। ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଉଭୟେ ଯାହା ପାଉଛନ୍ତି ସେତିକିରେ ପରିବାର ଚଳେଇବା କଷ୍ଟକର ହୋଇପଡୁଛି । ପାର୍ବତୀ ପଞ୍ଚମ ଶ୍ରେଣୀ ପାସ୍‌ କରିବା ପରେ ତାଙ୍କର ଅଧିକ ପଢ଼ିବାକୁ ଆଗ୍ରହ ରହିଛି। ମାତ୍ର କେଉଁଠାରୁ ସହାୟତା ମିଳୁ ନ ଥିବାରୁ ତାଙ୍କ ପାଠପଢ଼ା ଅଟକିଛି। ନାତୁଣୀର ପାଠପଢ଼ାରେ ଆଗ୍ରହ ଦେଖି ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ ବିଭାଗର ବାଳିବା ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଜେଜେ ଓ ଜେଜେ ମା’ ଅନୁରୋଧ କରିଛନ୍ତି। ମାତ୍ର ସେଠାରେ ସିଟ୍‌ ନ ଥିବା ପ୍ରଧାନ ଶିକ୍ଷକ କହୁଛନ୍ତି। ଆଦିବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ପାର୍ବତୀଙ୍କ ପରି ମାଆବାପା ଛେଉଣ୍ଡି ଝିଅ ଶିକ୍ଷାରୁ ବଞ୍ଚତ୍ତ ହେବା ସାଧାରଣରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲିଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?