ଅଧ୍ୟବସାୟ ଆଗରେ ହାରିଲା ଅନଟନ

ପରଜଙ୍ଗ, ୯।୧୦(ଡି.ଏନ୍‌.ଏ.): ବାପା ଦିନ ମଜୁରିଆ। ସାରା ଦିନ କଟେ ହାଡ଼ଭଙ୍ଗା ପରିଶ୍ରମରେ। ସଂସାର ରଥକୁ ଚଳାଇ ନେବାକୁ ମା’ଙ୍କର ଅବଦାନ ବି କମ୍‌ ନୁହେଁ। ରାତି ପାହିଲେ ସଫା କରନ୍ତି ଗଁା ଲୋକଙ୍କ କୁଢ଼କୁଢ଼ ମଇଳା ଲୁଗାପଟା। ଅଭାବୀ ଜୀବନକୁ ଅମାପ କଷଣ। ହେଲେ ଦୁହିଁଙ୍କ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ମିଳିଛି। ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)-୨୦୨୦ ପରୀକ୍ଷାରେ ପୁଅ ପାଇଛନ୍ତି ୭୬ତମ ର଼୍ୟାଙ୍କ୍‌। କଠିନ ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ଅଭାବ ଅନଟନ ପରାସ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହଳ ଗ୍ରାମର ମେଧାବୀ ଛାତ୍ର ମୁନା ସେଠୀ।
ରବୀନ୍ଦ୍ର ସେଠୀ ଏବଂ ବାସନ୍ତୀ ସେଠୀଙ୍କ ସାନପୁଅ ହେଉଛନ୍ତି ମୁନା। ଗଁା ସ୍କୁଲରୁ ପଞ୍ଚମ ଏବଂ ସରାଙ୍ଗ ନବୋଦୟ ବିଦ୍ୟାଳୟରୁ ଯୁକ୍ତ ୨ ପାସ୍‌ କରିଥିବା ଏହି ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ କରିବାକୁ ପଡ଼ିଥିବା ବଡ଼ ସଂଘର୍ଷ। ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇ ରେଭେନ୍‌ଶାରୁ ବାଣିଜ୍ୟରେ ସ୍ନାତକ ପାସ୍‌ କରିଥିଲେ ସେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖାଇଥିଲେ। ତେବେ ସ୍ବାସ୍ଥ୍ୟଗତ କାରଣରୁ ପରୀକ୍ଷା ଦେଇପାରି ନ ଥିଲେ। ଅନ୍ୟମାନଙ୍କଠାରୁ ଭିନ୍ନ କିଛି କରିଦେଖାଇବାକୁ ସେ ଆରମ୍ଭ କରିଥିଲେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି। ଏଥିସହ ପାଠପଢ଼ା ଖର୍ଚ୍ଚ ଉଠାଇବାକୁ ସେ ପିଲାମାନଙ୍କୁ ଟିଉସନ ମଧ୍ୟ କରୁଥିଲେ। ଏତେସବୁ ପରିଶ୍ରମ ଶେଷରେ ସାକାର ରୂପ ନେଇଛି। କଷ୍ଟକର ଜୀବନ ସଂଘର୍ଷରେ ମୁନାଙ୍କ ସଫଳତା ସବୁ ଗରିବ ପରିବାରର ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଉଦାହରଣ ପାଲଟିଛି। ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ଏହାର ଶ୍ରେୟ ନିଜର ମା’ବାପା ଏବଂ ବନ୍ଧୁମାନଙ୍କୁ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ମୁନା କୁହନ୍ତି, ଏହା ତାଙ୍କର ୪ର୍ଥ ପ୍ରଚେଷ୍ଟା ଥିଲା। ବିନା କୋଚିଂରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସଫଳତା ପାଇଥିବା କଥା ଭାବିଲେ ଖୁସି ଲାଗୁଛି। ବୃତ୍ତିଗତ କ୍ଷେତ୍ରରେ ପାଠପଢ଼ା ବେଳର ସଂଘର୍ଷମୟ ସମୟ, ଘଟଣା ଦୁର୍ଘଟଣା ସବୁବେଳେ ମନେପଡ଼ିବ। ଗରିବ ଅସହାୟଙ୍କ ସେବାରେ ନିଜକୁ ସମର୍ପଣ କରିବେ ବୋଲି ମୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri