ସ୍ବପ୍ନ, ପରିଶ୍ରମ ଆଣିଛି ସଫଳତା

ବରଗଡ଼ ଅଫିସ୍‌,୯।୧୦ : ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ପରୀକ୍ଷାର୍ଥୀ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସଫଳତା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ଖୁସି ଦେଖାଯାଇଛି। କିଛି ସଫଳ ପରୀକ୍ଷାର୍ଥୀଙ୍କୁ ଆମେ ଭେଟିଥିଲୁ। ସ୍ବପ୍ନ, ସହଯୋଗ ଥିଲେ ଏବଂ ପରିଶ୍ରମ କଲେ ସଫଳତା ମିଳେ ବୋଲି ସେମାନେ କହିଥିଲେ।
ସଫଳତା ପଛରେ ସ୍ବାମୀଙ୍କ ସହଯୋଗ
ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଗ୍ରାମର ବାସିନ୍ଦା। ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳରେ ମୁଁ ୩୨୮ ର଼୍ୟାଙ୍କ ରଖି ସଫଳ ହୋଇଛି । ବହୁ ପୂର୍ବରୁ ସିଭିଲ୍‌ ସର୍ଭିସ ପରୀକ୍ଷାର ସଫଳତା ସ୍ବପ୍ନ ଥିଲା। ଓଡ଼ିଶା ସିଭିଲ ସର୍ଭିସ୍‌-୨୦୧୫ ପରୀକ୍ଷା ମୋର ପ୍ରଥମ ପ୍ରୟାସ ଥିଲା। କିନ୍ତୁ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ତଥା ସାକ୍ଷାତକାରରେ ମୁଁ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲି। ଏହାସତ୍ତ୍ୱେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲି । ପରିଶ୍ରମ କରିଥିଲି ଏବଂ ସ୍ବାମୀ ପ୍ରଶାନ୍ତ କୁମାର ମେହେର ବହୁତ ସହଯୋଗ କରିଥିଲେ। ତାଙ୍କର ସହଯୋଗ ବିନା ଆଜି ଏହି ସଫଳତା ମିଳି ନ ଥାନ୍ତା। ସଫଳତା ପଛରେ ମା’ ବାପା, ଶାଶୁଙ୍କ ଆଶୀର୍ବାଦ ଏବଂ ଶିକ୍ଷକଙ୍କ ଗାଇଡାନ୍ସ ମଧ୍ୟ ରହିଛି । ମୁ ୨୦୧୪ ନଭେମ୍ବରରୁ ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲି। ଏବେ ବରଗଡ଼ ଜିଲା ଯୋଗାଣ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ବ ସହାୟିକା ଭାବେ କାର୍ଯ୍ୟ କରୁଛି । ସିଭିଲ୍‌ ସର୍ଭେଣ୍ଟ ଭାବେ ଜନସାଧାରଣଙ୍କ ପାଇଁ ଭଲ କାର୍ଯ୍ୟ କରିବି ଏବଂ ସମସ୍ତ ଅସୁବିଧା ଦୂର କରିବାକୁ ଚେଷ୍ଟା କରିବି ।
ମମତା ମେହେର
ଆଇଏଏସ୍‌ ଲକ୍ଷ୍ୟରେ ପ୍ରାଚ୍ୟୁର୍ଯ୍ୟ
ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳର ପ୍ରାଚୁର୍ଯ୍ୟ ପ୍ରଧାନ। ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳରେ ସେ ୨୯୨ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାଚୁର୍ଯ୍ୟ ଜନ୍ମରୁ ଦୃଷ୍ଟିବାଧିତ। ରବି ରଞ୍ଜନ ପ୍ରଧାନଙ୍କ ପୁଅ ପ୍ରାଚୁର୍ଯ୍ୟ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଭାବେ ବେଶ୍‌ ପରିଚିତ। ସେ ଆଗକୁ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ତେବେ ତାଙ୍କ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ଆଇଏଏସ୍‌ ହିଁ ତାଙ୍କ ଲକ୍ଷ୍ୟ ବୋଲି ପ୍ରାଚୁର୍ଯ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି, ସଫଳତା ହାସଲ ପାଇଁ ସବୁବେଳେ ବଡ଼ ସ୍ବପ୍ନ ଦେଖିବା ଦରକାର। ପୃଥିବୀ ଯେଭଳି ବୃହତ୍‌, ସମସ୍ତେ ସେଭଳି ସ୍ବପ୍ନ ଦେଖନ୍ତୁ, ଦିନେନା ଦିନେ ସଫଳତା ନିଶ୍ଚୟ ମିଳିବ ବୋଲି ପ୍ରାଚ୍ୟୁର୍ଯ୍ୟ କହିଛନ୍ତି। ତାଙ୍କ ସଫଳତା ପଛରେ ମା’ ବାପା ଏବଂ ବଡ଼ବାପାଙ୍କ ପ୍ରେରଣା ରହିଛି ଏବଂ ନିଜ ବନ୍ଧୁମାନଙ୍କୁ ମଧ୍ୟ ସେ ଶ୍ରେୟ ଦେଇଛନ୍ତି । ପରୀକ୍ଷାର ୪/୫ମାସ ପୂର୍ବରୁ ସେ ଦୈନିକ ୪/୫ଘଣ୍ଟା ପରୀକ୍ଷା ପ୍ରସ୍ତୁତିରେ ସମୟ ଦେଉଥିବା ପ୍ରାଚୁର୍ଯ୍ୟ କହିଛନ୍ତି ।
-ପ୍ରାଚୁର୍ଯ୍ୟ ପ୍ରଧାନ
ପୂରଣ ହୋଇଛି ମା’ ବାପାଙ୍କ ଇଚ୍ଛା
ରାଷ୍ଟ୍ରୀୟ ହସ୍ତତନ୍ତ ଉନ୍ନୟନ ନିଗମ ଲିମିଟେଡ୍‌ ଅଧୀନରେ ବରଗଡ଼ରେ କାର୍ଯ୍ୟରତ ଅଛନ୍ତି ନୀଳମାଧବ ପାତ୍ର। ସେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୋହନଗିରି ଗ୍ରାମର ମୂଳବାସିନ୍ଦା। ୨୦୧୪ରୁ ସେ ରାଷ୍ଟ୍ରୀୟ ହସ୍ତତନ୍ତ ଉନ୍ନୟନ ଲିମିଟେଡ୍‌ ଅଧୀନରେ ବରଗଡ଼ରେ ବାଣିଜ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ ୩୪୪ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ନୀଳମାଧବ କହିଛନ୍ତି। ମା’ ବାପା, ଭାଇ, ଭଉଣୀ, ଗୁରୁଜନ ମଣ୍ଡଳୀ ଏବଂ ସେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ସେ ଚାଷୀ ପରିବାରର। କିଭଳି ବଡ଼ ଅଫିସର ହେବେ ତାଙ୍କ ମା’ ବାପା ସବୁବେଳେ ଚାହୁଁଥିଲେ। ତାଙ୍କର ସେହି ଭାବନା ଆଜି ଏହି ସ୍ଥାନରେ ପହଞ୍ଚାଇଛି। ସନ୍ଧ୍ୟାରେ ଅଫିସ୍‌ରୁ ଫେରିବା ପରେ ୭ରୁ ୮ଘଣ୍ଟା ପରୀକ୍ଷା ପ୍ରସ୍ତୁତି କରୁଥିଲି। ସଫଳତା ପାଇ ଖୁସି ଅଛି। ଆଗକୁ ଆହୁରି ବଡ଼ ଲକ୍ଷ୍ୟ ରହିଛି। ସରକାର ଯେଉଁ ଦାୟିତ୍ୱ ଦେବେ, ନିଷ୍ଠାପର ଭାବେ ତାହା ସମ୍ପାଦନ କରିବି।
-ନୀଳମାଧବ ପାତ୍ର
(ଉପସ୍ଥାପନା: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri