ସିବିଏସ୍‌ଇ ସ୍କୁଲରେ ଓଡ଼ିଆରେ ପଢ଼ା

ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରିଚାଳିତ ସମସ୍ତ ସ୍କୁଲରେ ମାତୃଭାଷାରେ ପାଠପଢା ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୨୨ଟି ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ ମଞ୍ଜୁରୀ ମିଳିଥିବାବେଳେ ଓଡ଼ିଶାରେ ମଧ୍ୟ ଛାତ୍ରୀଛାତ୍ର ଓଡ଼ିଆ ଭାଷାରେ ପାଠପଢ଼ିବାର ସୁଯୋଗ ପାଇବେ। ରାଜ୍ୟରେ ସିବିଏସ୍‌ଇ ଅନୁବନ୍ଧିତ ପ୍ରାୟ ୩୦୦ ସ୍କୁଲ ରହିଛି। ଏଥିମଧ୍ୟରେ ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ସିବିଏସ୍‌ଇ ସ୍କୁଲ୍‌ଗୁଡ଼ିକରେ ଇଂଲିଶ ଓ ହିନ୍ଦୀରେ ପାଠପଢ଼ା ହେଉଥିବାବେଳେ ଏବେ ଆଞ୍ଚଳିକ ବା ମାତୃ ଭାଷାରେ ଶିକ୍ଷାଦାନ କରାଯିବ। ଏହାଦ୍ୱାରା ମାତୃଭାଷାର ଆଦର ବଢ଼ିବା ସହ ପିଲାଙ୍କ ପାଠପଢ଼ା ସରଳ ହୋଇପାରିବ ବୋଲି କୁହାଯାଉଛି। ମାତ୍ର ସିବିଏସ୍‌ଇ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ବୈଷୟିକ ଶିକ୍ଷୟିତ୍ରୀ ଶିକ୍ଷକମାନେ ଇଂଲିଶରେ ଶିକ୍ଷାଦାନ କରିଆସୁଥିବାବେଳେ ଓଡ଼ିଆରେ ପାଠପଢ଼ାଯିବା ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କେତେକ ସିବିଏସ୍‌ଇ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ପ୍ରାରମ୍ଭରେ ସମସ୍ୟା ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ପିଲାଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ। ଅନେକ ପିଲା ଇଂଲିଶରେ ପାଠ ବୁଝିପାରନ୍ତି ନାହିଁ। ସେହିପରି ସେମାନଙ୍କ ସାଙ୍ଗସାଥୀ ଇଂଲିଶରେ ପଚାରୁଥିବାବେଳେ ସେମାନେ ଓଡ଼ିଆରେ ପଚାରିବୁଝିବାକୁ କୁଣ୍ଠାବୋଧ କରନ୍ତି। ତେଣୁ ଏହି ନିୟମ ଲାଗୁ ହେଲେ ଅନେକ ପିଲା ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କଟକ ନେତାଜୀ ନଗରସ୍ଥିତ ଡ୍ରିମ୍‌ ଇଣ୍ଡିଆ ସ୍କୁଲର ପ୍ରିନ୍ସିପାଲ କସ୍ତୁରୀ ଖାଡ଼ଙ୍ଗା କହିଛନ୍ତି, ନୂଆ ଶିକ୍ଷାନୀତି ଅନୁସାରେ ସିବିଏସଇ ସ୍କୁଲଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ମିଳିବ। ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ଇଂଲିଶ ସହ ଓଡ଼ିଆରେ ମଧ୍ୟ ପାଠପଢ଼ା ପାଇଁ ଅଭ୍ୟସ୍ତ ଥାଆନ୍ତି । ତେଣୁ ବିଶେଷ କିଛି ସମସ୍ୟା ହେବନାହିଁ। ତେବେ ଯେଉଁ ପିଲାମାନେ ଓଡ଼ିଆରେ ପାଠପଢ଼ିବାକୁ ଚାହଁୁଥିବେ ସେମାନେ ନାମଲେଖା ସମୟରେ ଏନେଇ ବିଦ୍ୟାଳୟକୁ ସୂଚିତ କରିବାକୁ ପଡ଼ିବ। ଏହାଦ୍ୱାରା କ୍ଲାସ ଆୟୋଜନ କରିବା ସହଜ ହୋଇପାରିବ। ଭୁବନେଶ୍ୱର ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଈପ୍‌ସିତା ଦାସଙ୍କ କହିବାନୁସାରେ ସବୁ ପିଲାମାନେ ଯେ ଓଡ଼ିଆରେ ପଢ଼ିବାକୁ ଚାହିଁବେ ତାହା ନୁହେଁ, ଯେଉଁମାନେ ଚାହିଁବେ, ସେମାନଙ୍କୁ ନିଜ ମାତୃଭାଷାରେ ପାଠପଢ଼ିବାକୁ ନିଶ୍ଚୟ ସୁଯୋଗ ଦିଆଯିବ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଅଭିଭାବକଙ୍କ ସହ ଆଲୋଚନା କରାଯିବ। ବୈଷୟିକ ଶିକ୍ଷକ ଆବଶ୍ୟକସ୍ଥଳେ ଓଡ଼ିଆ ବିଷୟର ଶିକ୍ଷକଙ୍କ ସହାୟତା ନେଇପାରିବେ ବୋଲି ଦାସ କହିଛନ୍ତି।
ଓଡ଼ିଶା ଅଭିଭାବକ ମହାସଂଘର କହିବାନୁସାରେ ନିଷ୍ପତ୍ତି ଶୁଣିବାକୁ ଯେତିକି ସରଳ ତାକୁ କାର୍ଯ୍ୟକାରୀ କରିବା ସେତିକି ସହଜ ନୁହେଁ। କିନ୍ତୁ ଏହା କାର୍ଯ୍ୟକାରୀ ହେଲେ ଇଂଲିଶ୍‌ ମାଧ୍ୟମରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ପାଠପଢ଼ା ବୋଧଗମ୍ୟ ହେବ। ଆଞ୍ଚଳିକ ଭାଷାରେ ପୁସ୍ତକ ପ୍ରଣୟନ ପାଇଁ ସୁପାରିସ୍‌ କରାଯାଇଛି। ସବୁ ଭାଷାରେ ପୁସ୍ତକ ହେଲେ ପିଲାମାନେ ଅଧିକ ଉପକୃତ ହେବେ। ଆଗରୁ ବିଭିନ୍ନ କାରିଗରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇସାରିଛି। ବତ୍ତର୍ର୍ମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପଞ୍ଚମ ଓ ପରବର୍ତ୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି l ଯେହେତୁ ସାରା ଦେଶରେ ପିଲାମାନେ ଗୋଟିଏ ପାଠ୍ୟଖସଡ଼ାରେ ନିଜ ଭାଷାରେ ପଢ଼ିବେ, ତେଣୁ ସେମାନେ ପାଠ ପଢ଼ିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରିବେ। ଯଦି ଆମ ରାଜ୍ୟ କଥା ବିଚାର କରିବା, ତେବେ ଓଡ଼ିଆ ମାଧ୍ୟମରେ ସିବିଏସ୍‌ଇ ପିଲାମାନେ ପାଠ ପଢ଼ିଲେ ବେଶ୍‌ ଭଲ ହେବ। ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ଏକ ରୋଲ୍‌ ମଡେଲ୍‌ ଭାବେ ଗ୍ରହଣ କରି ଯେପରି ଆଦର୍ଶ ବିଦ୍ୟାଳୟରେ ପିଲାମାନେ ପାଠ ପଢୁଛନ୍ତି ସେପରି ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ କିଛି ସ୍କୁଲରେ ସିବିଏସ୍‌ଇର ଓଡ଼ିଆ ମାଧ୍ୟମ ପାଠପଢା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏପରି କଲେ ଅଭିଭାବକମାନେ ମଧ୍ୟ ଘରୋଇ ସ୍କୁଲରୁ ମୁହଁ ମୋଡ଼ି ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଆଗ୍ରହ ଦେଖାଇବେ। ପରବର୍ତ୍ତୀ ସମୟରେ ତାହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିହେବ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?