ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର ଆହତ ହୋଇଛନ୍ତି। ୨ ଛାତ୍ର ବୁଲୁ ଖିଲ(୭) ଓ ଆୟୁଷ ଖିଲ(୮)ଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି।
ଆହତ ଛାତ୍ରଙ୍କ ଅଭିଭାବକ ନୀଳ ଖିଲ ଓ ପୂର୍ଣ୍ଣ ଖିଲଙ୍କ ସୂଚନା ମୁତାବକ ୨ ଛାତ୍ର ବିଦ୍ୟାଳୟ ପ୍ରବେଶ ଫାଟକ ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ଦୁର୍ବଳ ସ୍ଥିତିରେ ଥିବା ଏହି ଲୁହା ଫାଟକ ଓ ସିମେଣ୍ଟ ପାଚେରି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା।
ଗ୍ରାମବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହାୟତାରେ ୨ ଛାତ୍ରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ବୁଲୁଙ୍କ ହାତ ଭାଙ୍ଗିଥିବା ଓ ଆୟୁଷଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ୨ ଛାତ୍ର ସୁସ୍ଥ ଥିବା ସୂଚନା ମିଳିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି।
ଶିକ୍ଷା ଅଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ କ୍ଷେତ୍ର ସିଆର୍‌ସିଙ୍କୁ ବିଦ୍ୟାଳୟ ପରିଦର୍ଶନକରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ବ୍ଲକ୍‌ ଶିକ୍ଷାଧିକାରୀ ପଟ୍ଟନାୟକ ସ୍କୁଲ ପରିଦର୍ଶନ କରିଥିଲେ। ୨ ଛାତ୍ରଙ୍କ ସ୍ବାସ୍ଥ୍ୟ ସ୍ଥିତି ଅନୁଧ୍ୟାନ କରି ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

ଖେମୁଣ୍ଡି କଲେଜରେ ନିଶାମୁକ୍ତ ଅଭିଯାନ ସଚେତନତା ସଭା, ନିଶା ଦ୍ରବ୍ୟ ସେବନ ବିରୋଧରେ ଛାତ୍ରୀ ଛାତ୍ର କଲେ ପ୍ରତିଜ୍ଞା

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri