ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ତିହିଡ଼ି,୨୪।୭(ସଞ୍ଜିତ ବଳ): ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ମାତ୍ର ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢ଼ିବା ସରକାରୀ ଯୋଜନାକୁ ପରିହାସ କରୁଛି। ଏପରି କି ୬ ମାସ ପୂର୍ବେ ପୂର୍ବତନ ବ୍ଲକ୍‌ ଶିକ୍ଷାଧିକାରୀ(ବିଇଓ) ସ୍କୁଲକୁ ଯାଇ ଅନୁଧ୍ୟାନ କରିବା ପରେ ମଧ୍ୟ କୌଣସି ଫଳ ନ ମିଳିବା ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟଙ୍କୁ ବ୍ୟଥିତ କରିଛି।
ପ୍ରକାଶ ଯେ, ଶ୍ୟାମସୁନ୍ଦରପୁର ସ୍କୁଲରେ ୮ମ ପର୍ଯ୍ୟନ୍ତ ଶ୍ରେଣୀରେ ୨୨୪ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସ୍କୁଲ ଗୃହ ପକ୍କା ହୋଇଥିବା ବେଳେ କାର୍ଯ୍ୟାଳୟ ବାଦ୍‌ ୫ ଶ୍ରେଣୀଗୃହ ରହିଛି। ତନ୍ମଧ୍ୟରୁ ୨ ଶ୍ରେଣୀଗୃହ ଭାଙ୍ଗିରୁଜି ବିପଦସଙ୍କୁଳ ଅବସ୍ଥାରେ ପଡ଼ିଛି। ଉକ୍ତ ଗୃହରେ ଶିକ୍ଷାଦାନ ସମ୍ଭବ ନୁହେଁ। ବିଗତ ୨ବର୍ଷ ହେଲା ଏପରି ପରିସ୍ଥିତି ଉପୁଜିଥିବାରୁ ସ୍କୁଲରେ ଶିକ୍ଷାଦାନରେ ସମସ୍ୟା ଉପୁଜିଛି। ଏତେ ସଂଖ୍ୟକ ପିଲାଙ୍କୁ ୩ ଶ୍ରେଣୀଗୃହରେ ଶିକ୍ଷାଦାନ କରିବା ସମ୍ଭବପର ହେଉନାହିଁ। ଫଳରେ ପ୍ରଥମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ କରିବାକୁ ବାଧ୍ୟ ହେଉଥିବା ସହକାରୀ ଶିକ୍ଷକ ବିଷ୍ଣୁମୋହନ ଦାସ ପ୍ରକାଶ କରିଛନ୍ତି। ଅବଶିଷ୍ଟ ୫ ଶ୍ରେଣୀର ପିଲାଙ୍କୁ ୩ଟି ଶ୍ରେଣୀଗୃହରେ ବସାଇ ପାଠ ପଢ଼ାଇବା ମଧ୍ୟ କଷ୍ଟସାଧ୍ୟ ହୋଇଛି। ବର୍ଷାଦିନ ହୋଇଥିବାରୁ ବାରଣ୍ଡାରେ ବସି ପଢୁଥିବା ପିଲାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଅଭିଭାବକ ଓ ଏସ୍‌ଏମ୍‌ସିର କର୍ମକର୍ତ୍ତାମାନେ ଏ ସମ୍ପର୍କରେ ଜିଲାପାଳ, ବିଇଓଙ୍କୁ ଅଭିଯୋଗ କରିି ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ପରେ ତତ୍କାଳୀନ ବିଇଓ ମଧୁସୂଦନ ସେଣ୍ଡ ସ୍କୁଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମାତ୍ର ଅଦ୍ୟାବଧି ବିପଦସଙ୍କୁଳ ଗୃହକୁ ମରାମତି କରାଯିବା କିମ୍ବା କୌଣସି ବିକଳ୍ପ ବ୍ୟବସ୍ଥା ନିଆ ନ ଯିବା ପରିତାପର ବିଷୟ ହୋଇଛି। କୋମଳମତି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଏବିଇଓ ରତ୍ନାକର ସାହୁଙ୍କୁ ପଚାରିବାରୁ ସ୍କୁଲର ଏପ୍ରକାର ଅବସ୍ଥା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri