ଆସ୍ଥା ଭୋଟରେ ହାରିଲେ ଭାଜପା ପୌରାଧ୍ୟକ୍ଷା

ଫୁଲବାଣୀ, ୨୪ା୭(ରାକେଶ କୁମାର ରାଉତ): ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଆସ୍ଥା ଭୋଟ ହୋଇଥିଲା ଓ ଏଥିରେ ସେ ହାରିଯାଇଛନ୍ତି। ଭାଜପା ପୌରାଧ୍ୟକ୍ଷାଙ୍କ ବିରୋଧରେ ୧୧ ଜଣ କାଉନସିଲର ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଭୋଟ ନାକଚ ହୋଇଯାଇଥିଲା। ବାକି ୧୦ଟି ଭୋଟ ପୌରାଧ୍ୟକ୍ଷାଙ୍କ ବିରୋଧରେ ଯାଇଥିଲା। ଦୀର୍ଘଦିନରୁ ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଅନ୍ତ ଘଟିଛି। ଆଗକୁ ପୌରାଧ୍ୟକ୍ଷାଙ୍କ ପଦବୀ ନେଇ ନିର୍ବାଚନ ହେବ। ସେ ପର୍ଯ୍ୟନ୍ତ ଏହି ପଦବୀରେ ଜିଲାପାଳ ରହିବେ କିମ୍ବା ସେ ଆଉ କାହାକୁ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ଏବଂ ଅନ୍ୟ କାଉନସିଲରଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କନ୍ଧମାଳ ଉପଜିଲାପାଳ ଚିତ୍ତରଞ୍ଜନ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ଯାଇ ଫୁଲବାଣୀ ପୌର ପରିଷଦରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୧୧ ଜଣ କାଉନସିଲର ସେମାନଙ୍କ ମତ ସାବ୍ୟସ୍ତ କରିିଥିଲେ। ଦିନ ସାଢ଼େ ୧ଟା ପରେ ଭୋଟ ଗଣତି ହୋଇଥିଲା। ପୌରାଧ୍ୟକ୍ଷାଙ୍କ ବିରୋଧରେ ୧୦ଟି ଭୋଟ ପଡିଥିବା ବେଳେ ଗୋଟିଏ ନାକଚ ହୋଇଥିଲା। ଆଗକୁ ପୌର ପରିଷଦର ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ଅନାସ୍ଥା ଆଣିଥିବା କାଉନସିଲରମାନେ କହିଛନ୍ତି। ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଅତିରିିକ୍ତ ଜିଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ସେ ଜରୁରିକାଳୀନ ଛୁଟିରେ ଚାଲିଯିବାରୁ ସେଦିନ ଭୋଟ ଗ୍ରହଣ ହୋଇ ପାରି ନ ଥିଲା। ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ଅନାସ୍ଥା ଆଣିଥିବା ବିଜେଡି ଏବଂ ଅନ୍ୟ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ସମସ୍ତ କାଉନସିଲର ଜିଲାପାଳଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ। ଜିଲାପାଳଙ୍କ ଉପସ୍ଥିତିରେ ୨୩ରେ ଅନାସ୍ଥା ଉପରେ ବୈଠକ ହେବା ପରେ ଭୋଟିଂ ହେବ ବୋଲି କହିବା ସହ ସମସ୍ତ କାଉନସିଲରଙ୍କୁ ଚିଠି କରିଥିଲେ।
ସୂଚନାଯୋଗ୍ୟ, ପୌର ପରିଷଦ ସିଧାସଳଖ ନିର୍ବାଚନରେ ଭାଜପାରୁ ଲଢ଼ୁଥିବା ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇ ପୌରାଧ୍ୟକ୍ଷା ହୋଇଥିଲେ। ନିଜ କାର୍ଯ୍ୟକାଳ ଆରମ୍ଭରୁ ସେ ବିବାଦୀୟ ହୋଇପଡିଥିଲେ। ମିଥ୍ୟା ବିଲ କରି ଅର୍ଥ ନେଉଥିବା ନେଇ ଅଭିଯୋଗ ହେବା ପରେ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଫଳସ୍ବରୂପ ଗତ ଏପ୍ରିଲରେ ପ୍ରଥମ କରି ତାଙ୍କ ନାମରେ ଅନାସ୍ଥା ଅଣାଯାଇଥିଲା। ସୂଚନାଯୋଗ୍ୟ, ଫୁଲବାଣୀ ପୌରପାଳିକାର ୧୩ ଆସନ ମଧ୍ୟରୁ ବିଜେଡି ୭, ଭାଜପା ୪ ଓ ସ୍ବାଧୀନ ୨ ଜଣ ଜିତିଥିଲେ। ହେଲେ ୧୧ ଜଣ ଅନାସ୍ଥାରେ ଭୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?