ଭୋକରେ ଛାତ୍ରୀଛାତ୍ରଙ୍କ ଜଳୁଛି ପେଟ

ମହାକାଳପଡ଼ା,୨୭।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷା ବିକାଶ ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ୨୦୧୫ ମସିହାଠାରୁ ପ୍ରତିଷ୍ଠା ହୋଇଛି। ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଶୈଖିକ ଓ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ଆଦର୍ଶ ବିଦ୍ୟାଳୟ ଖୋଲି ଶିକ୍ଷାଦାନ କରୁଛନ୍ତି। ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ କିପରି ମେଧାବୀ ଛାତ୍ରୀଛାତ୍ରମାନେ ମାଗଣାରେ ପାଠପଢି ପାରିବା ସହ ମଧ୍ୟାହ୍ନ ଭୋଜନ, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଆଦର୍ଶ ବିଦ୍ୟାଳୟର ନୀତି ଆଦର୍ଶଠାରୁ ଦୂରେଇ ଯାଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କିୟାରବାଙ୍କସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା ଆଦର୍ଶ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇ ଷଷ୍ଠ ଶ୍ରେଣୀରେ ୮୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
ତେବେ ଚଳିତ ସପ୍ତାହରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପରିବର୍ତ୍ତେ କେବଳ ବିସ୍କୁଟ, କଦଳୀ ଦେଇ ସ୍କୁଲ ଅଧ୍ୟକ୍ଷା ନୀରବ ଦ୍ରଷ୍ଟା ସାଜୁଛନ୍ତି। କେତେଜଣ ପିଲା ନାମ ଗୋପନ ସର୍ତ୍ତରେ କହିଛନ୍ତି ଭୋକରେ ପେଟ ଜଳୁଛି। ହେଲେ କେହି ଆମ କଥା ଶୁଣୁନାହାନ୍ତି। ଛାତ୍ରୀଛାତ୍ରମାନେ ବହୁ ଦୂର ଦୁରନ୍ତରୁ ଏହି ବିଦ୍ୟାଳୟକୁ ପାଠ ପଢିବାକୁ ଆସନ୍ତି। ପିଲାମାନେ ସକାଳୁ କ’ଣ ମୁଠେ ଖାଇ ଗାଡ଼ିରେ ଆସନ୍ତି। ହେଲେ ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଅଧ୍ୟକ୍ଷା ସାରାଣୀ ଜାନା ମଧ୍ୟାହ୍ନ ଭୋଜନ ରୋଷେଇ ପ୍ରସ୍ତୁତ ନ କରି ପିଲାଙ୍କୁ ବିସ୍କୁଟ ଓ କଦଳୀ ଦେଇ କାମ ସାରି ଦେଉଛନ୍ତି। ଫଳରେ ପିଲାମାନେ ଉପବାସରେ ଘରକୁ ପଠାଇ ଦିଆଯାଉଥିବା କେତେଜଣ ଅଭିଭାବକ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ପେଟ ପୁରା ଖାଦ୍ୟ ନ ଦେବା ଫଳରେ ଭବିଷ୍ୟତରେ ଗ୍ୟାସ୍‌ ରୋଗରେ ଆକ୍ରାନ୍ତ ହେବାକୁ ଏଡାଇ ଦିଆଯାଇ ନ ପାରେ। ଛାତ୍ରୀଛାତ୍ରମାନେ ସ୍କୁଲ ଅଧ୍ୟକ୍ଷାଙ୍କୁ ଭୟ କରି ମୁହଁ ଖୋଲୁ ନ ଥିବା ବେଳେ ଭୋକର ଭାଷା ବେଶ୍‌ ବାରି ହୋଇ ପଡୁଛି। ତେବେ ଆଦର୍ଶ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ଆଡେଇ ଗ୍ରାମଠାରେ ଚାଲିଛି। ଠିକାଦାରଙ୍କ ଖାମ ଖିଆଲି ମନଭାବ ଯୋଗୁ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଭୂଇଁରୁ ଉଠିପାରୁନି। ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ମଧ୍ୟାହ୍ନ ଭୋଜନ ବନ୍ଦ ବୋଲି ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri