ବିଦ୍ୟାଳରେ ତାଲା ପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୬ା୭(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ବାଛୋଳ ପଞ୍ଚାୟତ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ଅମର ଦାସଙ୍କ ବଦଳିକୁ ବିରୋଧ କରି ଗୁରୁବାର ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀଛାତ୍ର ବିଦ୍ୟାଳୟରେ ତାଲା ପକାଇବା ସହିତ ବଦଳି ବାତିଲ ଦାବି କରିଛନ୍ତି।
ଛାତ୍ରୀଛାତ୍ରଙ୍କ ଉପସ୍ଥାପନ କମ ଯୋଗୁ ୨ ବର୍ଷ ହେବ ଶିଅଳପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି। ଏହି ଆଧାରରେ ଶିଅଳପଡ଼ାର ୨ ଶିକ୍ଷକଙ୍କୁ ମଧ୍ୟ ଏହି ବିଦ୍ୟାଳୟରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୭୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ମୋଟ୍‌ ୪ ଶିକ୍ଷକ ଅଛନ୍ତି।

ପ୍ରତି ୩୦ଜଣ ଛାତ୍ରୀଛାତ୍ରରେ ଜଣେ ଶିକ୍ଷକ ନିଯୁକ୍ତ ରହିବା ନେଇ ସରକାରୀ ନିୟମ ରହିଛି। ମାତ୍ର ବିଞ୍ଝାରପୁର ବ୍ଲକରେ ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ଚଳିତ ବର୍ଷ ୩୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀଶିକ୍ଷକ ଅବସର ଗ୍ରହଣ କରିଥିବାରୁ ଏବେ ବ୍ଲକରେ ଶିକ୍ଷକ ଅଭାବ ଉତ୍କଟ ସସମ୍ୟା ହୋଇଛି। ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଥିବାରୁ ଏବେ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ବଦଳି କରାଯାଇ ଯେଉଁ ବିଦ୍ୟାଳୟଗୁଡ଼ିକରେ ସମସ୍ୟା ରହିଛି ସେଥିରେ ଅବସ୍ଥାପିତ କରାଯାଉଛି।

ଏହି ଆଧାରରେ ଦାଣ୍ଡିସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦାସଙ୍କୁ ଓଳେଇ ଚନ୍ଦନପୁରକୁ ବଦଳି କରାଯାଇଛି। ସେ ମଧ୍ୟ ଓଳେଇ ଚନ୍ଦନପୁର ବିଦ୍ୟାଳୟରେ ଯୋଗଦେଇ ବିଭାଗକୁ ଅବଗତ କରିସାରିଛନ୍ତି। ହେଲେ ତାଙ୍କ ବଦଳି ବାତିଲ କରା ନ ଗଲେ ଅନିର୍ଦ୍ଦିଷ୍ଟ ସମୟ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ବିଦ୍ୟାଳରେ ତାଲା ପକାଗଲା ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ପ୍ରଧାନଶିକ୍ଷକଙ୍କ ଜରିଆରେ ତଦନ୍ତ କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?