କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି

କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ତେବେ ଯୁବକମାନେ ସବୁବେଳେ ବିପଦକୁ ସାମ୍ନା କରିବାକୁ ଭଲପାଉଥିବା ବେଳେ କରୋନାକୁ ନ ଡରି କରୋନା ସଂକ୍ରମିତ ହେବାକୁ ଆଗେଇ ଆସୁଛନ୍ତି। ଏମିତି କିଛି ଘଟିଛି ଆଲବାମାର ଟୁସ୍କାଲୁସା ସହରରେ।
ଏଠାରେ ଯୁବକ ତଥା ଛାତ୍ରୀଛାତ୍ରମାନେ କରୋନାରେ ସଂକ୍ରମିତ ହେବା ପାଇଁ ପାର୍ଟିର ଆୟୋଜନ କରୁଛନ୍ତି। ଏହି ପାର୍ଟିକୁ ଅନେକ ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଉଛି। ପାର୍ଟି ଶେଷ ହେବା ପରେ ପ୍ରଥମେ ଯିଏ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ୁଛି ତାଙ୍କୁ ପୁରସ୍କାର ରୂପେ ଟଙ୍କା ଦିଆଯାଉଛି। ତେବେ ଏହି ପାର୍ଟିରେ ସାମିଲ ହେବା ପାଇଁ ହଜାର ହଜାର ସଂଖ୍ୟାରେ ଯୁବକମାନେ ଆଗେଇ ଆସୁଛନ୍ତି। ପାର୍ଟିରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ସର୍ବପ୍ରଥମେ ଏକ ସ୍ଥାନରେ ଟଙ୍କା ଜମା କରୁଛନ୍ତି। ପରେ ଏମାନଙ୍କ ମଧ୍ୟରୁ ଯିଏ ପ୍ରଥମେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛନ୍ତି ତାଙ୍କୁ ଟଙ୍କା ଭର୍ତ୍ତି ବାକ୍ସ ପ୍ରଦାନ କରାଯାଉଛି। ତେବେ ହଠାତ୍‌ ଅଲବାମା ୟୁନିଭର୍ସିଟି ଏବଂ ଶହରର ପ୍ରମୁଖ କଲେଜଗୁଡିକରେ କରୋନା ସଂକ୍ରମଣ ବ୍ୟାପିବାକୁ ଲାଗିଲା। ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ ହେଲ୍‌୍‌ଥ ଅନୁସାରେ, ହଠାତ୍‌ ଏଠାରେ ୨ ହଜାର ୪୯ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ୩୮ ଜଣଙ୍କ ମୃତ୍ୟୁ ଘଟିଲା। ଏ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ ହେବାରୁ ସମସ୍ତ ଘଟଣା ସମ୍ମୁଖକୁ ଆସିଲା। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଏଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସିଟି କାଉନସିଲର ସୋନିଆ ମ୍ୟାକକିନିଷ୍ଟ୍ରି ଏହାକୁ ସ୍ବିକାର କରିବା ସହ ବିଶେଷକରି ଯୁବକମାନେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri