ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ରହିବାକୁ ପଡ଼ିଥିଲା କ୍ୱାରେଣ୍ଟିନରେ। ସୁଇଜରଲାଣ୍ଡର ବାସେଲର କିର୍ସଗାର୍ଟେନ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା।

ଏହି ସ୍କୁଲର ୩ ଜଣ ଛାତ୍ର ମିଛରେ କରୋନାରେ ଆକ୍ରାନ୍ତ ଥିବା କୋଭିଡ୍‌-୧୯ କଣ୍ଟାକ୍ଟ ଟ୍ରେସିଂ ଆପରୁ ମେସେଜ ଜରିଆରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏଥି ଯୋଗୁ ଶ୍ରେଣୀର ୨୫ ଜଣ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଘରେ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯାଇଥିଲା। ଏହି ଘଟଣାରେ ପ୍ରଭାବିତ ହୋଇଥିଲେ କିଛି ଶିକ୍ଷୟତ୍ରୀ ଓ ଶିକ୍ଷକ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଛାତ୍ରମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଛୋଟଛୁଆଙ୍କ ମଜାକ ନୁହେଁ। ଏହା ଏକ ଗମ୍ଭୀର ଘଟଣା ବୋଲି ବାସେଲ ଶିକ୍ଷା ବିଭାଗର ପ୍ରବକ୍ତା ସାଇମୋନ ଥରିଟ କହିଛନ୍ତି।

ମିଛ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦେବା ପାଇଁ ଉକ୍ତ ୩ ଛାତ୍ରଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ତେବେ ସେମାନଙ୍କୁ ଏକ୍ସପେଲ କରାଯିବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

୨୪ ଘଣ୍ଟାରେ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ସିରିଆ ବିଦ୍ରୋହୀ: ରୁଷିଆ

ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା...

ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି

ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ...

କରୋନାର ଦୋହରା ମାଡ଼: ଲୋକେ ହେବେ ଗରିବ, ଶିଶୁ ମୃତ୍ୟୁ ହାର ବଢ଼ିବ

ଜେନେଭା/ନୂଆଦିଲ୍ଲୀ, ୧୦।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଏହାର ପ୍ରଭାବର ଦୋହରା ମାଡ଼ ଲୋକଙ୍କ ଉପରେ ପଡ଼ିବ ବୋଲି...

୪୨ କର୍ମଚାରୀଙ୍କ ସହ ଜାହାଜ ବୁଡ଼ିଲା

ଟୋକିଓ,୪ା୯:୫,୮୦୦ ଗାଈ ଓ ୪୨ କର୍ମଚାରୀଙ୍କୁ ନେଇ ଚାଇନା ଯାଉଥିବା ଏକ ଜାହାଜ ଜାପାନ ଉପକୂଳରେ ବୁଡ଼ିଯାଇଛି। ବୁଡ଼ିଯିବା ପୂର୍ବରୁ ଉକ୍ତ ଜାହାଜ ବିପଦରେ ଥିବା...

କରୋନା ଭାଇରସ କବଳରେ ୩୧ ଦେଶ, ଜାପାନ ଜାହାଜରେ ଆଉ ଜଣଙ୍କର ମୃତ୍ୟୁ

ବେଜିଂ,୨୫।୨: କରୋନା ଭାଇରସର ଭୟାବହତା କମିବାର ନାଁ ନେଉନି। ଚାଇନାରେ ପ୍ରଥମକରି ଦେଖାଯାଇଥିବା ଏହି କରୋନା ଭାଇରସରେ ଏବେ ସେଠାରେ ପ୍ରାୟ ୭୭,୬୫୮ ଜଣ ଆକ୍ରାନ୍ତ...

ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି...

ସ୍ପେନରେ ସାଞ୍ଚେଜ ସରକାର

ମାଡ୍ରିଡ୍‌,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା...

Advertisement

BGU

Archives

Model This Week

Why Dharitri