ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍ ପକ୍ଷରୁ ଶୁକ୍ରବାର ‘ସ୍ବଚ୍ଛତା ପଖଓ୍ବାଡା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଚେତନତା ସଭାରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଧିଷ୍ଠିର ସ୍ବାଇଁ ସଭାପତିତ୍ୱ କରିଥିଲେ। ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ୟୁନିଟ୍ର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ରାଜକିଶୋର ମହାନ୍ତି, ଆଇ. ବୈରାଗୀ, ଲକ୍ଷ୍ମୀଧର ସ୍ବାଇଁ, ଅଧ୍ୟାପିକା ରଶ୍ମିତା ପାଢ଼ୀ, ପ୍ରମିଳା ଦେବୀ, ରଞ୍ଜିତା ପାଣିଗ୍ରାହୀ, ସୁଭାମିତ ନାୟକ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଇବା ସହ ସ୍ବଚ୍ଛତା, ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଥିଲେ। ପରେ କଲେଜ ଅଧ୍ୟାପିକା, ଅଧ୍ୟାପକ, ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ଓ କର୍ମଚାରୀ ବୃନ୍ଦ ମିଳିତ ଭାବେ କଲେଜ ପରିସରକୁ ସମ୍ପୂର୍ଣ୍ଣ ସଫେଇ କରିଥିଲେ।

