Posted inଜାତୀୟ

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ତାଙ୍କୁ ସୁଟ୍‌କେସ୍‌ରେ ବନ୍ଦ କରି ଛାତ୍ରାବାସକୁ ନେବାକୁ ଚେଷ୍ଟା କରିଥିଲେ। ତେବେ ଛାତ୍ରାବାସରେ ନିୟୋଜିତ ସୁରକ୍ଷା କର୍ମୀ ସୁଟ୍‌କେସ୍‌ ଯାଞ୍ଚ କରି ଏହା ମଧ୍ୟରେ ଜଣେ ଝିଅ ଥିବାର ଦେଖିବାକୁ ପାଇଥିଲେ।

ଛାତ୍ରାବାସରେ ନିୟୋଜିତ ଜଣେ ସୁରକ୍ଷା କର୍ମୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନିଜ ସୁଟ୍‌କେସ୍‌ରେ ଜଣେ ଝିଅଙ୍କୁ ରଖି ଛାତ୍ରାବାସ ନେଇ ଯାଉଥିଲେ। ଏହି ସମୟରେ ହଷ୍ଟେଲ ଗେଟ୍‌ ନିକଟରେ ସୁଟ୍‌କେସ୍‌ଟି କୌଣସି ଜିନିଷରେ ମାଡ଼ ହୋଇଯାଇଥିଲା, ଫଳରେ ସୁଟ୍‌କେସ୍‌ ଭିତରେ ଥିବା ଝିଅ ଜଣକ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଛାତ୍ରାବାସରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସନ୍ଦେହ ହୋଇଥିଲା। ଫଳରେ ସେଠାରେ ଉକ୍ତ ସୁଟ୍‌କେସ୍‌ର ଯାଞ୍ଚ କରାଯାଇଥିଲା। ସୁଟ୍‌କେସ୍‌ ଖୋଲିବା ପରେ ଏହା ମଧ୍ୟରେ ଜଣେ ଛାତ୍ରୀ ବସିରହିଥିବାର ଦେଖିବାକୁ
ମିଳିଥିଲା। ଏହା ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ଓ ଅନ୍ୟ ଛାତ୍ରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଛାତ୍ର ଏବଂ ସୁରକ୍ଷା କର୍ମୀମାନେ ଏହି ଦୃଶ୍ୟର ଭିଡିଓ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଟ୍‌କେସ୍‌ରୁ ବାହାରିଥିବା ଝିଅ ଜଣକ ସୁଟ୍‌କେସ୍‌ ନେଇ ଯାଉଥିବା ଛାତ୍ରଙ୍କ ଗର୍ଲଫ୍ରେଣ୍ଡ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ଝିଅ ଜଣକ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ଛାତ୍ରୀ କି ନୁହଁନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଘଟଣାକୁ ନେଇ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପିଆର୍‌ଓ କହିଛନ୍ତି, ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଦୁଷ୍ଟାମି ଓ ମଜାମସ୍ତିରେ ଲିପ୍ତ ରହୁଥିବାରୁ, କିଛିଦିନ ତଳେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଛାତ୍ରାବାସର ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ତେଣୁ ଏବେ ଏହି ଘଟଣା ସାମ୍‌ନାକୁ ଆସିଛି। କଲେଜ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ, ତେଣୁ ଏହା କୌଣସି ବଡ଼ ଘଟଣା ନୁହେଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?