ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ

ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି।

ଛାତ୍ରାବାସରେ ଏପରି ଘଟଣା ଘଟିଥିବା ଶନିବାର ଜଣାପଡ଼ିଥିଲା। ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଅନ୍ୟଜଣେ ସହପାଠୀ ସହ ଝଗଡ଼ା ହେବା କାରଣରୁ ସାଙ୍ଗ ତାଙ୍କୁ ଏକ ବାକ୍ସ ଭିତରେ ପୂରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଆହତ ଅବସ୍ଥାରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ଛାତ୍ରଙ୍କ ନାଁ ସ୍ବସ୍ତିକ କିଷାନ। ତାଙ୍କ ଘର ଜର୍ଡା ନିକଟସ୍ଥ ବ୍ରାହ୍ମଣଡିହି ଗ୍ରାମରେ।

ଶୁକ୍ରବାର ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ପରେ ବିଦ୍ୟାଳୟରେ ରୋଲ କଲ୍‌ ସମୟରେ ଜଣେ ଛାତ୍ର ଅନୁପସ୍ଥିତ ଥିବା ଦେଖି ଓ୍ବାର୍ଡେନ ପ୍ରଧାନଶିକ୍ଷକଙ୍କୁ ଜଣାଇ ସମସ୍ତେ ଖୋଜାଖୋଜି କରିଥିଲେ। କୌଣସି ସ୍ଥାନରେ ସ୍ବସ୍ତିକଙ୍କୁ ନ ପାଇ ଶେଷରେ ସ୍ବସ୍ତିକଙ୍କ ଘରକୁ ଫୋନ୍‌ କରିଥିଲେ l ପରିବାର ଲୋକେ ମିଶି ଖୋଜିବା ସମୟରେ ଏକ ବାକ୍ସ ଭିତରୁ ଶବ୍ଦ ଶୁଣି ଖୋଲିବା ପରେ ସେଇଠି ଅଚେତ ଅବସ୍ଥାରେ କୋମଳମତି ଛାତ୍ର ଥିବା ଦେଖି ଉଦ୍ଧାର କରିଥିଲେ। ଏଥିରେ ଝଗଡ଼ା ଲାଗିଥିବା ସହପାଠୀ ବାକ୍ସ ଭିତରେ ପୂରାଇ ଥିବା ନେଇ ପରିବାର ଲୋକେ କହୁଛନ୍ତି କିନ୍ତୁ ସାଙ୍ଗ ଜଣଙ୍କ ଏହା ମିଛ କଥା କହି ନିଜେ ସ୍ବସ୍ତିକ ବାକ୍ସ ଭିତରେ ଲୁଚିଥିବା କହୁଛି l ପ୍ରଧାନଶିକ୍ଷକଙ୍କ ହସ୍ତକ୍ଷେପ ପରେ ସ୍ବସ୍ତିକ ଏବେ ନିଜ ଘରକୁ ଯାଇଥିବାବେଳେ ସେ ସୁସ୍ଥ ଅଛି ବୋଲି ସୂଚନା ମିଳିଛି l ଏହି ଘଟଣା ପରେ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri