ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌: ଲକ୍ଷ୍ୟ ବହୁ ଦୂର

ଭୁବନେଶ୍ୱର,୮।୫(ବ୍ୟୁରୋ): କେରଳରେ ୨୦୧୦ରେ ପ୍ରଥମେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଯୋଜନା ଆରମ୍ଭ ହୋଇଥିଲା। ଏହାର ସଫଳତା ଦେଖିବା ପରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୮ ଜୁଲାଇ ୨୧ରେ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି ଯୋଜନାକୁ ଜାତୀୟସ୍ତରରେ ଶୁଭାରମ୍ଭ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ‘ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ’ ପକ୍ଷରୁ ଏଥିପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାରେ ୨୦୧୯ ଜାନୁୟାରୀ ୨୪ରେ ରାଜ୍ୟ ପୋଲିସ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଏହି ଯୋଜନାକୁ ରାଜ୍ୟସ୍ତରୀୟ ଶୁଭାରମ୍ଭ କରାଯାଇଥିଲା। ତତ୍‌କାଳୀନ ପୋଲିସ ଡିଜି ରାଜେଦ୍ର ପ୍ରସାଦ ଶର୍ମା ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତତ୍‌କାଳୀନ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଅସିତ ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ୩ କୋଟି ୬୨ ଲକ୍ଷ ୯୦ ହଜାର ଟଙ୍କା ରାଜ୍ୟ ପୋଲିସ ବିଭାଗକୁ ଦିଆଯାଇଛି। ଏହି ଅର୍ଥରୁ ୧ କୋଟି ୮୪ ଲକ୍ଷ ୫୦ ହଜାର ଟଙ୍କା ଯୋଜନା ପାଇଁ ଖର୍ଚ୍ଚ କରାଯାଇଥିବା ତଥ୍ୟ ରଖାଯାଇଥିବାବେଳେ ବାକି ଟଙ୍କା ଖର୍ଚ୍ଚ ନେଇ କୌଣସି ତଥ୍ୟ ଦିଆଯାଇ ନାହିଁ। ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଚାଲୁଥିବାବେଳେ ଓଡ଼ିଶାରେ କାହିଁକି ଆଗକୁ ବଢ଼ିପାରୁ ନାହିଁ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ଏହି ଯୋଜନା ୨ବର୍ଷିଆ କାର୍ଯ୍ୟକ୍ରମ ହୋଇଥିବାବେଳେ ପ୍ରତି ସ୍କୁଲର କେବଳ ଅଷ୍ଟମ ଓ ନବମ ଶ୍ରେଣୀର ୪୪ଜଣ ପିଲା ଏଥିରେ ଭାଗ ନେଇିପାରିବେ। ଶିକ୍ଷକଙ୍କ ସହାୟତାରେ ପୋଲିସ ଟିମ୍‌ ପକ୍ଷରୁ ପିଲାମାନଙ୍କୁ ସପ୍ତାହରେ ଦୁଇଥର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟରେ ୭୬୫ଟି ସ୍କୁଲ ଚିହ୍ନଟ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ରାଜ୍ୟରେ ମୋଟ ୧ହଜାର ୬୫୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ। କ୍ୟାପିଟାଲ ହାଇସ୍କୁଲର ଜଣେ କର୍ମଚାରୀଙ୍କ କହିବା ହେଲା, ଶୁଭାରମ୍ଭ ସମୟରେ ପିଲାମାନଙ୍କୁ ୟୁନିଫର୍ମ ଦିଆଯାଇଥିଲା। ଅତିଥିମାନେ ଛାତ୍ରୀଛାତ୍ରଙ୍କ ସହ ଫଟୋ ଉଠାଇବା ସହ ଗଣମାଧ୍ୟମ ଜରିଆରେ ଏହାକୁ ପ୍ରଚାର ପ୍ରସାର କରାଯାଇଥିଲା। ହେଲେ ଏହାପରଠାରୁ ଥରୁଟିଏ ବି ସ୍କୁଲକୁ ପୋଲିସ ଟିମ୍‌ ଆସି ପ୍ରଶିକ୍ଷଣ ଦେଇନାହାନ୍ତି। ଏପରିକି କଟକ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ, ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଆଦିରେ ମଧ୍ୟ ଏହି ଯୋଜନାର ସମାନ ସ୍ଥିତି ଥିବା ସୂଚନା ମିଳିଛି। ତେଣୁ ଏହି ଯୋଜନାକୁ ରାଜ୍ୟରେ ଶୁଭାରମ୍ଭ କରିବା କେବଳ ଲୋକ ଦେଖାଣିଆ ଥିଲା ବୋଲି ଚର୍ଚ୍ଚା ହେଉଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ମନିଟରିଂ କମିଟି ଥିବାବେଳେ ପ୍ରତ୍ୟେକ ଜିଲାରେ ଷ୍ଟିୟରିଂ କମିଟି ରହିଛି। ତେଣୁ ଏହି କମିଟି କ’ଣ କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। କ୍ୟାପିଟାଲ ହାଇସ୍କୁଲର ସୋନିରାଣୀ ଦାଶ ନାମ୍ନୀ ଜଣେ ଛାତ୍ରୀ କହିଛନ୍ତି, ଏହା ଆମ ପାଇଁ ଏକ ଭଲ ଯୋଜନା ହୋଇଥିବାବେଳେ ଏହାକୁ ଶୁଭାରମ୍ଭ ପରେ ଆଉ କାର୍ଯ୍ୟକାରୀ କରାଯାଉନାହିଁ। ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଛାତ୍ରୀଛାତ୍ର ଏଥିରେ ଅନ୍ତର୍ଭୁକ୍ତ ହୋଇ ନିଜକୁ ସୁନାଗରିକ ଭାବେ ଗଢ଼ିପାରନ୍ତେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟର ନୋଡାଲ ଅଫିସର ଦାୟିତ୍ୱରେ ଥିବା ପୋଲିସ ମୁଖ୍ୟାଳୟର ଏଆଇଜି ସୁରେଶ ଚନ୍ଦ୍ର ଜେନା କହିଛନ୍ତି, ଯୋଜନାକୁ ଆଗକୁ ନେବା ପାଇଁ ଜିଲା ପୋଲିସ ଏବଂ ଶୁଭାରମ୍ଭ ହୋଇଥିବା ସ୍କୁଲଗୁଡ଼ିକୁ ନିୟମିତ ବ୍ୟବଧାନରେ ଚିଠି ଲେଖାଯାଉଛି। ହେଲେ ଏ ଦିଗରେ ଜିଲା ଏସ୍‌ପି ଓ ସ୍କୁଲ କର୍ତ୍ତୃପକ୍ଷ କୌଣସି ତତ୍ପରତା ଦେଖାଉ ନାହାନ୍ତି ବୋଲି ସେ କହିଛନ୍ତି।

‘ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ’ ଯୋଜନା କ’ଣ

ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌ (ଏସ୍‌ପିସି) ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧୀନ ଏକ ଯୋଜନା। ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହି ପାଠ୍ୟକ୍ରମରେ ନିୟମକୁ ସମ୍ମାନ ଦେବା, ଶୃଙ୍ଖଳିତ ହେବା ଏବଂ ସମାଜର ପଛୁଆବର୍ଗଙ୍କ ପାଇଁ ନାଗରିକ ଚେତନା ଏବଂ ସହାନୁଭୂତି ବିକାଶ ପାଇଁ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ଏଥିସହ ଏହି ଯୋଜନା ଛାତ୍ରୀଛାତ୍ରଙ୍କ ପରିବାର, ସମ୍ପ୍ରଦାୟ ଏବଂ ସମାଜ ପ୍ରତି ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରିଥାଏ। ଯାହା ସେମାନଙ୍କୁ ମାଦକ ଦ୍ରବ୍ୟର ଅପବ୍ୟବହାର, ବିଭ୍ରାନ୍ତିକର ଆଚରଣ, ଅସହିଷ୍ଣୁତା ଏବଂ ସାମାଜିକ ବ୍ୟାଧି ଭଳି ନକାରାତ୍ମକ ପ୍ରବୃତ୍ତିକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହି ବ୍ୟବସ୍ଥାର ପ୍ରଶିକ୍ଷଣ ଦ୍ୱାରା ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଏବଂ ସେମାନଙ୍କୁ ସମାଜ ପାଇଁ ସୁନାଗରିକ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରଖାଯାଇଛି। ଏହା ୨ବର୍ଷିଆ ପାଠ୍ୟକ୍ରମ ହୋଇଥିବାବେଳେ ପିଲାମାନଙ୍କୁ ପୋଲିସ ପୋଷାକ, କ୍ୟାପ୍‌ ଓ ଏସ୍‌ପିସି ବ୍ୟାଚ୍‌ ଆଦି ପିନ୍ଧାଯାଇଥାଏ। ଏଥିସହ ଫିଲ୍ଡ ଭିଜିଟ୍‌, ପ୍ରାକ୍ଟିକାଲ ଟ୍ରେନିଂ ଓ କ୍ୟାମ୍ପ କରାଯାଇ ମଧ୍ୟ ସେମାନଙ୍କୁ ସୁନାଗରିକ ହେବା ଉଦ୍ଦେଶ୍ୟରେ ଦକ୍ଷ କରାଯାଇଥାଏ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତି ରାଜ୍ୟର ୫ ଜଣ ପୋଲିସ କର୍ମଚାରୀଙ୍କୁ ମାଷ୍ଟର ଟ୍ରେନର୍‌ ଭାବେ ପ୍ରଶିକ୍ଷଣ ଦିଆଯାଇଥାଏ।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?