ଆଇଜିଆଇଟିରୁ ଛାତ୍ର ନିଖୋଜ

ପରଜଙ୍ଗ, ୧୭।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ରେ ପଢୁଥିବା ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସନ୍ଦୀପ କୁମାର ଜେନା। ସନ୍ଦୀପ ରହୁଥିବା ବ୍ରହ୍ମୋସ ଛାତ୍ରାବାସ ପ୍ରକୋଷ୍ଠରୁ ଏକ ଚିଠି ମିଳିଛି। ସୁପରିଣ୍ଟେଣ୍ଡେଣ୍ଟ ଏବଂ ଓ୍ବାର୍ଡେନ୍‌ଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇ ଛାତ୍ରଜଣକ ଏଭଳି ପଦକ୍ଷେପ ନେଇଥିବା ଏଥିରେ ଉଲ୍ଲେଖ ରହିଛି। ଘଟଣା ପ୍ରଘଟ ହେବା ପରେ ଶତାଧିକ ଛାତ୍ର ଶିକ୍ଷାନୁଷ୍ଠାନ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ କଲେଜ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପହଞ୍ଚତ୍ ବୁଝାଶୁଝା କରୁଛି।
ଉକ୍ତ ଚିଠିରେ ଉଲ୍ଲେଖ ରହିଛି, ଗୁରୁବାର ରାତିରେ ସନ୍ଦୀପ ଆଇଜିଆଇଟି ପରିସରରେ ଥିବା ସୂର୍ଯ୍ୟଭବନରୁ ବ୍ରହ୍ମୋସ ଛାତ୍ରାବାସକୁ ଏକାକୀ ଚାଲି ଚାଲି ଆସୁଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଓ୍ବାର୍ଡେନ୍‌ ରବୀନ୍ଦ୍ର ବେହେରା ଏବଂ ସୂର୍ଯ୍ୟଭବନ ସୁପରିଣ୍ଟେଣ୍ଡେଣ୍ଟ ଉମାକାନ୍ତ ବେହେରା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ। ତାଙ୍କ ମା’ଙ୍କୁ ଫୋନ୍‌ କରି ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ସନ୍ଦୀପ ହଷ୍ଟେଲରୁ କୁଆଡ଼େ ପଳାଇଛନ୍ତି। ଯଦି ତାଙ୍କର କିଛି ବି ସୁବିଧା ଅସୁବିଧା ହୁଏ, ତେବେ ଏଥିଲାଗି ଓ୍ବାର୍ଡେନ୍‌ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଛାତ୍ରଜଣକ ଶେଷରେ ‘ସରି ବୋଉ’ ଲେଖି ତାଙ୍କ ମା’ଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି।
ହଷ୍ଟେଲର ଜଣେ ଛାତ୍ର ନିଖୋଜ ଥିବା ଜଣାପଡ଼ିବା ପରେ ଅପରାହ୍ନରେ କଲେଜର ବହୁ ଛାତ୍ର ବିକ୍ଷୋଭ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟାନ୍ତର କରିବାକୁ ସେମାନେ ଅଡ଼ି ବସିଛନ୍ତି। ଏଥିସହ ନିଖୋଜ ଛାତ୍ରଙ୍କୁ ଖୋଜି ବାହାର କରିବା ଦାବିରେ ଅଟଳ ରହିଛନ୍ତି। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଖବର ଲେଖାଯିବା ସୁଦ୍ଧା ଆନ୍ଦୋଳନ ଜାରି ରହିଥିଲା। ଏ ସଂକ୍ରାନ୍ତରେ ସ୍କୁଲ ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତଙ୍କ ମୋବାଇଲ ନଂ. ୯୪୩୭୨୧୧୫୮୨କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ସେହିପରି ସରାଙ୍ଗ ଫାଣ୍ଡି ପୋଲିସର ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri