ଆଇଜିଆଇଟିରୁ ଛାତ୍ର ନିଖୋଜ

ପରଜଙ୍ଗ, ୧୭।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ରେ ପଢୁଥିବା ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସନ୍ଦୀପ କୁମାର ଜେନା। ସନ୍ଦୀପ ରହୁଥିବା ବ୍ରହ୍ମୋସ ଛାତ୍ରାବାସ ପ୍ରକୋଷ୍ଠରୁ ଏକ ଚିଠି ମିଳିଛି। ସୁପରିଣ୍ଟେଣ୍ଡେଣ୍ଟ ଏବଂ ଓ୍ବାର୍ଡେନ୍‌ଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇ ଛାତ୍ରଜଣକ ଏଭଳି ପଦକ୍ଷେପ ନେଇଥିବା ଏଥିରେ ଉଲ୍ଲେଖ ରହିଛି। ଘଟଣା ପ୍ରଘଟ ହେବା ପରେ ଶତାଧିକ ଛାତ୍ର ଶିକ୍ଷାନୁଷ୍ଠାନ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ କଲେଜ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପହଞ୍ଚତ୍ ବୁଝାଶୁଝା କରୁଛି।
ଉକ୍ତ ଚିଠିରେ ଉଲ୍ଲେଖ ରହିଛି, ଗୁରୁବାର ରାତିରେ ସନ୍ଦୀପ ଆଇଜିଆଇଟି ପରିସରରେ ଥିବା ସୂର୍ଯ୍ୟଭବନରୁ ବ୍ରହ୍ମୋସ ଛାତ୍ରାବାସକୁ ଏକାକୀ ଚାଲି ଚାଲି ଆସୁଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଓ୍ବାର୍ଡେନ୍‌ ରବୀନ୍ଦ୍ର ବେହେରା ଏବଂ ସୂର୍ଯ୍ୟଭବନ ସୁପରିଣ୍ଟେଣ୍ଡେଣ୍ଟ ଉମାକାନ୍ତ ବେହେରା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ। ତାଙ୍କ ମା’ଙ୍କୁ ଫୋନ୍‌ କରି ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ସନ୍ଦୀପ ହଷ୍ଟେଲରୁ କୁଆଡ଼େ ପଳାଇଛନ୍ତି। ଯଦି ତାଙ୍କର କିଛି ବି ସୁବିଧା ଅସୁବିଧା ହୁଏ, ତେବେ ଏଥିଲାଗି ଓ୍ବାର୍ଡେନ୍‌ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଛାତ୍ରଜଣକ ଶେଷରେ ‘ସରି ବୋଉ’ ଲେଖି ତାଙ୍କ ମା’ଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି।
ହଷ୍ଟେଲର ଜଣେ ଛାତ୍ର ନିଖୋଜ ଥିବା ଜଣାପଡ଼ିବା ପରେ ଅପରାହ୍ନରେ କଲେଜର ବହୁ ଛାତ୍ର ବିକ୍ଷୋଭ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟାନ୍ତର କରିବାକୁ ସେମାନେ ଅଡ଼ି ବସିଛନ୍ତି। ଏଥିସହ ନିଖୋଜ ଛାତ୍ରଙ୍କୁ ଖୋଜି ବାହାର କରିବା ଦାବିରେ ଅଟଳ ରହିଛନ୍ତି। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଖବର ଲେଖାଯିବା ସୁଦ୍ଧା ଆନ୍ଦୋଳନ ଜାରି ରହିଥିଲା। ଏ ସଂକ୍ରାନ୍ତରେ ସ୍କୁଲ ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତଙ୍କ ମୋବାଇଲ ନଂ. ୯୪୩୭୨୧୧୫୮୨କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ସେହିପରି ସରାଙ୍ଗ ଫାଣ୍ଡି ପୋଲିସର ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri