ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)। ଅନକ ମେଧାବୀ ଛାତ୍ର ଥିଲେ। ସେ ଡିପ୍ଲୋମା କରୁଥିବା ବେଳେ ଜନ୍ମାଷ୍ଟମୀ ଛୁଟିରେ ବୁଧବାର ଗାଁକୁ ଆସିଥିଲେ। ଗ୍ରାମର ସାଙ୍ଗସାଥିଙ୍କ ସହ ପୋଖରୀକୁ ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ। ଲଗାଣ ବର୍ଷା କାରଣରୁ ପୋଖରୀରେ ପାଣି ଭର୍ତ୍ତି ହୋଇ ରହିଛି। ଅନକ ପୋଖରୀରେ ଗାଧୋଇବା ପାଇଁ ପଶିଥିଲେ। ହେଲେ ସେ ବାହାରକୁ ଆସି ନ ପାରି ବୁଡି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରିଥିଲେ। ସେତିକିବେଳକୁ ଅନକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମତ୍ୟୁ ମାମଲା (ନଂ.୬/୨୨)ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି...

ଗରାଖକଁର ପହେଲା ପସନ୍‌ ପ୍ରହଲ୍ଲାଦକଁର ଦହିବରା

  ଜାମଟିକ୍ରା, ୧୩।୮ (ଡି.ଏନ୍‌.ଏ.): ସମାଜର ପରିବରତନ୍‌ ସଂଗେ ଲୁକ୍‌କର ଖାଏଦ୍‌ ରୁଚି ବି ବଦଲୁଛେ। ଆଏଜ୍‌କାଲି ଅନେକ ଜାଗାରେ ରାସ୍‌ତା ତରେ, ବଜାରରେ ନାନା...

ଭିତରକନିକା ଭିତ୍ତିଭୂମିର ବିକାଶ ପାଇଁ ୫୯ କୋଟି ମଞ୍ଜୁର

କେନ୍ଦ୍ରାପଡ଼ା ଅଫିସ/ରାଜନଗର,୧୮ା୩ (ଡି.ଏନ୍‌.ଏ.): ଭିତରକନିକାକୁ ବିଶ୍ୱଦରବାରରେ ଅଧିକ ପରିଚିତ କରାଇବା ସହ ଏହାର ଭିତ୍ତିଭୂମି ଏବଂ ଇକୋ ଟୁରିଜମ୍‌ର ବିକାଶ ପାଇଁ ରାଜ୍ୟ ସରକାର ପ୍ରକୃତି...

ସୁବର୍ଣ୍ଣରେଖା ନଦୀବନ୍ଧକୁ ନେଇ ତେଜୁଛି ଅସନ୍ତୋଷ

ଜଳେଶ୍ୱର,୧୫ା୫(ଡି.ଏନ.ଏ.): ପୂର୍ବର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଧ୍ୱସ୍ତବିଧ୍ୱସ୍ତ ହେଉଥିବାରୁ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ୬କୋଟି ୬୦ଲକ୍ଷ...

ଶଟ୍‌ଡାଉନ ସମୟରେ ବାଲି ଚୋରାଚାଲାଣ

ଦେଓଗାଁ,୧୪ା୬(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ତହସିଲ ଅନ୍ତର୍ଗତ ସୋନଗଡ ନଦୀ ଓ ତେଲନଦୀ ଅଞ୍ଚଳରୁ ପ୍ରତ୍ୟହ ଚାଲି ଚୋରାଚାଲାଣ ହେଉଛି। ଏପରିକି ଶନିବାର ଓ ରବିବାର ଶଟଡାଉନ...

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ...

୨ ପର୍ଯ୍ୟାୟରେ ଖୋଲିବ ମାଲ୍‌ଗୋଦାମ

କଟକ ଅଫିସ,୨୩ା୩- ରାଜ୍ୟର ଅନ୍ୟତମ ବୃହତ୍‌ ବଜାର ମାଲ୍‌ଗୋଦାମ ଖୋଲିବାକୁ ନେଇ ଥିବା ଦ୍ୱନ୍ଦ୍ୱ ସୋମବାର ଦୂର ହୋଇଛି। ଫଳରେ ଏହି ବଜାର ଦିନକୁ ଦୁଇଟି...

ଟ୍ରାକ୍ଟରରୁ ପଡ଼ିଗଲେ ଶ୍ରମିକ, ଟ୍ରଲି ଚକ ଚଢିଗଲା

ସମ୍ବଲପୁର,୧୨।୫(ବ୍ୟୁରୋ): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ବୁଢ଼ାରଜା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲିର ଚକ ତଳେ...

Advertisement
Archives

Model This Week