ଫୋକସ୍‌ରେ ଷ୍ଟୁଡେଣ୍ଟ ଆଡପ୍‌ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ‘ମୋ ସ୍କୁଲ୍‌’ ଅଭିଯାନକୁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନକୁ ଆଣିବା ପରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଛି। ଚଳିତବର୍ଷଠାରୁ ଏହି ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡପ୍‌ଶନ (ପୋଷ୍ୟ ଛାତ୍ରୀଛାତ୍ର) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପୁରାତନ ଛାତ୍ରୀଛାତ୍ର ଓ ଇଚ୍ଛୁକ ବ୍ୟକ୍ତିବିଶେଷ ୧୦୦ଟି ବିଦ୍ୟାଳୟର ୧ହଜାର ଛାତ୍ରୀଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ବୁଝିବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡପ୍‌ଶନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ। ତୋଷାଳୀ ଭବନସ୍ଥିତ ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ୭ମ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ ଜିଲାର ୧୦୦ ସ୍କୁଲକୁ ଚୟନ କରାଯାଇ ମଡେଲ ସ୍କୁଲ୍‌ ଭାବେ ବିକଶିତ କରାଯିବ। ଏଥିରେ ପ୍ରତି ଜିଲାରୁ ଅତି କମ୍‌ରେ ୩ଟି ଲେଖାଏ ବିଦ୍ୟାଳୟ ରହିବ ବୋଲି ସୂଚନା ଦିଆଯାଇଛି।
ମୋ ସ୍କୁଲ୍‌ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅଭିଭାବକମାନେ ବେସରକାରୀ ସ୍କୁଲ୍‌ ପରିବର୍ତ୍ତେ କିଭଳି ସରକାରୀ ସ୍କୁଲ୍‌ରେ ନିଜ ପିଲାଙ୍କୁ ପଢ଼ାଇବାକୁ ଆଗ୍ରହ ଦେଖାଇବେ, ସେଥିପାଇଁ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ବାଗ୍‌ଚୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ ସ୍କୁଲ୍‌ରେ ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ଓ ତାହାର କାର୍ଯ୍ୟକାରିତା ଉପରେ ମୋ ସ୍କୁଲ୍‌ ଗୁରୁତ୍ୱାରୋପ କରିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ମୋ ସ୍କୁଲ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲ୍‌ରେ ଭିତ୍ତିଭୂମି ବିକାଶ ଉପରେ ମୋ ସ୍କୁଲ୍‌ ଅଭିଯାନ କାର୍ଯ୍ୟ କରୁ ବୋଲି ସଚିବ କହିଛନ୍ତି। ମୋ ସ୍କୁଲ୍‌ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଚିହ୍ନଟ ସହ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ। ଖୁବ୍‌ଶୀଘ୍ର ବୈଷୟିକ ବିଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ମେଣ୍ଟର କନେକ୍ଟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସ୍କୁଲ୍‌ ଅଭିଯାନ ଏକ ବର୍ଷରେ ମୋଟ ୧,୮୨,୦୦୦ ପୁରାତନ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚତ୍ପାରିଛି। ୪ଟି ଅନ୍ତର୍ଜାତୀୟ ସଂସ୍ଥା ଏବଂ ୭ଟି ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତଭାବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କୋଡ୍‌ କ୍ଲବ୍‌, ସ୍ମାର୍ଟ କ୍ଲାସ୍‌ରୁମ୍‌, ଭିତ୍ତିଭୂମି ବିକାଶ ସହ ଶିକ୍ଷକ ପ୍ରଶିକ୍ଷଣ ଏବଂ ଭର୍ଚ୍ଚୁଆଲ ଲର୍ନିଂ କାର୍ଯ୍ୟକ୍ରମ ଆୟୋଜନ କରିଛି। ପ୍ରଥମଥର ପାଇଁ ମୋ ସ୍କୁଲ୍‌ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ରୋବୋଟିକ୍ସ ଏବଂ ବିଲ୍ଡିଂ ଆଜ୍‌ ଏ ଲର୍ନିଂ ଏଡ୍‌(ବାଲା) ଭଳି ୩ଟି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାର୍ଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀ ଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ...

ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା...

ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ

କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ...

ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍‌, କହିଲେ…

ଭୁବନେଶ୍ୱର,୧୯।୩: ରାଜ୍ୟରେ  ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ...

ଦୁଇ ବନ କର୍ମଚାରୀଙ୍କୁ ବାଜିଥିଲା ଗୁଳି : ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି

କଟକ,୧୯।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁତର ହୋଇ ଭର୍ତ୍ତି ହେଲେ ବାଲେଶ୍ୱର ଜିଲାର ଦୁଇ ବନ କର୍ମଚାରୀ । ସୋମବାର ବିଳମ୍ବିତ ରାତିରେ ପଞ୍ଚଲିଙ୍ଗେଶର ଅଭୟାରଣ୍ୟରେ...

ଚା’ ଖଟିରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ: କର୍ମୀଙ୍କ ସହ ପିଇଲେ ଚା’

ଭୁବନେଶ୍ୱର,୧୯।୩: ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସେ ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି। ବିଜୟ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri