ଫୋକସ୍‌ରେ ଷ୍ଟୁଡେଣ୍ଟ ଆଡପ୍‌ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ‘ମୋ ସ୍କୁଲ୍‌’ ଅଭିଯାନକୁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନକୁ ଆଣିବା ପରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଛି। ଚଳିତବର୍ଷଠାରୁ ଏହି ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡପ୍‌ଶନ (ପୋଷ୍ୟ ଛାତ୍ରୀଛାତ୍ର) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପୁରାତନ ଛାତ୍ରୀଛାତ୍ର ଓ ଇଚ୍ଛୁକ ବ୍ୟକ୍ତିବିଶେଷ ୧୦୦ଟି ବିଦ୍ୟାଳୟର ୧ହଜାର ଛାତ୍ରୀଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ବୁଝିବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡପ୍‌ଶନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ। ତୋଷାଳୀ ଭବନସ୍ଥିତ ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ୭ମ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ ଜିଲାର ୧୦୦ ସ୍କୁଲକୁ ଚୟନ କରାଯାଇ ମଡେଲ ସ୍କୁଲ୍‌ ଭାବେ ବିକଶିତ କରାଯିବ। ଏଥିରେ ପ୍ରତି ଜିଲାରୁ ଅତି କମ୍‌ରେ ୩ଟି ଲେଖାଏ ବିଦ୍ୟାଳୟ ରହିବ ବୋଲି ସୂଚନା ଦିଆଯାଇଛି।
ମୋ ସ୍କୁଲ୍‌ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅଭିଭାବକମାନେ ବେସରକାରୀ ସ୍କୁଲ୍‌ ପରିବର୍ତ୍ତେ କିଭଳି ସରକାରୀ ସ୍କୁଲ୍‌ରେ ନିଜ ପିଲାଙ୍କୁ ପଢ଼ାଇବାକୁ ଆଗ୍ରହ ଦେଖାଇବେ, ସେଥିପାଇଁ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ବାଗ୍‌ଚୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ ସ୍କୁଲ୍‌ରେ ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ଓ ତାହାର କାର୍ଯ୍ୟକାରିତା ଉପରେ ମୋ ସ୍କୁଲ୍‌ ଗୁରୁତ୍ୱାରୋପ କରିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ମୋ ସ୍କୁଲ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲ୍‌ରେ ଭିତ୍ତିଭୂମି ବିକାଶ ଉପରେ ମୋ ସ୍କୁଲ୍‌ ଅଭିଯାନ କାର୍ଯ୍ୟ କରୁ ବୋଲି ସଚିବ କହିଛନ୍ତି। ମୋ ସ୍କୁଲ୍‌ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଚିହ୍ନଟ ସହ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ। ଖୁବ୍‌ଶୀଘ୍ର ବୈଷୟିକ ବିଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ମେଣ୍ଟର କନେକ୍ଟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସ୍କୁଲ୍‌ ଅଭିଯାନ ଏକ ବର୍ଷରେ ମୋଟ ୧,୮୨,୦୦୦ ପୁରାତନ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚତ୍ପାରିଛି। ୪ଟି ଅନ୍ତର୍ଜାତୀୟ ସଂସ୍ଥା ଏବଂ ୭ଟି ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତଭାବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କୋଡ୍‌ କ୍ଲବ୍‌, ସ୍ମାର୍ଟ କ୍ଲାସ୍‌ରୁମ୍‌, ଭିତ୍ତିଭୂମି ବିକାଶ ସହ ଶିକ୍ଷକ ପ୍ରଶିକ୍ଷଣ ଏବଂ ଭର୍ଚ୍ଚୁଆଲ ଲର୍ନିଂ କାର୍ଯ୍ୟକ୍ରମ ଆୟୋଜନ କରିଛି। ପ୍ରଥମଥର ପାଇଁ ମୋ ସ୍କୁଲ୍‌ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ରୋବୋଟିକ୍ସ ଏବଂ ବିଲ୍ଡିଂ ଆଜ୍‌ ଏ ଲର୍ନିଂ ଏଡ୍‌(ବାଲା) ଭଳି ୩ଟି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?