ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୧ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘର ନିକଟରୁ କେହି ଅପହରଣ କରିନେଇଥିଲେ। ଏ ନେଇ ଛାତ୍ରୀଙ୍କ ବାପା ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୦୦/୨୧ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅପହୃତାଙ୍କୁ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ଶ୍ରବଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସଆଇ ପି. କେ. ସାହୁ କୋର୍ଟରେ ଉକ୍ତ ମାମଲାର ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ବେଳେ ଉପଯୁକ୍ତ ପ୍ରମାଣ ମିଳି ନ ଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ପକ୍ଷରୁ ସୟଦ ଇକବାଲ ଓ ତାଙ୍କ ସହଯୋଗୀ ଯଶବନ୍ତ ନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri