Posted inଖେଳ

ହାଇଦ୍ରାବାଦକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର,୧୧ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ନିମ୍‌ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍‌ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍‌ସି(ଓଏଫ୍‌ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ ୧୮ ମ୍ୟାଚ୍‌ରୁ ୧୦ ବିଜୟ ସହିତ ଓଏଫ୍‌ସି ୨୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପ୍ଲେ ଅଫ୍‌ ଦାବିଦାରିକୁ ଦୃଢ଼ କରିଛି। ଓଏଫ୍‌ସି ପକ୍ଷରୁ ଆଇଜାକ ଭନଲାଲରୁଆଟଫେଲା ୩୩ ଓ ଡିଏଗୋ ମରିସିଓ ୯୦+୪ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ବେଶ୍‌ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧରେ ଡିଏଗୋ ମରିସିଓ ଏକାଧିକ ସ୍କୋରିଂ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ। ୩୩ତମ ମିନିଟ୍‌ରେ ଆଇଜାକ ଭନଲାଲରୁଆଟଫେଲା ଏକ ଚମତ୍କାର ଗୋଲ ସହିତ ଓଏଫ୍‌ସି ପକ୍ଷରୁ ଆଗୁଆ ସ୍କୋର କରିଥିଲେ। ପେଡ୍ରୋ ମାର୍ଟିନ୍‌ଙ୍କ ପାସ୍‌କୁ ଏକ ଶକ୍ତିଶାଳୀ ଶଟ୍‌ ସହିତ ଗୋଲରେ ପରିଣତ କରିଥିଲେ ଆଇଜାକ। ପ୍ରଥମାର୍ଦ୍ଧ ଶେଷହେବାର ଠିକ୍‌ ପୂର୍ବରୁ ଅର୍ଥାତ୍‌ ୪୪ତମ ମିନିଟ୍‌ରେ ନିମ୍‌ ଦୋର୍ଜି ଓଏଫ୍‌ସି ଗୋଲି ଅମରିନ୍ଦର ସିଂଙ୍କୁ ଚକମା ଦେଇ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ୭୨ତମ ମିନିଟ୍‌ରେ ଓଏଫ୍‌ସି ଅଗ୍ରଣୀ ହାସଲ କରିଥିଲା। ଡିଏଗୋ ମରିସିଓଙ୍କ ପାସ୍‌କୁ ନନ୍ଦକୁମାର ଶେକର ଗୋଲପୋଷ୍ଟ ଆଡ଼କୁ ମାରିଥିଲେ। ତେବେ ଦୋର୍ଜିଙ୍କ ଦୁର୍ବଳ ଡିଫେନ୍ସ କାରଣରୁ ଏହା ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା। ଇଞ୍ଜୁରି ଟାଇମ୍‌ରେ ଆଇଜାକ ଛାକଛୁଆକଙ୍କ ପାସ୍‌ରୁ ଗୋଲ ଦେବା ସହିତ ୯୦+୪ ମିନିଟ୍‌ରେ ଓଡ଼ିଶାକୁ ୩ ପଏଣ୍ଟ ପ୍ରଦାନ କରିଥିଲେ ଡିଏଗୋ ମରିସିଓ। ଆଇଜାକ ଭନଲାଲରୁଆଟଫେଲାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri