Posted inଖେଳ

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ ବାଲା ଦେବୀ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ଓଡ଼ିଶା ଏଫ୍‌ସି ମହିଳା ଦଳରେ ଯୋଗ ଦେଇଛନ୍ତି ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟିକା ବାଲା ଦେବୀ। ଆଇଏସ୍‌ଏଲ୍‌ର ଆସନ୍ତା ସଂସ୍କରଣ ପାଇଁ ବାଲା ଦେବୀ ଓଏଫ୍‌ସି ସହିତ ଏକ ବର୍ଷର ଚୁକ୍ତି ସ୍ବାକ୍ଷର କରିଛନ୍ତି। ମଣିପୁରର ଇମ୍ଫାଲରେ ଜନ୍ମିତ ବାଲା ୨୦୦୨ରୁ ୧୯ ବର୍ଷରୁ କମ୍‌ ମଣିପୁର ଦଳର ପ୍ରତିନିଧିତ୍ୱ କରିଥିଲେ। ସମାନ ବର୍ଷରେ ମଣିପୁର ଦଳକୁ ୧୯ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ବିଜୟୀ କରାଇବା ସହିତ ଶ୍ରେଷ୍ଠ ଖେଳାଳିର ମାନ୍ୟତା ହାସଲ କରିଥିଲେ। କ୍ରମାଗତ ଦୁଇ ବର୍ଷ ମଣିପୁର ଚାମ୍ପିୟନ ହେବା ସହିତ ବାଲା ଦେବୀଙ୍କୁ ମିଳିଥିଲା ୧୭ ବର୍ଷରୁ କମ୍‌ ଭାରତୀୟ ଦଳକୁ ଡାକରା। ୨୦୧୪ରେ ସେ ମଣିପୁରକୁ ଜାତୀୟ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାନ ବର୍ଷର ସାଫ୍‌ କ୍ରୀଡ଼ାରେ ସେ ୫ ମ୍ୟାଚ୍‌ରୁ ୧୬ଟି ଗୋଲ ସ୍କୋର କରିଥିଲେ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ତାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ଘୋଷଣା କରାଯାଇଥିଲ। ୨୦୧୫ ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶା ବିପକ୍ଷରେ ସ୍କୋର କରିଥିଲେ ବାଲା ଦେବୀ। ଏହି ଗୋଲ୍‌ ବଳରେ ମଣିପୁର ଜାତୀୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ନିଜ କ୍ୟାରିୟରରେ ବାଲା ଏକାଧିକ ପୁରସ୍କାର ଜିତିଥିଲେ। ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ଓ ନର୍ଥ ଇଷ୍ଟ ଓମେନ୍ସ ଲିଗ୍‌ ଚାମ୍ପିୟନ ହେବା ସହିତ ଇତିହାସ ରଚିଥିଲେ। ୨୦୨୦ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏକ ଅନ୍ତର୍ଜାତୀୟ ଫୁଟ୍‌ବଲ କ୍ଲବ ସହିତ ସେ ଚୁକ୍ତି ସ୍ବାକ୍ଷର କରିଥିଲେ। ସ୍କଟିସ୍‌ ପ୍ରିମିୟର ଲିଗ୍‌ରେ ରେଞ୍ଜର ଏଫ୍‌ସି ୯-୦ ଗୋଲରେ ମଦରଓ୍ବେଲକୁ ପରାସ୍ତ କରିଥିଲା। ଏହାସହିତ ପ୍ରଥମ ମହିଳା ଭାବେ ଏକ ୟୁରୋପିଆନ୍‌ ଲିଗ୍‌ରେ ସ୍କୋର କରିବାର ସୌଭାଗ୍ୟ ହାସଲ କରିଥିଲେ। ଭାରତ ପାଇଁ ୪୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୬ ଗୋଲ ସ୍କୋର କରିଛନ୍ତି। ନିୟମିତ ଗୋଲ ସ୍କୋର କରିବାରେ ବାଲା ଦେବୀଙ୍କ ଦକ୍ଷତା ତାଙ୍କୁ ବିଶ୍ୱ ଫୁଟ୍‌ବଲରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିବା ବେଳେ ସେ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?