ଝୁଣ୍ଟିଆ ଫ୍ୟାଶନ

ହିନ୍ଦୁ ସଂସ୍କୃତି ଅନୁସାରେ ବିବାହିତା ନାରୀ ସାଧାରଣତଃ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। କାରଣ ଏହା ସଧବା ନାରୀର ଏକ ଲକ୍ଷଣ ହୋଇଥାଏ। ସେଥିପାଇଁ ବାହାଘର ଦିନଠାରୁ ପ୍ରତି ସଧବା ନାରୀ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ପିନ୍ଧିବା ସହ ପାଦରେ ଝୁଣ୍ଟିଆ ବି ପିନ୍ଧିଥାନ୍ତି। ଆଉ ତାକୁ ହିଁ ଲକ୍ଷ୍ୟ କରି ଆଜିକାଲି ଅନେକ ଲାଟେଷ୍ଟ ଡିଜାଇନ୍‌ର ଝୁଣ୍ଟିଆ ମାର୍କେଟକୁ ଆସିଗଲାଣି। ଆସନ୍ତୁ ଜାଣିବା ସେମିତି କିଛି ଲାଟେଷ୍ଟ ଝୁଣ୍ଟିଆ ଫ୍ୟାଶନ ସମ୍ପର୍କରେ…
ଷ୍ଟୋନ ଓ କୁନ୍ଦନର ଝୁଣ୍ଟିଆ: ଯେଉଁ ମହିଳାମାନଙ୍କୁ ବଡ଼ ଡିଜାଇନ୍‌ବାଲା ଝୁଣ୍ଟିଆ ପିନ୍ଧିବାକୁ ଭଲ ଲାଗେ ନାହିଁ, ସେମାନେ ଚାହିଁଲେ ଛୋଟ ଛୋଟ ଷ୍ଟୋନ୍‌ ଖଚିତ ଅବା ଷ୍ଟୋନ ସହିତ କୁନ୍ଦନର ବି କାମ ହୋଇଥିବା ୟୁନିକ୍‌ ଡିଜାଇନ୍‌ର ଝୁଣ୍ଟିଆ ପିନ୍ଧି ପାଦକୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇପାରିବେ। ବାହାଘର ଫଙ୍କ୍‌ସନରେ ଟିକେ ବଡ଼ ଶେପ୍‌ର କୁନ୍ଦନର ଝୁଣ୍ଟିଆ ପାଦରେ ପିନ୍ଧିଲେ ପାଦ ପୂରିଲା ପୂରିଲା ଦେଖାଯାଇଥାଏ।
ଫ୍ଲୋରାଲ୍‌ ଡିଜାଇନ୍‌ର ଝୁଣ୍ଟିଆ: ଯେଉଁ ମହିଳାମାନଙ୍କର ଟିକେ ଟ୍ରାଡିସ୍‌ନାଲ୍‌ ଝୁଣ୍ଟିଆ ପସନ୍ଦ, ସେମାନଙ୍କ ପାଇଁ ଫ୍ଲୋରାଲ୍‌ ଡିଜାଇନ୍‌ର ଝୁଣ୍ଟିଆ ବେଷ୍ଟ ଅପ୍ସନ ହୋଇଥାଏ। ଏବେ ଫ୍ଲୋରାଲ୍‌ ଡିଜାଇନ୍‌ର ବ୍ଲାକ୍‌ ମେଣ୍ଟାଲ ଝୁଣ୍ଟିଆ ବି ମିଳିଲାଣି, ଯାହାକୁ ମହିଳାମାନେ ଚାହିଁଲେ ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ସୋବର୍‌ ଲୁକ୍‌ ପାଇପାରିବେ।
ରିଙ୍ଗ୍‌ ଷ୍ଟାଇଲ୍‌ ଝୁଣ୍ଟିଆ: ଆଜିକାଲି ତ ବିଭିନ୍ନ ଡିଜାଇନ୍‌ର ସିମ୍ପଲ ରିଂ ଷ୍ଟାଇଲ୍‌ ଝୁଣ୍ଟିଆ ବି ମିଳିଲାଣି; ଯାହାକୁ କୌଣସି ବି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ହୋଇପାରିବ। ଏପରି କି ଆପଣ ଚାହିଁଲେ ଏହାକୁ ଗିଫ୍ଟ ଆକାରରେ ମଧ୍ୟ କାହାକୁ ଦେଇପାରିବେ, ଯାହା ଆପଣଙ୍କ ବଜେଟ୍‌କୁ ବି ଭଲ ସୁହାଇପାରିବ।
ହାର୍ଟ ଶେପ୍‌ ଝୁଣ୍ଟିଆ: ଯେଉଁମାନଙ୍କର ସିମ୍ପଲ ଡିଜାଇନ୍‌ କିନ୍ତୁ ଟିକେ ଆଟ୍ରାକ୍ଟିଭ୍‌ ଦେଖାଯାଉଥିବା ବାଲା ଝୁଣ୍ଟିଆ ପିନ୍ଧିବା ପସନ୍ଦ ସେମାନେ ଚାହିଁଲେ ଏହି ହାର୍ଟ ଶେପ୍‌ର ଝୁଣ୍ଟିଆ ଟ୍ରାଏ କରିପାରିବେ। ଖାସ୍‌କରି ଏହା ଶାଢ଼ି ଓ ଲେହେଙ୍ଗା ସହିତ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ। ଏହାକୁ ଚାହିଁଲେ ନବବିବାହିତାଙ୍କୁ ମଧ୍ୟ ଗିଫ୍ଟ ଆକାରରେ ଦେଇପାରିବେ।
ଗୋଲ୍ଡେନ୍‌ କଲର୍‌ ଝୁଣ୍ଟିଆ: ଯଦି ଆପଣ ଓ୍ବେଡିଂ ଫଙ୍କ୍‌ସନରେ ପିନ୍ଧିବା ପାଇଁ ଗୋଲ୍ଡେନ୍‌ କଲର୍‌ର ଶାଢ଼ି ଅବା ଲେହେଙ୍ଗା କିଣିଛନ୍ତି, ତା’ହେଲେ ତାକୁ ମ୍ୟାଚ୍‌ କରି ସୁନ୍ଦର ଡିଜାଇନ୍‌ ବାଲା ଗୋଲ୍ଡେନ୍‌ କଲର୍‌ର କୌଣସି ଝୁଣ୍ଟିଆ ପିନ୍ଧନ୍ତୁ, ଦେଖିବେ ଲୁକ୍‌ କେତେ ଆକର୍ଷଣୀୟ ଲାଗିବ। ତେବେ ଆମ ଭିତରୁ ଅନେକେ ପାଦରେ ସୁନାର ଝୁଣ୍ଟିଆ ପିନ୍ଧିବାକୁ ପସନ୍ଦ କରି ନ ଥାନ୍ତି, ସେମାନେ ଚାହିଁଲେ ଆର୍ଟିଫିସିଆଲ୍‌ ଗୋଲ୍ଡେନ୍‌ କଲର୍‌ ଝୁଣ୍ଟିଆ ବି ଟ୍ରାଏ କରିପାରିବେ।
ଅକ୍ସିଡାଇଜ୍‌ଡ ଝୁଣ୍ଟିଆ: ଅକ୍ସିଡାଇଜ୍‌ଡ ଜୁଏଲେରିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଖାସ୍‌ କରି ଶାଢ଼ି, ଅନାରକଲି ତଥା ଯେ କୌଣସି ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ। ଆଗରୁ ଆମେ ଅକ୍ସିଡାଇଜ୍‌ଡର ଚୁଡି, ଇୟର ରିଂ, ନେକଲେସ୍‌ ବିଷୟରେ ତ ଜାଣିଥିଲେ। ଏବେ ଅକ୍ସିଡାଇଜ୍‌ଡର ଖୁବ୍‌ ସୁନ୍ଦର ସୁନ୍ଦର ଝୁଣ୍ଟିଆ ବି ଆସିଲାଣି। ମହିଳାମାନେ ଚାହିଁଲେ ଏହାକୁ ଟ୍ରାଏ କରି ଭିନ୍ନ ଲୁକ୍‌ ମଧ୍ୟ ପାଇପାରିବେ।
ମଡର୍ନ ଝୁଣ୍ଟିଆ: ବିବାହିତା ନାରୀମାନେ ପାଦର ଛୋଟ ଛୋଟ ଆଙ୍ଗୁଠିରେ ସାଧାରଣତଃ ଝୁଣ୍ଟିଆ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏବେ ମଡର୍ନ ଷ୍ଟାଇଲ୍‌ରେ ଅନେକେ ପାଦର ବୁଢ଼ା ଆଙ୍ଗୁଠିରେ ବି ଝୁଣ୍ଟିଆ ପିନ୍ଧିବାକୁ ଆରମ୍ଭ କଲେଣି। ଆଉ ଏହି ଝୁଣ୍ଟିଆ ମୁଖ୍ୟତଃ ରାଉଣ୍ଡ ଶେପ୍‌ର ହୋଇଥିବା ବେଳେ ଟିକେ ମୋଟା ଆକାରର ଦେଖାଯାଇଥାଏ। ଆପଣ ବି ଯଦି ଏହି ଷ୍ଟାଇଲ୍‌ର ଝୁଣ୍ଟିଆ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏହାକୁ ଦୁଇପାଦର ବୁଢ଼ା ଆଙ୍ଗୁଠିରେ ପିନ୍ଧିପାରିବେ ନଚେତ୍‌ ଗୋଟେ ପାଦର ବୁଢ଼ା ଆଙ୍ଗୁଠିରେ ପିନ୍ଧି ଅଲଟ୍ରା ମଡର୍ନ ଲୁକ୍‌ ପାଇପାରିବେ। ତା’ଛଡ଼ା ଏହାକୁ ଜିନ୍ସ ସାଙ୍ଗରେ ମଧ୍ୟ ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri