Posted inଖେଳ

ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କଲେ…

ଲଣ୍ଡନ,୩୦।୭ : ଟିମ୍‌ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ନେଇ ପ୍ରଶଂସକମାନେ ଦୁଃଖିତ ହୋଇଛନ୍ତି। ୨୦୦୭ ଟି-୨୦ରେ ସେ ଯୁବରାଜ ସିଂଙ୍କ ୬ ଟି ବଲରେ ୬ ଟି ଛକା ମାରିଥିଲେ।
ବ୍ରଡ କେବଳ ଇଂଲଣ୍ଡ ନୁହେଁ ବିଶ୍ୱର ସବୁଠାରୁ ସଫଳ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ ଶନିବାର ଦିନ ଆଶେସର ପଞ୍ଚମ ଟେଷ୍ଟ ମ୍ୟାଚରେ ସେ ହଠାତ ଅବସର ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଶେସ ସିରିଜର ପଞ୍ଚମ ମ୍ୟାଚ କେନ୍ସିଙ୍ଗଟନ ଓଭାଲରେ ଖେଳାଯାଉଛି। ମ୍ୟାଚର ତୃତୀୟ ଦିନରେ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ହଠାତ ଅବସର ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ଆଶେସ ସିରିଜର ପଞ୍ଚମ ଟେଷ୍ଟ ବ୍ରଡଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ହେବାକୁ ଯାଉଛି। ବ୍ରଡ ଇଂଲଣ୍ଡ ପାଇଁ ୬୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି ଏବଂ ଏହା ହେଉଛି ଦ୍ୱିତୀୟ ସଫଳ ପେସର। କିନ୍ତୁ, ବର୍ତ୍ତମାନ ବ୍ରଡ ୩୭ ବର୍ଷ ବୟସରେ ଅବସର ନେବାକୁ ଯାଉଛନ୍ତି। ତୃତୀୟ ଦିନର ଖେଳ ଶେଷ ହେବା ପରେ ବ୍ରଡ ନିଜେ ସ୍କାଏ ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ଅବସର ଘୋଷଣା କରିଥିଲେ। ଏଥି ସହିତ ଇଂଲଣ୍ଡ କ୍ରିକେଟ ଏହାର ପେସରଙ୍କ ପାଇଁ ଏକ ବିଶେଷ ଧନ୍ୟବାଦ ପୋଷ୍ଟ ବାଣ୍ଟିଛି ।

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୬୭ ଟେଷ୍ଟ ମ୍ୟାଚ ଖେଳିଥିଲେ। ଯେଉଁଥିରେ ସେ ୬୦୨ ୱିକେଟ ନେଇଥିଲେ ଏବଂ ୩୬୫୬ ରନ ମଧ୍ୟ କରିଥିଲେ। ଏହି ସମୟରେ ସେ ୨୦ ଥର ପାଞ୍ଚଟି ୱିକେଟ ନେଇଥିଲେ ଏବଂ ୩ ଥର ୧୦ ୱିକେଟ ନେଇଥିଲେ। ଏକଦିବସୀୟ ବିଷୟରେ କହିବାକୁ ଗଲେ େ୧୨୧ ମ୍ୟାଚରେ ୧୭୮ ୱିକେଟ ନେଇଥିଲେ ଏବଂ ଟି-୨୦ରେ ୫୬ ମ୍ୟାଚ ରେ ୬୫ ୱିକେଟ ନେଇଥିଲେ। ଏହି ଭେଟେରାନ ୮୪୫ ଅନ୍ତର୍ଜାତୀୟ ୱିକେଟ ନେଇ କ୍ରିକେଟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି। ସେ ଜେମ୍ସ ଆଣ୍ଡରସନଙ୍କ ପରେ ନିଜ ଦେଶ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?