Posted inଜାତୀୟ

 ସଂଘର୍ଷ  କରି ଉପରକୁ ଉଠିଥିଲେ  ସନ୍ଦୀପ:  ପରେ ବଦଳି ଯାଇଥିଲା…

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ ତାଙ୍କୁ ମାରାଥନ ଜେରା କରିବାରେ ଲାଗିଛି।
ତେବେ ଏହି ଘଟଣାକୁ ନେଇ ସନ୍ଦୀପ ଯୋଡି ହେବା ପରେ ତାଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି।
ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସନ୍ଦୀପଙ୍କ ଘର । ଯେଉଁଠୁ ତା’ଙ୍କର ପାଠ ପଢ଼ା ଆରମ୍ଭ ହୋଇଥିଲା । ଭଲ ପାଠ ପୁଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ଅନକେ କୁବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ପରେ ୧୯୯୪ ମସିହାରେ ଆର.ଜି କାର ମେଡିକାଲ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ  ସେ ଗୋଟିଏ ପରେ ଗୋଟିଏ ପାହାଚ  ଚଢ଼ିଥିଲେ ।
୨୦୨୧ରେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ ଭାବରେ ସେ ନିଯୁକ୍ତ ହୋଇଥିଲେ।  ଏହା ପୂର୍ବରୁ ଘୋଷ କୋଲକାତା  ଜାତୀୟ ମେଡିକାଲ କଲେଜରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଜଣେ ଅର୍ଥୋପେଡିକ ପ୍ରଫେସର ଏବଂ ସର୍ଜନ ଭାବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏନେଇ ସେ ଅନେକ ସଂଘର୍ଷ କରିଥିଲେ । ଆରଜି କର ମେଡିକାଲ କଲେଜରେ ତାଙ୍କର କାର୍ଯ୍ୟକାଳ ବିବାଦରେ ପରିପୂର୍ଣ୍ଣ ଥିଲା। ଯେଉଁଥିରେ ବୃତ୍ତିଗତ ଅନିୟମିତତା ପ୍ରକାଶ ପାଇଥିଲା
 ଗଣମାଧ୍ୟମ ଆଗରେ   ଆର୍‌ଜି କର୍‌ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା ରଖିଛନ୍ତି।
ଝିଅ ଏବଂ ଅଙ୍ଗ ଚୋରାଚଲାଣ ସାମିଲ ଥିବା ସେ କହିଛନ୍ତି। ସନ୍ଦୀପ ଆସିବା ପୂର୍ବରୁ ଆର୍‌ଜି କର୍‌ ପୂରା ଠିକ ଚାଲିଥିଲା।୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଯାଇଥିଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରୀତିମତ ଚାଲିଥିଲା।  ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ  ଅରାଜକତା ଚଳାଇଲେ।  ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ। ଆର୍‌ଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇ ଦେଉଥିଲେ।
ଅନ୍ୟପକ୍ଷେ ସେ ମୃତଦେହ ଚୋରା ଚାଲାଣ କରୁଥିବା  ମଧ୍ୟ ଅଭିଯୋଗ ଆସିଥିଲା। ବହୁତ ଛାତ୍ରୀଛାତ୍ରଙ୍କ କ୍ୟାରିଅର ବରବାଦ କରିଦେଇଥିଲେ ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସନ୍ଦୀପ ଘୋଷ ପଲିଗ୍ରାଫ୍‌ ଟେଷ୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ଥିଲା, ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ୨୫ ଟି ପ୍ରଶ୍ନ କରାଯାଇଛି ସନ୍ଦୀପ ଘୋଷଙ୍କୁ।

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?