ବଞ୍ଚିବାକୁ ସଂଘର୍ଷ, କଅଁଳ କାନ୍ଧରେ ପରିବାର ବୋଝ

ନବରଙ୍ଗପୁର/ନନ୍ଦାହାଣ୍ଡି,୩୧।୩(ବି.ପ୍ର./ଡି.ଏନ୍‌.ଏ.): ପାଠପଢ଼ା ବୟସରେ ସଂସାର ବୋଝ। ନିଜେ ପାଠ ପଢ଼ିପାରିଲେ ନାହିଁ, ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ। ଏଥିସହ ବୁଢୀ ଜେଜେମା’ଙ୍କ ବୋଝ ମଧ୍ୟ ତାଙ୍କରି କାନ୍ଧରେ। ଯାହାପାଇଁ ସେ ଅହରହ ଉଦ୍ୟମ କରି ସଂଘର୍ଷ କରୁଛନ୍ତି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ପଞ୍ଚାୟତ ଚିଲିଗୁଡା ଗାଁର ଗୋଟିଏ ପରିବାର। ବାପା ମାଆ ଛେଉଣ୍ଡ ତିନି ନାବାଳିକା ଭଉଣୀ ଓ ଜେଜେ ମା’ର ପ୍ରତିପୋଷଣଭାର ଜଣେ କୋମଳମତି ବାଳକ ସମ୍ଭାଳିବା ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି।
ଚିଲିଗୁଡ଼ା ଗାଁର ଚନ୍ଦ୍ର ଗୌଡ ଓ ତାଙ୍କ ପତ୍ନୀ ଯମୁନା ଦିନ ମଜୁରିଆଭାବେ କାମ କରି ପରିବାର ଚଳାଉଥିଲେ। ଘରେ ବୃଦ୍ଧା ମା’ ଚମ୍ପାଙ୍କ ସମେତ ପୁଅ ଆସମାନ ଓ ୩ ଝିଅ ଭୁବନେଶ୍ୱରୀ, ସତ୍ୟ ଓ ନିଳିମାଙ୍କୁ ନେଇ ଚନ୍ଦ୍ରଙ୍କ ପରିବାର। ପ୍ରାୟ ୫ବର୍ଷ ତଳେ ଚନ୍ଦ୍ର ଗୌଡ଼ ଟିବି ରୋଗରେ ଆକ୍ରାନ୍ତ ହୋଇଥିଲେ। ୪ବର୍ଷ ତଳେ ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳେ ବଡ଼ପୁଅ ଆସମାନକୁ ମାତ୍ର ୧୫ ବର୍ଷ ହୋଇଥିଲା। ପିଲାମାନେ ବାପା ଛେଉଣ୍ଡ ହୋଇଯିବା ସହ ମାଁ ମଧ୍ୟ ରୋଗାକ୍ରାନ୍ତ ହୋଇଯିବାରୁ ଆସମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଯାଇଥିଲା। ରୋଜଗାର କରି ପରିବାର ଚଳାଇବାକୁ ଚିନ୍ତା ପଶିଥିଲା। ମାତ୍ର ୧୫ ବର୍ଷ ବୟସରୁ ସେ ପରିବାର ବୋଝ ମୁଣ୍ଡାଇ ଚାଲିଥିବାବେଳେ ଆର୍ଥିକ ଅନାଟନ ଯୋଗୁ ୩ ଭଉଣୀଙ୍କର ମଧ୍ୟ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ଗତବର୍ଷ ଯମୁନାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଫଳରେ ୪ ଭଉଣୀ ଭାଇ ମା ବାପା ଛେଉଣ୍ଡ ହୋଇଯାଇଥିଲେ। ଏବେ ଆସମାନଙ୍କ ଉପରେ ୩ ଭଉଣୀ ଓ ବୁଢୀ ଜେଜେମାଙ୍କ ବୋଝ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରାସନ କାର୍ଡ ଯୋଗାଇ ଦିଆଯାଇଥିବାବେଳେ ୨୫ କିଲୋ ଚାଉଳ ପାଉଥିଲେ ମଧ୍ୟ ତାହା ଯଥେଷ୍ଟ ନ ଥିବା ଆସମାନ କହିଛନ୍ତି। ସେହିଭଳି ବୁଢୀ ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୫୦୦ ଟଙ୍କା ମିଳୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ଯେଉଁଦିନ କାମ ନ ମିଳେ ସେ ଦିନ ଘରେ ଚୁଲି ଜଳେନାହିଁ ବୋଲି ସେ କହିଛନ୍ତି l ଅନ୍ୟପଟେ ମାଟି ଓ ଚାଳ ଛପର ଘରେ ୫ ପ୍ରାଣୀ ରହୁଛନ୍ତି। ବର୍ଷା ହେଲେ ଘର ଭିତରେ ପାଣି ପଶିଯାଉଥିବାରୁ ବର୍ଷା ଦିନରେ ସେଠାରେ ଥିବା ଅଙ୍ଗନଓ୍ବାଡି ଗୃହ କିମ୍ବା କ୍ଲବ ଘରେ ରହିବାକୁ ପଡେ। ୩ଭଉଣୀଙ୍କୁ ପାଠ ପଢାଇବାକୁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସଙ୍କଟ ଯୋଗୁ ତାହା ସମ୍ଭବ ହେଉନି ବୋଲି ଆସମାନ କହିଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କ ପାଠପଢା ପାଇଁ କିଛି ବନ୍ଦୋବସ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ଖବରପାଇ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଚିଲିଗୁଡା ଗ୍ରାମକୁ ଯାଇ ଆସମାନଙ୍କ ପରିବାର ସହ ସାକ୍ଷାତ କରି ସ୍ଥିତି ପରଖିଛନ୍ତି। ସାନ ୩ ଭଉଣୀଙ୍କ ଥଇଥାନ ଓ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଉଦ୍ୟମ କରିବା ସହ ଆସମାନଙ୍କୁ କାମ ଓ ରହିବା ପାଇଁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?