ବଞ୍ଚିବାକୁ ସଂଘର୍ଷ, କଅଁଳ କାନ୍ଧରେ ପରିବାର ବୋଝ

ନବରଙ୍ଗପୁର/ନନ୍ଦାହାଣ୍ଡି,୩୧।୩(ବି.ପ୍ର./ଡି.ଏନ୍‌.ଏ.): ପାଠପଢ଼ା ବୟସରେ ସଂସାର ବୋଝ। ନିଜେ ପାଠ ପଢ଼ିପାରିଲେ ନାହିଁ, ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ। ଏଥିସହ ବୁଢୀ ଜେଜେମା’ଙ୍କ ବୋଝ ମଧ୍ୟ ତାଙ୍କରି କାନ୍ଧରେ। ଯାହାପାଇଁ ସେ ଅହରହ ଉଦ୍ୟମ କରି ସଂଘର୍ଷ କରୁଛନ୍ତି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ପଞ୍ଚାୟତ ଚିଲିଗୁଡା ଗାଁର ଗୋଟିଏ ପରିବାର। ବାପା ମାଆ ଛେଉଣ୍ଡ ତିନି ନାବାଳିକା ଭଉଣୀ ଓ ଜେଜେ ମା’ର ପ୍ରତିପୋଷଣଭାର ଜଣେ କୋମଳମତି ବାଳକ ସମ୍ଭାଳିବା ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି।
ଚିଲିଗୁଡ଼ା ଗାଁର ଚନ୍ଦ୍ର ଗୌଡ ଓ ତାଙ୍କ ପତ୍ନୀ ଯମୁନା ଦିନ ମଜୁରିଆଭାବେ କାମ କରି ପରିବାର ଚଳାଉଥିଲେ। ଘରେ ବୃଦ୍ଧା ମା’ ଚମ୍ପାଙ୍କ ସମେତ ପୁଅ ଆସମାନ ଓ ୩ ଝିଅ ଭୁବନେଶ୍ୱରୀ, ସତ୍ୟ ଓ ନିଳିମାଙ୍କୁ ନେଇ ଚନ୍ଦ୍ରଙ୍କ ପରିବାର। ପ୍ରାୟ ୫ବର୍ଷ ତଳେ ଚନ୍ଦ୍ର ଗୌଡ଼ ଟିବି ରୋଗରେ ଆକ୍ରାନ୍ତ ହୋଇଥିଲେ। ୪ବର୍ଷ ତଳେ ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳେ ବଡ଼ପୁଅ ଆସମାନକୁ ମାତ୍ର ୧୫ ବର୍ଷ ହୋଇଥିଲା। ପିଲାମାନେ ବାପା ଛେଉଣ୍ଡ ହୋଇଯିବା ସହ ମାଁ ମଧ୍ୟ ରୋଗାକ୍ରାନ୍ତ ହୋଇଯିବାରୁ ଆସମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଯାଇଥିଲା। ରୋଜଗାର କରି ପରିବାର ଚଳାଇବାକୁ ଚିନ୍ତା ପଶିଥିଲା। ମାତ୍ର ୧୫ ବର୍ଷ ବୟସରୁ ସେ ପରିବାର ବୋଝ ମୁଣ୍ଡାଇ ଚାଲିଥିବାବେଳେ ଆର୍ଥିକ ଅନାଟନ ଯୋଗୁ ୩ ଭଉଣୀଙ୍କର ମଧ୍ୟ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ଗତବର୍ଷ ଯମୁନାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଫଳରେ ୪ ଭଉଣୀ ଭାଇ ମା ବାପା ଛେଉଣ୍ଡ ହୋଇଯାଇଥିଲେ। ଏବେ ଆସମାନଙ୍କ ଉପରେ ୩ ଭଉଣୀ ଓ ବୁଢୀ ଜେଜେମାଙ୍କ ବୋଝ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରାସନ କାର୍ଡ ଯୋଗାଇ ଦିଆଯାଇଥିବାବେଳେ ୨୫ କିଲୋ ଚାଉଳ ପାଉଥିଲେ ମଧ୍ୟ ତାହା ଯଥେଷ୍ଟ ନ ଥିବା ଆସମାନ କହିଛନ୍ତି। ସେହିଭଳି ବୁଢୀ ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୫୦୦ ଟଙ୍କା ମିଳୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ଯେଉଁଦିନ କାମ ନ ମିଳେ ସେ ଦିନ ଘରେ ଚୁଲି ଜଳେନାହିଁ ବୋଲି ସେ କହିଛନ୍ତି l ଅନ୍ୟପଟେ ମାଟି ଓ ଚାଳ ଛପର ଘରେ ୫ ପ୍ରାଣୀ ରହୁଛନ୍ତି। ବର୍ଷା ହେଲେ ଘର ଭିତରେ ପାଣି ପଶିଯାଉଥିବାରୁ ବର୍ଷା ଦିନରେ ସେଠାରେ ଥିବା ଅଙ୍ଗନଓ୍ବାଡି ଗୃହ କିମ୍ବା କ୍ଲବ ଘରେ ରହିବାକୁ ପଡେ। ୩ଭଉଣୀଙ୍କୁ ପାଠ ପଢାଇବାକୁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସଙ୍କଟ ଯୋଗୁ ତାହା ସମ୍ଭବ ହେଉନି ବୋଲି ଆସମାନ କହିଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କ ପାଠପଢା ପାଇଁ କିଛି ବନ୍ଦୋବସ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ଖବରପାଇ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଚିଲିଗୁଡା ଗ୍ରାମକୁ ଯାଇ ଆସମାନଙ୍କ ପରିବାର ସହ ସାକ୍ଷାତ କରି ସ୍ଥିତି ପରଖିଛନ୍ତି। ସାନ ୩ ଭଉଣୀଙ୍କ ଥଇଥାନ ଓ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଉଦ୍ୟମ କରିବା ସହ ଆସମାନଙ୍କୁ କାମ ଓ ରହିବା ପାଇଁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri