ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ
ଧାନଚାଷ ଖାଇ ନଷ୍ଟ କରୁଥିବାରୁ ଫସଲ ବଞ୍ଚାଇବାକୁ ଏଠାକାର ଚାଷୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଆଖିଆଗରେ ବର୍ଷକର ଖାଦ୍ୟ ଉଜୁଡ଼ିଯାଉଥିଲେ ବି ବନ ବିଭାଗ ପ୍ରତିକାର ବ୍ୟବସ୍ଥା କରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ହଣ୍ଡପା ରେଞ୍ଜ୍‌ ଗାଁ ବଇଣ୍ଡା ପଞ୍ଚାୟତର ଧୁଣ୍ଡି ଓ ବଡହୁଲା ଗ୍ରାମରେ ପ୍ରାୟ ମାସେ ହେଲା ହାତୀପଲ ଗ୍ରାମବାସୀ ତଥା ଚାଷୀଙ୍କ ଏପରି ଚିନ୍ତାର କାରଣ ପାଲଟିଛନ୍ତି। ଦୁର୍ଗାପୁର ରେଞ୍ଜରୁ ମୋଟ୍‌ ୭ଟି ହାତୀ ହଣ୍ଡପା ରେଞ୍ଜକୁ ଚାଲିଆସିଛନ୍ତି। ବିଶେଷକରି ଧୁଣ୍ଡି ଓ ବଡହୁଲା ଗ୍ରାମ ନିକଟସ୍ଥ ଦନ୍ତାରିଖୋଳ ଜଙ୍ଗଲରେ ଦିନବେଳା ରହୁଥିବାବେଳେ ରାତି ହେଲେ ଗ୍ରାମ ନିକଟ ଜମିରେ ଫସଲ ଖାଇ ଓ ଦଳି ଚକଟି ନଷ୍ଟ କରୁଛନ୍ତି। ଦୁଇ ଗ୍ରାମର ପ୍ରାୟ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରୁଥିଲେ ହେଁ ହାତୀ ଉପଦ୍ରବରୁ ଫସଲ ରକ୍ଷା କରିପାରୁନାହାନ୍ତି। ଏ ପର୍ଯ୍ୟନ୍ତ ୫୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ କରିସାରିଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ବଡହୁଲା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଉ ନାହିଁ। ଗ୍ରାମବାସୀ ନିଜେ ବାଣ କିଣି ଫୁଟାଇବା ସହ ରାତି ଉଜାଗର ରହି ହାତୀ ଘଉଡାଉଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, ହାତୀ ଘଉଡାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଚାଷୀଙ୍କ ନିଦ ହଜାଇଦେଲେଣି
ହାତୀପଲ ଲଗାତାର ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ପଦକ୍ଷେପ ନେଉ ନ ଥିବାରୁ ଚାଷୀଙ୍କ ନିଦ ହଜିଗଲାଣି। ଋଣକରି ଚାଷୀ କରିଥିବା ଚାଷ ଉଜୁଡ଼ିଯାଉଥିବା ବେଳେ କ୍ଷତିପୂରଣ ମିଳୁନାହିଁ।
– ଲିଙ୍ଗରାଜ ବିଶ୍ୱାଳ, ଚାଷୀ
ରାତି ସାରା ଜଗିବାକୁ ପଡୁଛି
ହାତୀ ଉପଦ୍ରବ ଯୋଗୁ ଦୁଇଗ୍ରାମବାସୀ ଫସଲ ରକ୍ଷା କରିପାରୁ ନାହାନ୍ତି। ସେମାନେ ରାତିରେ ପାଳିକରି ବିଲରେ ମଞ୍ଚା ଉପରେ ଜଗି ରହୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନି। ତେଣୁ ରାତି ଅନିଦ୍ରା ହେବାର କିଛି ସୁଫଳ ମିଳିପାରୁନାହିଁ।
-ସନ୍ତୋଷ କୁମାର, ଚାଷୀ
ନିଆଁ ହୁଳା ଧରି ଘଉଡ଼ାଉଛୁ
ବନ ବିଭାଗକୁ ସୂଚନା ଦେଲେ ମଧ୍ୟ କାହାରି ଦେଖା ମିଳୁନି। ଫଳରେ ଚାଷୀମାନେ ନିଆଁ ହୁଳା ଧରି ହାତୀ ଘଉଡାଉଛନ୍ତି। ଏକର ଏକର ଜମିରେ ଫସଲ ନଷ୍ଟ ହେଉଥିବାରୁ ବନ ବିଭାଗ ଏହାର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେଉ।
-ବସନ୍ତ ରାଉଳ, ଚାଷୀ
କ୍ଷତିପୂରଣ ଦେଉ ବିଭାଗ
ହାତୀ ଯୋଗୁ ଚାଷୀମାନେ ବହୁ କ୍ଷତି ସହିଲେଣି। କିନ୍ତୁ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। କେବଳ ଫସଲକୁ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀ ଲୋକଙ୍କୁ ପରାମର୍ଶ ଦେଉଥିବାବେଳେ ସହଯୋଗ କରୁନାହାନ୍ତି।
-କୃଷ୍ଣଚନ୍ଦ୍ର ବାରିକ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?