ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ
ଧାନଚାଷ ଖାଇ ନଷ୍ଟ କରୁଥିବାରୁ ଫସଲ ବଞ୍ଚାଇବାକୁ ଏଠାକାର ଚାଷୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଆଖିଆଗରେ ବର୍ଷକର ଖାଦ୍ୟ ଉଜୁଡ଼ିଯାଉଥିଲେ ବି ବନ ବିଭାଗ ପ୍ରତିକାର ବ୍ୟବସ୍ଥା କରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ହଣ୍ଡପା ରେଞ୍ଜ୍‌ ଗାଁ ବଇଣ୍ଡା ପଞ୍ଚାୟତର ଧୁଣ୍ଡି ଓ ବଡହୁଲା ଗ୍ରାମରେ ପ୍ରାୟ ମାସେ ହେଲା ହାତୀପଲ ଗ୍ରାମବାସୀ ତଥା ଚାଷୀଙ୍କ ଏପରି ଚିନ୍ତାର କାରଣ ପାଲଟିଛନ୍ତି। ଦୁର୍ଗାପୁର ରେଞ୍ଜରୁ ମୋଟ୍‌ ୭ଟି ହାତୀ ହଣ୍ଡପା ରେଞ୍ଜକୁ ଚାଲିଆସିଛନ୍ତି। ବିଶେଷକରି ଧୁଣ୍ଡି ଓ ବଡହୁଲା ଗ୍ରାମ ନିକଟସ୍ଥ ଦନ୍ତାରିଖୋଳ ଜଙ୍ଗଲରେ ଦିନବେଳା ରହୁଥିବାବେଳେ ରାତି ହେଲେ ଗ୍ରାମ ନିକଟ ଜମିରେ ଫସଲ ଖାଇ ଓ ଦଳି ଚକଟି ନଷ୍ଟ କରୁଛନ୍ତି। ଦୁଇ ଗ୍ରାମର ପ୍ରାୟ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରୁଥିଲେ ହେଁ ହାତୀ ଉପଦ୍ରବରୁ ଫସଲ ରକ୍ଷା କରିପାରୁନାହାନ୍ତି। ଏ ପର୍ଯ୍ୟନ୍ତ ୫୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ କରିସାରିଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ବଡହୁଲା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଉ ନାହିଁ। ଗ୍ରାମବାସୀ ନିଜେ ବାଣ କିଣି ଫୁଟାଇବା ସହ ରାତି ଉଜାଗର ରହି ହାତୀ ଘଉଡାଉଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, ହାତୀ ଘଉଡାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଚାଷୀଙ୍କ ନିଦ ହଜାଇଦେଲେଣି
ହାତୀପଲ ଲଗାତାର ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ପଦକ୍ଷେପ ନେଉ ନ ଥିବାରୁ ଚାଷୀଙ୍କ ନିଦ ହଜିଗଲାଣି। ଋଣକରି ଚାଷୀ କରିଥିବା ଚାଷ ଉଜୁଡ଼ିଯାଉଥିବା ବେଳେ କ୍ଷତିପୂରଣ ମିଳୁନାହିଁ।
– ଲିଙ୍ଗରାଜ ବିଶ୍ୱାଳ, ଚାଷୀ
ରାତି ସାରା ଜଗିବାକୁ ପଡୁଛି
ହାତୀ ଉପଦ୍ରବ ଯୋଗୁ ଦୁଇଗ୍ରାମବାସୀ ଫସଲ ରକ୍ଷା କରିପାରୁ ନାହାନ୍ତି। ସେମାନେ ରାତିରେ ପାଳିକରି ବିଲରେ ମଞ୍ଚା ଉପରେ ଜଗି ରହୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନି। ତେଣୁ ରାତି ଅନିଦ୍ରା ହେବାର କିଛି ସୁଫଳ ମିଳିପାରୁନାହିଁ।
-ସନ୍ତୋଷ କୁମାର, ଚାଷୀ
ନିଆଁ ହୁଳା ଧରି ଘଉଡ଼ାଉଛୁ
ବନ ବିଭାଗକୁ ସୂଚନା ଦେଲେ ମଧ୍ୟ କାହାରି ଦେଖା ମିଳୁନି। ଫଳରେ ଚାଷୀମାନେ ନିଆଁ ହୁଳା ଧରି ହାତୀ ଘଉଡାଉଛନ୍ତି। ଏକର ଏକର ଜମିରେ ଫସଲ ନଷ୍ଟ ହେଉଥିବାରୁ ବନ ବିଭାଗ ଏହାର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେଉ।
-ବସନ୍ତ ରାଉଳ, ଚାଷୀ
କ୍ଷତିପୂରଣ ଦେଉ ବିଭାଗ
ହାତୀ ଯୋଗୁ ଚାଷୀମାନେ ବହୁ କ୍ଷତି ସହିଲେଣି। କିନ୍ତୁ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। କେବଳ ଫସଲକୁ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀ ଲୋକଙ୍କୁ ପରାମର୍ଶ ଦେଉଥିବାବେଳେ ସହଯୋଗ କରୁନାହାନ୍ତି।
-କୃଷ୍ଣଚନ୍ଦ୍ର ବାରିକ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ) ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି...

ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ...

ଭୁବନେଶ୍ୱରରେ ‘ସାଇନ୍ସ ସିଟି’ , ଚିହ୍ନଟ ହୋଇଛି ୩୦ ଏକର ଜମି

ଭୁବନେଶ୍ୱର,୧୫ା୭(ବ୍ୟୁରୋ):ଭୁବନେଶ୍ୱର ଉପକଣ୍ଠରେ ଏକ ବିଜ୍ଞାନ ସହର(ସାଇନ୍ସ ସିଟି) ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୦ ଏକର ଜମି ଚିହ୍ନଟ ହୋଇଛି। ନ୍ୟାଶନାଲ କାଉନ୍‌ସିଲ...

୪ ବର୍ଷରେ ହାତୀ ଆକ୍ରମଣରେ ୩୬୯ ମୃତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ୩୬୯ ଜଣ...

ରହସ୍ୟ ଘେରରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୪।୮(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟ ଘେରକୁ ଚାଲିଯାଇଛି। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଉପରୁ ପରଦା ହଟାଇବା ପାଇଁ ଆହୁରି ତଦନ୍ତର...

ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ...

୨୪ ଘଣ୍ଟାରେ ସମଗ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ଅର୍ଥାତ୍‌ ୨୪ ଘଣ୍ଟା...

ଓଡ଼ିଶାରେ ଯୁବ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ସାରା ବିଶ୍ୱରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ କରୋନା ଅଧିକ ସଂକ୍ରମିତ ହେଉଛି। କିନ୍ତୁ ଓଡ଼ିଶାରେ ମାତ୍ର ୮% ଅର୍ଥାତ ୪ଜଣ ଆକ୍ରାନ୍ତ...

Advertisement
Archives

Model This Week