ସ୍ବପ୍ନ ହେବ ସାକାର

ଅନୁଗୋଳ ଅଫିସ, ୧୦।୧୧

ଜରିପାଲ ତଳେ କି ଝାଟିମାଟି ଘରେ ଆଉ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବନି। ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ନଳ ନିକଟରେ ଅପେକ୍ଷା କରିବାକୁ ହେବନି। ଡିବିରି ଆଲୁଅ ଓ ଅପନ୍ତରା ରାସ୍ତାର କଷ୍ଟ ମଧ୍ୟ ସହିବେନି ଅନୁଗୋଳ ବସ୍ତିବାସିନ୍ଦା। କାରଣ ସେମାନଙ୍କ କୋଠା ଘରର ସ୍ବପ୍ନ ସାକାର ହେବ। ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ ସହ ପକ୍କା ରାସ୍ତାର ସୁବିଧା ମିଳିବ। ମାର୍ଚ୍ଚ ୨୦୨୧ ସୁଦ୍ଧା ସେମାନଙ୍କ ଭାଗ୍ୟ ବଦଳାଯିବ। ଅନୁଗୋଳକୁ ବସ୍ତିମୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ଅନୁଗୋଳ ସହରରେ ରହିଛି ୧୩ଟି ବସ୍ତି। ମୁସ୍‌ଲିମ୍‌ ସାହି, ରାଜକିଶୋରପଡ଼ା, ନଖରା ସାହି, ଦୋଳମଣ୍ଡପ ସାହି, ଜୟାନନ୍ଦ ମାର୍ଗ, ହାକିମପଡ଼ା ହାପି ବସ୍ତି, ରାଧାରମଣପଡ଼ା, ସୌଭାଗ୍ୟନଗର, ଭରତନଗର, ସୁଇପର କଲୋନୀ, ହରିଜନ ସାହି, ଜବରଦସ୍ତିପଡ଼ା ଓ ମହିଳା ମହାବିଦ୍ୟାଳୟ ପଛପାର୍ଶ୍ୱରେ ବସ୍ତି ରହିଛି। ଏସବୁ ବସ୍ତିରେ ରହୁଥିବା ଲୋକଙ୍କୁ ସହରୀ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଚାହଁୁଥିବାରୁ ପୌରପାଳିକା ପକ୍ଷରୁ ଏଠାରେ ମୋଟ୍‌ ୨୬୧୨ଟି ଘର ରହିଥିବା ଚିହ୍ନଟ କରାଯାଇଛି। ଇତିମଧ୍ୟରେ ହଜାରେରୁ ଅଧିକ ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆର୍‌ସି) ବଣ୍ଟନ କରାଯାଇଛି। ଏତଦ୍‌ବ୍ୟତୀତ ଘରଟିଏ ନ ଥିବା ୩୭୫ ଜଣଙ୍କୁ ସହରରେ ବାସ କରୁଥିବା ଯୋଗ୍ୟତା ପ୍ରମାଣପତ୍ର(ଏଲଇସି) ବଣ୍ଟନ କରାଯାଇଛି। ହାତରେ ଆଉ ମାତ୍ର କେଇମାସ ଥିବାରୁ ବସ୍ତିବାସିନ୍ଦାଙ୍କ ନିମନ୍ତେ କିପରି ଶୀଘ୍ର କୋଠା ନିର୍ମାଣ ସହ ଅନ୍ୟ ଆନୁଷଙ୍ଗିକ ସୁବିଧା କରାଯିବ ସେଥିପାଇଁ ଜୋରଦାର କାର୍ଯ୍ୟ ଚାଲିଛି। ୩୦୬ଟି ଘରକୁ ଟ୍ୟାପ୍‌ ପାଣି ପହଞ୍ଚାଯାଇଥିବା ବେଳେ ୮୯୨ଟି ଘରେ ପାଇଖାନା, ୧୧୮ ଘରେ ବିଜୁଳି ସଂଯୋଗ କରାଯାଇଛି। ସେହିପରି ୨୬୮ଟି ଷ୍ଟ୍ରିଟ୍‌ ଲାଇଟ୍‌, ୧.୯୦୨ କିଲୋମିଟରର ପକ୍କା ରାସ୍ତା, ୯୭୪ ମିଟରର ଡ୍ରେନ୍‌ ବ୍ୟବସ୍ଥା କରାଯାଇଛି। ୫ଟି ବସ୍ତିରେ ୮୦ ପ୍ରତିଶତ ଉନ୍ନୟନ କାର୍ଯ୍ୟ ସରିଥିବାବେଳେ ଅବଶିଷ୍ଟ ବସ୍ତିଗୁଡ଼ିକରେ ୬୦ ପ୍ରତିଶତ କାର୍ଯ୍ୟ ହୋଇଥିବା ପୌରପାଳିକା ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ସପ୍ତାହରେ ଜିଲା ପ୍ରଶାସନ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଜାଗା ପାଇଥିବାରୁ ଖୁସି ଲାଗୁଛି
ଅନୁଗୋଳ ସହରରେ ରହୁଥିଲେ ମଧ୍ୟ ନିଜସ୍ବ ଜାଗା ନ ଥିଲା। ଏବେ ପୌର ପ୍ରଶାସନଠାରୁ ଭୂମି ଅଧିକାର ପ୍ରମାଣପତ୍ର ପାଇବା ପରେ ଖୁସି ଲାଗୁଛି। ଜବରଦଖଲ କରିଥିବା ଆଉ କେହି କହିପାରିବେ ନାହିଁ। ସହରୀ ସୁବିଧା ମିଳିବା ପରେ ବସ୍ତି ବାସିନ୍ଦା ବୋଲି ମଧ୍ୟ କହିବାକୁ କୁଣ୍ଠାବୋଧ କରିବେ।
-ରେଣୁବାଳା ଦାସ, ରାଜକିଶୋରପଡ଼ା
ଯୋଗ୍ୟତାଧାରୀଙ୍କୁ ଭୂମି ପ୍ରମାଣପତ୍ର ମିଳୁ
ଯୋଗ୍ୟତା ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ତୁରନ୍ତ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଉ। ସେହିପରି ସହରକୁ ବସ୍ତିମୁକ୍ତ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରାଯାଉ। ନ ହେଲେ ଏହି ସରକାରୀ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ହଟିଯିବ।
-ରଶ୍ମିରଞ୍ଜନ ପ୍ରଧାନ, ବୁଦ୍ଧିଜୀବୀ
ପୌର ନିର୍ବାଚନ ପୂର୍ବରୁ ଥୋପ
ଆଗକୁ ପୌର ନିର୍ବାଚନ ଥିବାରୁ ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ସରକାର ଥୋପ ଦେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଯେମିତି ‘କାଳିଆ’ ଯୋଜନା ଘୋଷଣା କରିଥିଲେ ଏହା ଠିକ୍‌ ସେହିପରି। ପରବର୍ତ୍ତୀ ଅବସ୍ଥାରେ ଏହା ମଧ୍ୟ ଯୋଜନାରେ ରହିଯିବା ଭଳି ଲୋକେ ମନେ କରୁଛନ୍ତି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବୁ
ଅନୁଗୋଳ ସହରକୁ ବସ୍ତିମୁକ୍ତ କରିବା କାର୍ଯ୍ୟ ଜୋର୍‌ଧରିଛି। ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେତୋଟି ବସ୍ତିରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଥିବାରୁ ବିଳମ୍ବ ହେବନାହିଁ ବୋଲି ମନେ ହେଉଛି।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri