Posted inଖେଳ

ପିତାଙ୍କ ମୃତ୍ୟୁ ପରେ ଦାରିଦ୍ରରେ କଟିଥିଲା ଏହି ଖେଳାଳିଙ୍କ ପିଲାଦିନ: ଏବେ କୋଟିରେ ଦରମା

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଖୁବ୍‌ଶୀଘ୍ର ବିବାହ କହିବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ପୂର୍ବରୁ ଟି-୨୦ ସିରିଜ୍‌କୁ ବିଶ୍ରାମ ଦିଆଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏକ ଦିବସୀୟ ମଧ୍ୟ ସେ ଖେଳିବେ ନାହିଁ। ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଥିବା ବୁମରା ଆଜି ଭାରତର ସଫଳ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ । ମାତ୍ର ତାଙ୍କର ପିଲାଦିନ ବହୁତ ସଂଘର୍ଷମୟ ଥିଲା। ଏମିତି ବି ଦିନ ଥିଲା ବୁରାହଙ୍କ ପାଖରେ ଚପଲ କିଣିବା ପାଇଁ ମଧ୍ୟ ଟଙ୍କା ନ ଥିଲା।
ଭାରତୀୟ ଦଳର ଦ୍ରୁତ ବ୍ୟାଟ୍ସମ୍ୟାନ୍‌ ବୁମରା ନିଜର ତୀକ୍ଷ୍ଣ ବୋଲିଂ ପାଇଁ ବେଶ୍‌ ଜଣାଶୁଣା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୯ ଟେଷ୍ଟ, ୬୭ ଏକଦିବସୀୟ ଏବଂ ୫୦ଟି ୨୦-୨୦ ମ୍ୟାଚ୍‌ ଖେଳିଛନ୍ତି। ଏବେ ୨୭ ବର୍ଷର ହୋଇଥିବା ବୁମରା ମାତ୍ର ୧୪ ବର୍ଷ ବୟସରୁ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇଥିବା କୋଚ୍‌ ଜନ୍‌ ରାଇଟ୍‌ ବୁମରାଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିବାକୁ ସୁଯୋଗ ଦେଇଥିଲେ। ଏହା ପରେ ବୁମରା ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏବେ ସେ ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ। ଏକ ସାକ୍ଷାତକାରରେ ବୁମରା ତାଙ୍କ ଜୀବନର ସଂଗ୍ରାମ ବିଷୟରେ କହିଥିଲେ। ମାତ୍ର ୫ ବର୍ଷ ବୟସରେ ବାପା ତାଙ୍କୁ ଛାଡି ଚାଲିଯାଇଥିଲେ ପରପାରିକୁ। ଏହା ପରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମା’ ଏବଂ ବଡ଼ ଭଉଣୀ ତାଙ୍କୁ ପାଳିପୋଷି ବଡ଼ କରିଥିଲେ। ସେହି ସମୟରେ ବୁମରାଙ୍କ ପାଖରେ କେବଳ ଗୋଟିଏ ହଳ ପୋଷାକ ଏବଂ ଗୋଟିଏ ହଳ ଯୋତା ଥିଲା। ସେ ଏହାକୁ ଧୋଇ ଶୁଖାଇ ପିନ୍ଧୁଥିଲେ। ଆଉ ଗୋଟିଏ ହଳ ପୋଷାକ ଏବଂ ଯୋତା କିଣିବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନ ଥିଲା। ବୁମରା ପ୍ରଥମ ଥର ମ୍ୟାଚ୍‌ ଖେଳୁଥିବା ଦେଖି ତାଙ୍କ ମା’ କାନ୍ଦି ପକାଇଥିବା ସେ ସାକ୍ଷାତକାରରେ କହିଥିଲେ। ଏବେ ବୁମରା ୧୪ କୋଟି ଟଙ୍କା ଦରମା ପାଉଛନ୍ତି। ବିସିସିଆଇ ଠାରୁ ୭ କୋଟି ଏବଂ ମୁମ୍ବାଇ ଇଣ୍ଡିଆନ୍ସରୁ ୭ କୋଟି ଟଙ୍କା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri