ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ସୁନାବେଡା/ସେମିଳିଗୁଡା,୧୩ା୩ (ସ୍ବ.ପ୍ର.):୧୯୬୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁନାବେଡାରେ ମିଗ୍‌ ବିମାନ କାରଖାନା ନିର୍ମାଣ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏଠାକାର ଅଧିବାସୀଙ୍କୁ ସେତେବେବେଳ ବିସ୍ଥାପିତ କରାଯାଇଥିଲା। ଏହି ବିସ୍ଥାପନ ପ୍ରକ୍ରିୟାରେ ପେଟକଣା,ଲେଞ୍ଜିଗୁଡା,ଚେରେଙ୍ଗାଗୁଡା, ପଣସପୁଟ, ବାଉଁଶଗୁଡା, ପଦ୍ମପୁର, ଡୁମୁରିପୁଟ, ଆରକେ ମାଳିଗୁଡା, ଡୋଳିଆମ୍ବ, ଗୁଞ୍ଜା, କିରାଝୋଲା, ବଡ଼ ବୋଡ଼େଙ୍ଗା, ରାଜପୁଟ, ମୁଖିବିଡ଼ାଇ, ତାଲାପୁଟ, ପାଙ୍ଗିଗୁଡା, କାଡ଼ାମଗୁଡା, ପୁରୀ ମୁଣ୍ଡା, ବୁଢାପୁଟ, ଦୁଧାରି ଓ ସେମିଳିଗୁଡା ଅଞ୍ଚଳର ପ୍ରାୟ ୧୨ହଜାର ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ଏହିସବୁ ଜମି ପ୍ରତି ବଦଳରେ ବିସ୍ଥାପିତ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ସହ ବାସୋପଯୋଗୀ ଜାଗା ଦେବାକୁ ଚୁକ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ କେତେକ ବିସ୍ଥାପିତଙ୍କୁ ଘର ଖଣ୍ଡେ ପାଇଁ ଜାଗାଟିଏ ମିଳିନାହିଁ। ଯାହାକୁ ନେଇ ରବିବାର ସେମିଳିଗୁଡା ବ୍ଳକ ଅଧୀନ ରାଜପୁଟ ପଞ୍ଚାୟତର ଓୟୁଏଟି ନିକଟ ଚୁଲାପାରି ଗ୍ରାମ ପଡ଼ିଆ ଠାରେ ହାଲ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି ଓ ସମାଜିକ କର୍ମୀ ନନ୍ଦିବାଲି ଚୈତନ୍ୟଙ୍କ ନେତୃତ୍ୱରେ ୨୨ଟି ଗ୍ରାମର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି।
ଆୟୋଜିତ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି, ପ୍ରତିଶ୍ରୁତି ଅନୁସାରେ, ସେମାନଙ୍କୁ ଏଯାଏ ସ୍ଥାୟୀ ଜାଗା ଖଣ୍ଡେ ମିଳି ନ ଥିବା ହେତୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପିଲା ପାଠ ପଢିବାକୁ ସ୍ଥାୟୀ ବାସଗୃହ ତଥା ଜାତିଗତ ପ୍ରମାଣ ପତ୍ର ମିଳିପାରୁ ନାହିଁ। ଏନେଇ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଗତ ୨୦୧୩ରେ ରାଜ୍ୟ ସରକାର ଜମି ଅଧିଗ୍ରହଣର ଏକ ନୂଆ ନିୟମ ଆଣିଥିଲେ । ଏହି ନିୟମ ଅନୁସାରେ କୌଣସି କାରଖାନା ଅଧିଗ୍ରହଣ କରିଥିବା ଜମିକୁ ଯଦି ଉପଯୋଗ ନକରି ଖାଲି ପକାଇ ରଖନ୍ତି ତେବେ ସେ ଜାଗାକୁ ଆବଶ୍ୟକ ସ୍ଥଳେ ବିସ୍ଥାପିତ ଲୋକଙ୍କୁ ଫେରାଇବେ। ତେବେ ଏଠାରେ ମଧ୍ୟ ହାଲ୍‌ ପ୍ରଶାସନ ଅଧିଗ୍ରହଣ କରିଥିବା ଗୁଡାଏ ଜମି ଦୀର୍ଘ ବର୍ଷ ଧରି ଖାଲି ପଡିରହିଛି। ସେହି ଜମିଗୁଡିକୁ ଜମିହରାଙ୍କୁ ଫେରାଇବାକୁ ଦାବି ହୋଇଆସୁଛି। ଏନେଇ ବିସ୍ଥାପିତ ସଂଘ ପକ୍ଷରୁ ବହୁବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସଭାପତି ମୁଦୁଲି କହିଛନ୍ତି। ଗ୍ରାମବାସୀଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଦଳେଇଗୁଡା ସରପଞ୍ଚ ପ୍ରତିନିଧି ମଙ୍ଗୁଡୁ ଜାନି, ସଂଘ କର୍ମକର୍ତ୍ତା ଗୁରୁ ଗାଦବା, ରାମ ରୁଢାଇ, ଅର୍ଜୁନ ରୁଢାଇ, ରବି ରୁଢାଇ, ବଳରାମ ହନ୍ତାଳ, ସମାରୁ ଖିଲ, ବାବୁଲା ମାଝୀ, ଘାସିରାମ ଦେଉଳପାଡିଆ, ଡମୁ ଓୟାଲ, ଘନ ଓୟାଲ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଶିଶୁକନ୍ୟା ନିଖୋଜ, ତଦନ୍ତ ଚଳାଇଛି ପୋଲିସ

ଓଡଗାଁ, ୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ସାକେରୀ ହରିଜନ ସାହିରୁ ସୋମବାର ସକାଳୁ ଏକ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ...

ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି...

ବରଗଡ଼ ଜିଲାପାଳ, ଏସ୍‌ପି ନେଲେ କୋଭିଡ ଟିକା

ବରଗଡ଼ ଅଫିସ,୬।୨: ବରଗଡ଼ ଜିଲାରେ ଶନିବାର କୋଭିଡ ଟିକାକରଣ ଚାଲିଛି। ଜିଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ...

ମଧ୍ୟପ୍ରଦେଶ ଅଭିମୁଖେ ବାଘୁଣୀ ସୁନ୍ଦରୀ

ବନ୍ତଳା,୨୪ା୩(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ଏନ୍‌କ୍ଲୋଜର ମଧ୍ୟରେ ୨୦୧୮ ନଭେମ୍ବର ୬ରୁ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଙ୍ଗଳବାର ମଧ୍ୟପ୍ରଦେଶର...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ବଲାଙ୍ଗୀର ଅଫିସ,୨୬।୯: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବିଡିଓ ବିନୋଦ ନାଏକ। ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଡିଓ ଭିଜିଲାନ୍ସ ହାତରେ...

ଡିଆରଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ: ୧୦ରେ ଆସିବେ ଜେନେରାଲ ମ୍ୟାନେଜର

ରୂପ୍‌ସା, ୮।୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ରେଳବାଇ ମ୍ୟାନେଜର (ଡିଆରଏମ୍‌) ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ତୃତୀୟଥର ପାଇଁ ବାଲେଶ୍ୱର ଜିଲା ଅଧିନ ରୂପ୍‌ସା ରେଳ ଜଙ୍କଶନ...

ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୬ା୧: ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ।...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୧୦।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

Advertisement
Archives

Model This Week