ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କଡ଼ା ତାଗିଦ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କଡ଼ା ତାଗିଦ କରିଛି। ଗତ ଅଗଷ୍ଟ ମାସରେ ପଦୋନ୍ନତି ପାଇଥିବା ବେଳେ ଅନେକ ଏବେ ବି ଯୋଗଦେଇ ନାହାନ୍ତି। ତେଣୁ ଆସନ୍ତା ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାଳୟ କହିଛି। ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲାରୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି, ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍‌ କରି ଦିଆଯାଇଛି। କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି। ଏହା ଭିତରେ ୨ ମାସ ବିତି ଯାଇଛି। ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନ ଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏଥିସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଆସନ୍ତା ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅଥବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପାଇଁ ସାମଗ୍ରୀ ନାହିଁ

ଅନୁଗୋଳ ଅଫିସ, ୧୨।୧୦:  କରୋନା ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ଅଛନ୍ତି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ। ଏମାନଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା...

ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୬୩ ଜଣ...

ପ୍ରଥମ ଦିନରେ ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ବିଚ୍ଛିନ୍ନ ହେଲା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ପୂର୍ବ ଘୋଷଣା ଅନୁଯାୟୀ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି। ବକେୟା ବିଦ୍ୟୁତ୍‌ ବିଲ୍‌...

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ,୧୬ା୧(ସ୍ବ.ପ୍ର.): ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି।...

ବ୍ଲାକ୍‌ ଫଙ୍ଗସ୍‌: ଔଷଧ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବନି ଓଡ଼ିଶା

ଭୁବନେଶ୍ୱର,୧୬ା୬(ବ୍ୟୁରୋ):ରାଜ୍ୟ ସରକାର ମ୍ୟୁକୋରମାଇକୋସିସ୍‌ (ବ୍ଲାକ୍‌ ଫଙ୍ଗସ) ଚିକିତ୍ସା ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବେ ନାହିଁ। ରାଜ୍ୟ ସରକାର ନିଜେ ସିଧାସଳଖ ଏଥିପାଇଁ ଔଷଧ...

ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ସଫଳ

ବାଲେଶ୍ୱର ଅଫିସ,୨୩ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର...

ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ...

ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୯(ବ୍ୟୁରେ): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ...

Advertisement
Archives

Model This Week