Posted inଜାତୀୟ

ଚାଇନାକୁ ମିଳିବ କଡ଼ା ଜବାବ, ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ…

ନୂଆଦିଲ୍ଲୀ, ୨୭।୯ : ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। କୋର କମାଣ୍ଡର ସ୍ତରରେ ୧୬ ରାଉଣ୍ଡ ଆଲୋଚନା ପରେ ଏବେ ଏଲଏସିରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ଭବିଷ୍ୟତରେ ଏହା ଆଉ ଘଟିବ ନାହିଁ ବୋଲି କୁହାଯାଇପାରିବ ନାହିଁ।

ସେଥିପାଇଁ ଏହି ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନା ଏପର୍ଯ୍ୟନ୍ତ ସାମରିକ ନିୟୋଜନରେ ସବୁଠାରୁ ବଡ ପରିବର୍ତ୍ତନ କରିଛି। ଏହା ଏଲଏସି ନିକଟରେ ପଦାତିକ, ଆର୍ଟିଲିରି, ଟ୍ୟାଙ୍କ, ବାୟୁ ପ୍ରତିରକ୍ଷା ପ୍ରଣାଳୀ, ରାଡାର ନିୟୋଜିତ କରିଛି। ସମସ୍ତ ପ୍ରକାରର ଆର୍ଟିଲିରିଳ ରେକଟ ଲଞ୍ଚର ଧନୁଷ, ୧୫୫ ମିଲିମିଟର ଅଲ୍ଟ୍ରା ଲାଇଟ ହାୱିଜର୍‌, କେ-୯ ବଜ୍ର, ବୋଫର୍ସ, ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର୍‌ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ସହିତ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛି।

ସେନାର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଉତ୍ତର ସୀମାରେ ନିବଦ୍ଧ ରହିଛି। ଚାଇନା କଡ଼ା ଜବାବ ଦେବାକୁ ଦୃଷ୍ଟିରେ ରଖି ସେନା ୧୦୦ ଟି ଅତିରିକ୍ତ କେ-୯ ବଜ୍ର ତୋପ କିଣିବାକୁ ନିଷ୍ପତ୍ତି ନେଇଛି। ସେନା ସୂତ୍ର ଅନୁଯାୟୀ, କେ-୯ ବଜ୍ର ତୋପ ପୂର୍ବରୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହୋଇସାରିଛି।

ଭାରତୀୟ ସେନାର ଆର୍ଟିଲିରି ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ୨୦୪୦ ସୁଦ୍ଧା ସମସ୍ତ ଆର୍ଟିଲିରି ରେଜିମେଣ୍ଟକୁ ୧୫୫ ମିଲିମିଟର ମିଡିଆରେ ପରିଣତ କରିବା ସେନାର ଯୋଜନା ରହିଛି। ଏହା ସହିତ ଭବିଷ୍ୟତରେ କେବଳ ଆର୍ଟିଲିରିରେ ସ୍ବଦେଶୀ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟ ଚାଲିଛି। ସ୍ବଦେଶୀ ଆର୍ଟିଲିରି ଧନୁଷର ଏକ ରେଜିମେଣ୍ଟ ମଧ୍ୟ ସେନା ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଉତ୍ତର ସୀମାରେ ମଧ୍ୟ ନିୟୋଜିତ କରାଯାଇଛି। ସୂଚନାନୁସାରେ, ଦ୍ୱିତୀୟ ରେଜିମେଣ୍ଟର ୧୮ଟି ତୋପ ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri