ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ ଏବେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରୋଜେକ୍ଟକୁ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମବାସୀ କଡା ବିରୋଧ କରିଛନ୍ତି। ୭ଖଣ୍ଡ ଗ୍ରାମର ଗ୍ରାମବାସୀ ଏବେ ଏକାଠି ମେଳି କରି କାର୍ଯ୍ୟକୁ ବିରୋଧ କରିଛନ୍ତି। ଗ୍ରାମର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ମାରଣାସ୍ତ୍ର ଧରି ବିରୋଧ କରିଥିବା ଦେଖିବାକୁ ମିଳିଛି।
ଖବରରୁ ଜଣାପଡିଛି, ହାଇଡ୍ରୋପାୱାର ପ୍ରୋଜେକ୍ଟ ପାଇଁ ଗତ ରବିବାର ତାମିଲନାଡୁରୁ ୬ ଜଣ ବ୍ୟକ୍ତି ମାଟିଖୋଳା ଯନ୍ତ୍ରପାତି ଧରି ଏକ ଟ୍ରକ ଯୋଗେ ଆସି ତଳଗଞ୍ଜେଇପଦର ଗ୍ରାମରେ ପହଞ୍ଚତ୍ଥିଲେ। ଟେଣ୍ଟ ପକାଇ ରହିଥିଲେ। ଗୁରୁବାର ପାହାଡ଼ ତଳେ ଥିବା ଜାଗାଗୁଡିକରେ ପହଞ୍ଚତ୍ ସେମାନେ ଯନ୍ତ୍ରପାତି ଦ୍ୱାରା ମାଟି ଖୋଳିବା ଆରମ୍ଭ କରିଥିଲେ। ସେହି ସମୟରେ ଗ୍ରାମବାସୀ ପହଞ୍ଚତ୍ ସେମାନଙ୍କୁ ବିରୋଧ କରି କୁଆଡେ ଆସିଛ ଏବଂ ତୁମମାନଙ୍କୁ କିଏ ପଠେଇଛି ବୋଲି ପଚାରିଥିଲେ। ତୁମକୁ ଆନ୍ଧ୍ର ସରକାର ନା ଓଡ଼ିଶା ସରକାର ପଠାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମାତ୍ର ସେମାନେ କିଛି ନ କହି କାମ ବନ୍ଦ କରିଦେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ପ୍ରୋଜେକ୍ଟ ହେଲେ ଆମର ୭ ଖଣ୍ଡ ଗ୍ରାମ ଜଳମଗ୍ନ ହେବ। ଆମ ଜଙ୍ଗଲ ଜମି ନଷ୍ଟ ହେବ। ତେଣୁ ଆମେ ଏହି ପ୍ରୋଜେକ୍ଟ କୌଣସି ପ୍ରକାରେ କରିବାକୁ ଦେବୁନାହିଁ। ଏହି ପ୍ରକଳ୍ପ ହେବା ଦ୍ୱାରା ଆମର ଲାଭ କ’ଣ ହେବ ଓ କ୍ଷତି କ’ଣ ହେବ ସେନେଇ ଜିଲା ପ୍ରଶାସନ ଅଧିକାରୀ ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନିକ ଅଧିକାରୀ ଆମ ସହ ଆଲୋଚନା କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋଟିଆ ସରପଞ୍ଚ ଲିଉ ଗେମେଲଙ୍କୁ ପଚାରିବାରୁ ସେ କହିଲେ, ମୁଁ ଏନେଇ କିଛି ଜାଣିନାହିଁ। ଏ ସମ୍ପର୍କରେ କୌଣସି ପଲ୍ଲିସଭା କି ଗ୍ରାମସଭା ହୋଇନାହିଁ। ଅନ୍ୟପକ୍ଷରେ ବିଡିଓ ସୌମ୍ୟସାର୍ଥକ ମିଶ୍ର କୋଟିଆରେ ଉପସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳକୁ ଯାଇ ନ ଥିଲେ। ଫଳରେ ଏନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୨୮ରେ ଏକ ଟିମ୍‌ ଆସି ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଜାଗା ଚିହ୍ନଟ କରୁଥିବା ବେଳେ ଓଡ଼ିଶାର କିଛି ଅଧିକାରୀଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଅଧିକାରୀମାନେ ବିରୋଧ କରିବାରୁ ସେମାନେ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri