ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ ଏବେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରୋଜେକ୍ଟକୁ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମବାସୀ କଡା ବିରୋଧ କରିଛନ୍ତି। ୭ଖଣ୍ଡ ଗ୍ରାମର ଗ୍ରାମବାସୀ ଏବେ ଏକାଠି ମେଳି କରି କାର୍ଯ୍ୟକୁ ବିରୋଧ କରିଛନ୍ତି। ଗ୍ରାମର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ମାରଣାସ୍ତ୍ର ଧରି ବିରୋଧ କରିଥିବା ଦେଖିବାକୁ ମିଳିଛି।
ଖବରରୁ ଜଣାପଡିଛି, ହାଇଡ୍ରୋପାୱାର ପ୍ରୋଜେକ୍ଟ ପାଇଁ ଗତ ରବିବାର ତାମିଲନାଡୁରୁ ୬ ଜଣ ବ୍ୟକ୍ତି ମାଟିଖୋଳା ଯନ୍ତ୍ରପାତି ଧରି ଏକ ଟ୍ରକ ଯୋଗେ ଆସି ତଳଗଞ୍ଜେଇପଦର ଗ୍ରାମରେ ପହଞ୍ଚତ୍ଥିଲେ। ଟେଣ୍ଟ ପକାଇ ରହିଥିଲେ। ଗୁରୁବାର ପାହାଡ଼ ତଳେ ଥିବା ଜାଗାଗୁଡିକରେ ପହଞ୍ଚତ୍ ସେମାନେ ଯନ୍ତ୍ରପାତି ଦ୍ୱାରା ମାଟି ଖୋଳିବା ଆରମ୍ଭ କରିଥିଲେ। ସେହି ସମୟରେ ଗ୍ରାମବାସୀ ପହଞ୍ଚତ୍ ସେମାନଙ୍କୁ ବିରୋଧ କରି କୁଆଡେ ଆସିଛ ଏବଂ ତୁମମାନଙ୍କୁ କିଏ ପଠେଇଛି ବୋଲି ପଚାରିଥିଲେ। ତୁମକୁ ଆନ୍ଧ୍ର ସରକାର ନା ଓଡ଼ିଶା ସରକାର ପଠାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମାତ୍ର ସେମାନେ କିଛି ନ କହି କାମ ବନ୍ଦ କରିଦେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ପ୍ରୋଜେକ୍ଟ ହେଲେ ଆମର ୭ ଖଣ୍ଡ ଗ୍ରାମ ଜଳମଗ୍ନ ହେବ। ଆମ ଜଙ୍ଗଲ ଜମି ନଷ୍ଟ ହେବ। ତେଣୁ ଆମେ ଏହି ପ୍ରୋଜେକ୍ଟ କୌଣସି ପ୍ରକାରେ କରିବାକୁ ଦେବୁନାହିଁ। ଏହି ପ୍ରକଳ୍ପ ହେବା ଦ୍ୱାରା ଆମର ଲାଭ କ’ଣ ହେବ ଓ କ୍ଷତି କ’ଣ ହେବ ସେନେଇ ଜିଲା ପ୍ରଶାସନ ଅଧିକାରୀ ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନିକ ଅଧିକାରୀ ଆମ ସହ ଆଲୋଚନା କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋଟିଆ ସରପଞ୍ଚ ଲିଉ ଗେମେଲଙ୍କୁ ପଚାରିବାରୁ ସେ କହିଲେ, ମୁଁ ଏନେଇ କିଛି ଜାଣିନାହିଁ। ଏ ସମ୍ପର୍କରେ କୌଣସି ପଲ୍ଲିସଭା କି ଗ୍ରାମସଭା ହୋଇନାହିଁ। ଅନ୍ୟପକ୍ଷରେ ବିଡିଓ ସୌମ୍ୟସାର୍ଥକ ମିଶ୍ର କୋଟିଆରେ ଉପସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳକୁ ଯାଇ ନ ଥିଲେ। ଫଳରେ ଏନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୨୮ରେ ଏକ ଟିମ୍‌ ଆସି ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଜାଗା ଚିହ୍ନଟ କରୁଥିବା ବେଳେ ଓଡ଼ିଶାର କିଛି ଅଧିକାରୀଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଅଧିକାରୀମାନେ ବିରୋଧ କରିବାରୁ ସେମାନେ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?