ତାଇଓ୍ବାନ ଭୂକମ୍ପରେ ୧୪୬ ଆହତ: ରାସ୍ତାରେ ଫସିଛନ୍ତି ଶତାଧିକ ଲୋକ

ତାଇପେଇ,୧୯ା୯: ତାଇଓ୍ବାନର ଦକ୍ଷିଣ-ପୂର୍ବ ଭାଗରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୪୬ ଜଣ ଆହତ ହୋଇଥିବା ସୋମବାର ସୂଚନା ମିଳିଛି। ଏପରି କି ପୂର୍ବ ତାଇଓ୍ବାନର ଡୋଙ୍ଗଲି ଷ୍ଟେଶନରେ ୬ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ କାହାରି କ୍ଷତି ହୋଇ ନ ଥିବା ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏପରିକି ତାଇଓ୍ବାନର ଚିକେ ଏବଂ ଲିଉଶିଶି ପାର୍ବତ୍ୟାଞ୍ଚଳରେ ରାସ୍ତା ବ୍ଲକ୍‌ ହୋଇଯିବାରୁ ୬ ଶହରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି। ଭୂକମ୍ପ ପରେ ପ୍ରଥମେ ଆମେରିକାର ପ୍ରଶାନ୍ତ ମହାସାଗରରେ ସୁନାମି ସତର୍କତା ଜାରି କରାଯାଇଥିଲା। ବର୍ତ୍ତମାନ ଏହାକୁ ହଟାଇ ଦିଆଯାଇଛି।

୨୦୧୬ରେ ତାଇଓ୍ବାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ୧୯୯୯ରେ ଏହି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ଶକ୍ତିଶାଳୀ ଭୂକମ୍ପର ସାମ୍‌ନା କରିଥିଲ। ୭.୩ ତୀବ୍ରତା ଭୂମିକମ୍ପ ଯୋଗୁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଟାଇଟଙ୍ଗ୍‌ ପ୍ରଦେଶ ଥିଲା। ସମାନ ସ୍ଥାନରେ ରବିବାର ଭୂମିକମ୍ପ ହୋଇଥିବା ପାଣିପାଗ ବ୍ୟୁରୋ ପକ୍ଷରୁ କୁହାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଏକ ଦୋକାନ ଘର ଭୁଶୁଡ଼ି ପଡ଼ିବାରୁ ୪ ଜଣ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ବାହ୍ୟଭାଗକୁ ଛୁଇଁଲା ନାସା ସ୍ପେସ୍‌କ୍ରାଫ୍ଟ

ଓ୍ବାଶିଂଟନ୍‌, ୧୫ା୧୨: ଏ ପର୍ଯ୍ୟନ୍ତ ଅସମ୍ଭବ ବୋଲି ମନେ ହେଉଥିବା କାମକୁ ସମ୍ଭବ କରି ଦେଖାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ପାର୍କର...

ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍‌ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ

ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା।...

ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା, ୮୦ କିଲୋମିଟର ଦୂରରୁ ଦୁର୍ବୃତ୍ତ କରିଥିଲେ ପିଛା

ଓ୍ବାଶିଂଟନ,୩୦ା୧୦: ଆମେରିକାର ନ୍ୟୁଜର୍ସିରେ ଡକାୟତି ଉଦ୍ଦେଶ୍ୟରେ ଏକ ଔଷଧ କମ୍ପାନୀର ଜଣେ ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାଜିନୋରେ ପ୍ରାୟ...

ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ

ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍‌ରେ ବୁଲିଥିବା ରୈଶେଲ...

୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌...

ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ...

ଟ୍ରେନ୍‌ରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କଲେ କିମ୍‌, ଅନ୍ତର୍ଜାତୀୟସ୍ତରରେ ଚହଳ…

ପୋୟଙ୍ଗୟାଙ୍ଗ୍‌,୧୬।୯: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆମେରିକାର ବାରମ୍ବାର ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଜାରି ରଖିଛନ୍ତି। ଏବେ...

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ...

Advertisement
Archives

Model This Week