ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କୋକସରା,୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡୋଙ୍ଗରି ଗାଁର ଦ୍ୱାରିକା ଦାସ(୨୨)ଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଆତ୍ମହତ୍ୟା ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରର ଅଭିଯୋଗ ପରେ ୪ଜଣିଆ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି। ଆମପାଣି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିବା ପରେ ଘଟଣାର ଏକ ସପ୍ତାହ ପରେ ୩ଜଣ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ହେଲେ ପୋଲିସ ହତ୍ୟା ଘଟଣାରେ ସମ୍ପୃକ୍ତ ନ ଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିବା ପ୍ରତିବାଦରେ ବୁଧବାର ଥାନା ସମ୍ମୁଖରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ଆମପାଣି ଥାନାଧିକାରୀ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅବଗତ କରାଇବା ପରେ ସେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରିବାର ହତ୍ୟା ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ମୃତକଙ୍କ କକାଙ୍କ ସହ ଫୋନରେ କଥା ହୋଇଥିଲେ। ଗୁରୁବାର ସକାଳେ ପୁଣି ପରିବାରବର୍ଗ ଓ ମହିଳାମାନେ ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ମଧ୍ୟାହ୍ନରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ଓ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ଧାରଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ପୋଲିସ ତଦନ୍ତ ସରିନାହିଁ, ଯଦି ଆପଣଙ୍କ ଅଭିଯୋଗ ଅନୁସାରେ ଅନ୍ୟ କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଛନ୍ତି ତେବେ ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?