କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Dillip Cherian

ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟଙ୍କ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବର ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର । ଦେଶ ସାରା ଏହି ଘଟଣାର ପ୍ରଭାବ ପଡ଼ିଛି। କିପରି ଏବଂ କାହିଁକି ପଞ୍ଜାବ ପୋଲିସ ସର୍ଭିିସ (ପିପିଏସ୍‌) ଅଧିକାରୀମାନଙ୍କୁ ଏସ୍‌ଏସ୍‌ପିର ଆଇପିଏସ୍‌ କ୍ୟାଡର ପଦବୀଗୁଡ଼ିକରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ଅବଗତ କରିବା ଲାଗି କୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ନିଯୁକ୍ତି ଆଇପିଏସ୍‌ କ୍ୟାଡର ନିୟମଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି କୋର୍ଟ ସ୍ବୀକାର କରିଛନ୍ତି । କୋର୍ଟ ପିପିଏସ୍‌ ଅଧିକାରୀ ରାଜିନ୍ଦର ସିଂ ଶୋହାଲଙ୍କ ଦୃଷ୍ଟାନ୍ତ ଉଲ୍ଲେଖ କରିଛନ୍ତି। ଶୋହାଲ ଏକ ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଆଇପିଏସ୍‌ କ୍ୟାଡର ପାଇଁ ଉଦ୍ଦିଷ୍ଟ ଗୁରୁଦାସପୁରର ଏସ୍‌ଏସ୍‌ବି ଭାବେ ନିଯୁକ୍ତି ଦିଆଯାଇଛି। ପୁନଶ୍ଚ ଏହି ଘଟଣାରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଯୋଗୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅନୁରାଗ ଅଗ୍ରଓ୍ବାଲଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ତାଙ୍କ ପ୍ରତିକ୍ରିୟା ଜାଣିବା ପରେ କୋର୍ଟ ଯଦି ସନ୍ତୁଷ୍ଟ ନ ହୁଅନ୍ତି, ତେବେ ଅଗ୍ରଓ୍ବାଲଙ୍କୁ ମିଥ୍ୟା ଶପଥ ଲାଗି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦାଗୀ କିମ୍ବା ଦୋଷୀ ପୋଲିସ ଅଧିକାରୀମାନଙ୍କ ବିରୋଧରେ ନେବାକୁ ଥିତ୍ବା କାର୍ଯ୍ୟାନୁଷ୍ଠାନ ଉପରେ ଏକ ନୀତି ଗଠନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ କର୍ତ୍ତବ୍ୟରୁ ବାହାରେ ରଖିବା ଲାଗି କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ସେମାନଙ୍କ ବିରୋଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଲକ୍ଷ୍ୟ କରିବା।
ପଦବୀ ପୂରଣ ଚିନ୍ତା
ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାରେ ରହିଛି। ଏହି ସରକାର ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଅଧିକ ସଂଖ୍ୟାରେ ପୁନଃନିଯୁକ୍ତି ଦେଉଛନ୍ତି। ଖୁବ୍‌ ନିକଟରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଦୀପକ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କୁମାର ଫେବୃୟାରୀରେ ଅବସର ନେଇଥିଲେ ଏବଂ ତାଙ୍କୁ ତରବାରିଆ ଭାବେ ପୁନଃ ନିଯୁକ୍ତି ପ୍ରଦାନ କରାଗଲା। ବିହାରରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଆସିଛି। ଏଣୁ ପଦବୀ ପୂରଣ ଚିନ୍ତାରେ ସରକାର ସବୁବେଳେ ରହିଆସିଛନ୍ତି। ଯେତେବେଳେ ନିଯୁକ୍ତି କଥା ଆସେ ସେତେବେଳେ ସରକାରଙ୍କ ପାଖରେ କୌଣସି ବିକଳ୍ପ ନ ଥାଏ। ବିହାରରେ ଆଇଏଏସ୍‌ ଅଧିକାରୀମାନଙ୍କ ସ୍ବୀକୃତ ପଦବୀ ସଂଖ୍ୟା ୩୫୯ ରହିଥିଲେ ବି ସେଠାରେ ଏବେ ୨୦୨ ଆଇଏଏସ୍‌ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଯୋଗୁ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି ଏବଂ ଏହାର ମାନ ରହୁନାହିଁ। ପ୍ରତ୍ୟେକ ବରିଷ୍ଠ ଆଇଏଏସ୍‌ ଅଧିକାରୀ ମୁଖ୍ୟ ଦାୟିତ୍ୱ ସହ ଆଉ ୩ କିମ୍ବା ୪ଟି ବିଭାଗର କାର୍ଯ୍ୟଭାର ସମ୍ଭାଳିବା କିଛି ବିଚିତ୍ର ନୁହେଁ। ଜାଣିବାକୁ ମିଳିିଛି ଯେ, ଗତବର୍ଷର ସିଭିଲ୍‌ ସର୍ଭିିସ୍‌ ପରୀକ୍ଷା ଆଧାରରେ ବିହାରରେ ୫୪ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ନୀତୀଶ କୁମାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଅପରପକ୍ଷେ ସରକାର ୨୦୧୮ ବ୍ୟାଚ୍‌ରୁ ୨୦, ୨୦୧୯ ବ୍ୟାଚ୍‌ରୁ ୧୫ ଏବଂ ୨୦୨୦ ବ୍ୟାଚ୍‌ରୁ ୧୬ଟି ପଦବୀରେ ପଦୋନ୍ନତି କୋଟାରେ ନିଯୁକ୍ତି ଦେବା ପାଇଁ ପଥ ସୁଗମ କରୁଥିବା ଜଣାପଡିଛି।
ସବୁ ଦୋଷ ବାବୁଙ୍କର
ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି) ପଦବୀରେ ଜଣେ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀଙ୍କୁ ଅବସ୍ଥାପିତ କରିବାରେ ଗୋଆ ସରକାରଙ୍କ ପଦକ୍ଷେପ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହା ଯୋଗୁ କେବଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ନୁହନ୍ତି, ବରଂ ରାଜ୍ୟ ମୁଖ୍ୟ ଶାସନ ସଚିବ ପରିମଲ ରାୟଙ୍କୁ ବିପରୀତ ପ୍ରତିକ୍ରିୟାର ସାମ୍‌ନା କରିବାକୁ ପଡ଼ିଛି। ଏସ୍‌ଇସି ଭାବେ ରାଜ୍ୟ ଆଇନ ସଚିବ ଚୋଖା ରାମ ଗର୍ଗଙ୍କ ନିଯୁକ୍ତିକୁ ଏବେ ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି। ଶୀର୍ଷ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଥିତ୍ଲେ ଯେ, ସରକାରଙ୍କର ଏହି ନିଯୁକ୍ତି ପଦକ୍ଷେପ ସାମ୍ବିଧାନିକ ଶାସନାଦେଶ ପ୍ରତି ଏକ ଉପହାସ। ପୁନଶ୍ଚ କୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟକୁ ଏଭଳି ସମାନ ନିଯୁକ୍ତିକୁ ରଦ୍ଦ କରି ଏହି ଉଚ୍ଚ ସାମ୍ବିଧାନିକ ପଦବୀରେ କେବଳ ସ୍ବତନ୍ତ୍ର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିସ୍ଥିତି ଯେଭଳି ଜଟିଳ ନ ହୁଏ, ସେଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକ ଏହା ଉପରେ ଧ୍ୟାନ ଦେଇ ଏଭଳି ପଦକ୍ଷେପକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି। ସାଓ୍ବନ୍ତଙ୍କର ଏହି ଅଭିନବ ଦୃଷ୍ଟିକୋଣ ଅନ୍ୟ ରାଜ୍ୟଗୁଡ଼ିକୁ ସମାନ ଧାରରେ କିଛି ପଦକ୍ଷେପ ନେବାକୁ ଉତ୍ସାହିତ କରିବାର ସମ୍ଭାବନା ନାହିଁ। ଏହି ନିଷ୍ପତ୍ତି ଉପରେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ତେବେ କୋର୍ଟଙ୍କ ଏହି କଟୁ ପ୍ରତିକ୍ରିୟା ସାମ୍‌ନାକୁ ଆସିବା ପରେ ପାନାଜୀରେ ବାବୁଙ୍କ ପରିସରରେ ମୁଖ୍ୟ ସଚିବ ରାୟ ପୂରା ଚିହ୍ନା ପଡ଼ି ଯାଇଛନ୍ତି ଓ ତାଙ୍କୁ ହିଁ ଦୋଷ ବା ନିନ୍ଦା ମୁଣ୍ଡେଇବାକୁ ପଡିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri