ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…

ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ପାକିସ୍ତାନୀ ସେନା ଅଧିନିୟମ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଗତ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ କମ୍ପ୍ଲେକ୍ସରେ ରେଞ୍ଜର୍ସଙ୍କ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଯୋଗୁ ପାକିସ୍ତାନରେ ଅଶାନ୍ତି ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଅନେକ ମୃତ୍ୟୁ ଘଟିଥିଲା ଏବଂ ଦଶହଜାର ସାମରିକ ଏବଂ ସରକାରୀ ସଂସ୍ଥାରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଥିଲା।

ବର୍ତ୍ତମାନ ଏହି ବିଶୃଙ୍ଖଳା ସହ ଜଡିତ ଲୋକଙ୍କ ବିରୋଧରେ ସେନା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି। କଠୋର ଆର୍ମି ଆକ୍ଟ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅଧୀନରେ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାକିସ୍ତାନ ସେନା ଦ୍ୱାରା ଏସବୁକୁ ଏକ ବଡ଼ କଡ଼ା ପଦକ୍ଷେପ ବୋଲି ବିବେଚନା କରାଯାଉଛ। ସେନାର ଆଇନ ବ୍ୟବସ୍ଥା ଅନୁଯାୟୀ ଇମ୍ରାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକଙ୍କ ବିରୋଧରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।

ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ଆଇଏସଆରପି) ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କର୍ପସ କମାଣ୍ଡର ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri