ପଚା ଫଳ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ,୧୬ା୫: ସହରରେ ପଚା ଫଳ ବିକିଲେ ଏଣିକି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଦୋକାନୀ ସିଧାସଳଖ ବ୍ଲାକ ଲିଷ୍ଟେଡ୍‌ ହେବା ସହ ସମ୍ପୃକ୍ତ ଦୋକାନୀଙ୍କ ଫଟୋ କାନ୍ଥରେ ଲାଗିବ। କେବଳ ସେତିକି ନୁହଁ ଅପରାଧୀଙ୍କୁ ଯେପରି ତଡ଼ିପାର କରାଯାଉଛି, ପଚା ଫଳ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ଫଳ ବ୍ୟବସାୟୀମାନଙ୍କୁ କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ ଚେତାଇ ଦେଇଛନ୍ତି ା
କଟକର ପ୍ରମୁଖ ଛକ ଯେପରି ବାଦାମବଡି, ଲିଙ୍କ୍‌ ରୋଡ୍‌, ମଧୁପାଟଣା, ଏସ୍‌ସିବି ମେଡିକାଲ ନିକଟରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି ଫଳ ବ୍ୟବସାୟୀ। ଛୋଟ ବଡ଼ ବ୍ୟବସାୟୀମାନେ ବେଶ୍‌ ଭଲ ଭାବରେ ବ୍ୟବସାୟ କରନ୍ତି। କିନ୍ତୁ ବିଗତ କିଛି ଦିନ ମଧ୍ୟରେ ଏହି ଫଳ ବର୍ତ୍ତମାନ ଉଚିତ୍‌ମାନର ମିଳୁ ନଥିବା ସିଧାସଳଖ ଅଭିଯୋଗ କରୁଛନ୍ତି ଲୋକେ। ଏଥିସହ ପଚା ଫଳ ହେର୍‌ଫେର୍‌ ଆଉ ଏକ ସମସ୍ୟା ଉପୁଜିଛି। ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା ବସଷ୍ଟାଣ୍ଡ ନିକଟରେ ଏଭଳି ସଙ୍ଗିନ ଅଭିଯୋଗ ଆସିଥିଲା। ଲୋକେ ଉଚିତ ମୂଲ୍ୟ ଦେଇଥିଲେ ପଚା ଫଳ କିଣୁଛନ୍ତି। ଗ୍ରାହକ କିଣିଲା ବେଳେ ଭଲ ଫଳ ଥିବାବେଳେ ଦୋକାନୀ ଜରିରେ ରଖିବାବେଳେ ଫଳ ଅଦଳବଦଳ କରି ପଚା ଫଳ ଭର୍ତ୍ତିକରି ଦେଉଛନ୍ତି। ତେବେ ନକଲି କାରବାରଠାରୁ ନେଇ ପଚା ଫଳ ବ୍ୟବାସୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା ପ୍ରସ୍ତୁତ କରିଛି ସିଏମ୍‌ସି। ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଏଣିକି ସବୁ ବଡ଼ବଡ଼ ଛକଗୁଡ଼ିକରେ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ବି ପଚା ଫଳ ବିକ୍ରି ହେଉଥିବ ସେଠି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଏବେଠୁ ସାବଧାନ ହେଇକି ଫଳ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ।
ହଜାର ହଜାର ବାହାର ଜିଲାରୁ ଲୋକେ ଆସୁଛନ୍ତି। ଖରାଦିନ ହୋଇଥିବାରୁ ଫଳଆଡ଼କୁ ସମସ୍ତେ ମନ ବଳାଉଛନ୍ତି। ତେବେ ଯଦି ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଲୋକଙ୍କୁ ଠକିବା ଆରମ୍ଭ କରିବେ ତେବେ ଏହାକୁ କୌଣସି ମତେ ସହ୍ୟ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ମେୟର। କିଛି ଦିନ ପୂର୍ବରୁ ପଚା ଫଳ ବିକି ଲୋକଙ୍କୁ ଠକୁଥିବା ଫଳ ବ୍ୟବସାୟୀଙ୍କ ଉପରେ ରେଡ୍‌ କରିଥିଲା ବାଦାମବାଡ଼ି ଥାନା ପୋଲିସ। ଏ ନେଇ ମେୟର ସିଂ କହିଛନ୍ତି, ବିଷାକ୍ତ ଖାଦ୍ୟ ବିକ୍ରି କରିବା କାହାର ଅଧିକାର ନାହିଁ। ଯାହାର ବ୍ୟବସାୟ କରିବାର ଅଛି ସେ ଦୋ ନମ୍ବରି କାରବାର ବ୍ୟବସାୟ କରିବା ଆଶା ଛାଡି ଦିଅନ୍ତୁ । ଏନେଇ ହୋଟେଲ ଠାରୁ ଆରମ୍ଭକରି ଛୋଟ ଦୋକାନ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଚଢାଉ କରାଯିବ। ଫୁଡ ଲାଇସେନ୍ସ, ଟ୍ରେଡ ଲାଇସେନ୍ସ ନଥିବ, ଖାଦ୍ୟର ମାନ ଠିକ ନଥିବ ଏ ସବୁ କରିଲେ କଟକର ମାନ ବଢିବ ନାହିଁ । ବାଦାମବାଡି ହେଉଛି ଓଡ଼ିଶାର ପରିଚୟ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଲୋକ ଆସୁଛନ୍ତି। ଶୁଙ୍ଖଳା ସହ କଟକର ଗୌରବକୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଦରକାର ପଡିଲେ ଦୋକନୀଙ୍କୁ ବ୍ଲାକ ଲିଷ୍ଟେଡ୍‌ କରାଯାଇ କାନ୍ଥରେ ଫଟୋ ଲଗାଯିବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri