ପଚା ଫଳ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ,୧୬ା୫: ସହରରେ ପଚା ଫଳ ବିକିଲେ ଏଣିକି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଦୋକାନୀ ସିଧାସଳଖ ବ୍ଲାକ ଲିଷ୍ଟେଡ୍‌ ହେବା ସହ ସମ୍ପୃକ୍ତ ଦୋକାନୀଙ୍କ ଫଟୋ କାନ୍ଥରେ ଲାଗିବ। କେବଳ ସେତିକି ନୁହଁ ଅପରାଧୀଙ୍କୁ ଯେପରି ତଡ଼ିପାର କରାଯାଉଛି, ପଚା ଫଳ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ଫଳ ବ୍ୟବସାୟୀମାନଙ୍କୁ କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ ଚେତାଇ ଦେଇଛନ୍ତି ା
କଟକର ପ୍ରମୁଖ ଛକ ଯେପରି ବାଦାମବଡି, ଲିଙ୍କ୍‌ ରୋଡ୍‌, ମଧୁପାଟଣା, ଏସ୍‌ସିବି ମେଡିକାଲ ନିକଟରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି ଫଳ ବ୍ୟବସାୟୀ। ଛୋଟ ବଡ଼ ବ୍ୟବସାୟୀମାନେ ବେଶ୍‌ ଭଲ ଭାବରେ ବ୍ୟବସାୟ କରନ୍ତି। କିନ୍ତୁ ବିଗତ କିଛି ଦିନ ମଧ୍ୟରେ ଏହି ଫଳ ବର୍ତ୍ତମାନ ଉଚିତ୍‌ମାନର ମିଳୁ ନଥିବା ସିଧାସଳଖ ଅଭିଯୋଗ କରୁଛନ୍ତି ଲୋକେ। ଏଥିସହ ପଚା ଫଳ ହେର୍‌ଫେର୍‌ ଆଉ ଏକ ସମସ୍ୟା ଉପୁଜିଛି। ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା ବସଷ୍ଟାଣ୍ଡ ନିକଟରେ ଏଭଳି ସଙ୍ଗିନ ଅଭିଯୋଗ ଆସିଥିଲା। ଲୋକେ ଉଚିତ ମୂଲ୍ୟ ଦେଇଥିଲେ ପଚା ଫଳ କିଣୁଛନ୍ତି। ଗ୍ରାହକ କିଣିଲା ବେଳେ ଭଲ ଫଳ ଥିବାବେଳେ ଦୋକାନୀ ଜରିରେ ରଖିବାବେଳେ ଫଳ ଅଦଳବଦଳ କରି ପଚା ଫଳ ଭର୍ତ୍ତିକରି ଦେଉଛନ୍ତି। ତେବେ ନକଲି କାରବାରଠାରୁ ନେଇ ପଚା ଫଳ ବ୍ୟବାସୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା ପ୍ରସ୍ତୁତ କରିଛି ସିଏମ୍‌ସି। ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଏଣିକି ସବୁ ବଡ଼ବଡ଼ ଛକଗୁଡ଼ିକରେ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ବି ପଚା ଫଳ ବିକ୍ରି ହେଉଥିବ ସେଠି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଏବେଠୁ ସାବଧାନ ହେଇକି ଫଳ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ।
ହଜାର ହଜାର ବାହାର ଜିଲାରୁ ଲୋକେ ଆସୁଛନ୍ତି। ଖରାଦିନ ହୋଇଥିବାରୁ ଫଳଆଡ଼କୁ ସମସ୍ତେ ମନ ବଳାଉଛନ୍ତି। ତେବେ ଯଦି ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଲୋକଙ୍କୁ ଠକିବା ଆରମ୍ଭ କରିବେ ତେବେ ଏହାକୁ କୌଣସି ମତେ ସହ୍ୟ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ମେୟର। କିଛି ଦିନ ପୂର୍ବରୁ ପଚା ଫଳ ବିକି ଲୋକଙ୍କୁ ଠକୁଥିବା ଫଳ ବ୍ୟବସାୟୀଙ୍କ ଉପରେ ରେଡ୍‌ କରିଥିଲା ବାଦାମବାଡ଼ି ଥାନା ପୋଲିସ। ଏ ନେଇ ମେୟର ସିଂ କହିଛନ୍ତି, ବିଷାକ୍ତ ଖାଦ୍ୟ ବିକ୍ରି କରିବା କାହାର ଅଧିକାର ନାହିଁ। ଯାହାର ବ୍ୟବସାୟ କରିବାର ଅଛି ସେ ଦୋ ନମ୍ବରି କାରବାର ବ୍ୟବସାୟ କରିବା ଆଶା ଛାଡି ଦିଅନ୍ତୁ । ଏନେଇ ହୋଟେଲ ଠାରୁ ଆରମ୍ଭକରି ଛୋଟ ଦୋକାନ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଚଢାଉ କରାଯିବ। ଫୁଡ ଲାଇସେନ୍ସ, ଟ୍ରେଡ ଲାଇସେନ୍ସ ନଥିବ, ଖାଦ୍ୟର ମାନ ଠିକ ନଥିବ ଏ ସବୁ କରିଲେ କଟକର ମାନ ବଢିବ ନାହିଁ । ବାଦାମବାଡି ହେଉଛି ଓଡ଼ିଶାର ପରିଚୟ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଲୋକ ଆସୁଛନ୍ତି। ଶୁଙ୍ଖଳା ସହ କଟକର ଗୌରବକୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଦରକାର ପଡିଲେ ଦୋକନୀଙ୍କୁ ବ୍ଲାକ ଲିଷ୍ଟେଡ୍‌ କରାଯାଇ କାନ୍ଥରେ ଫଟୋ ଲଗାଯିବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri